IND vs AUS: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଘୋଷଣା; ଏହି ନୂତନ ଚେହେରାଙ୍କୁ ମିଳିଲା ସୁଯୋଗ

ଭାରତ ବିପକ୍ଷରେ ବୋର୍ଡ଼ର ଗାଭାସ୍କର ଟ୍ରଫିରେ (Border Gavaskar Trophy) ହେବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆର ଟେଷ୍ଟ ଦଳ (Australia Test Team) ଘୋଷଣା କରାଯାଇଛି । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ଅନେକ ନୂଆ ଚେହେରା ସୁଯୋଗ ପାଇଛନ୍ତି ।

IND vs AUS: ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଘୋଷଣା; ଏହି ନୂତନ ଚେହେରାଙ୍କୁ ମିଳିଲା ସୁଯୋଗ
୨୨ ବର୍ଷୀୟ ପୁକୋସ୍କି ଚଳିତ ସିଜନରେ ୪୫୭ ରନ୍ ସଂଗ୍ରହ କରି ସାରିଛନ୍ତି
  • News18 Odia
  • Last Updated: November 12, 2020, 1:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ବିପକ୍ଷରେ ବୋର୍ଡ଼ର ଗାଭାସ୍କର ଟ୍ରଫିରେ (Border Gavaskar Trophy) ହେବାକୁ ଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆର ଟେଷ୍ଟ ଦଳ (Australia Test Team) ଘୋଷଣା କରାଯାଇଛି । ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ଅନେକ ନୂଆ ଚେହେରା ସୁଯୋଗ ପାଇଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଟେଷ୍ଟ ସିରିଜ୍ ୧୭ ଡିସେମ୍ବରରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ମ୍ୟାଚ୍ ଆଡିଲେଡରେ ଖେଳାଯିବ ଯାହା ଦିବାରାତ୍ରି ହେବ । ଏହା ପରେ ୨୬ ଡିସେମ୍ବରରୁ ମେଲବର୍ଣ୍ଣରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ତୃତୀୟ ଟେଷ୍ଟ ୭ ଜାନୁଆରୀରେ ସିଡନୀରେ ଓ ୧୫ ଜାନୁଆରୀରୁ ବ୍ରିସବେନରେ ଚତୁର୍ଥ ଟେଷ୍ଟ ଖେଳାଯିବ ।

ଟିମ୍ ପାଏନ୍ ନେତୃତ୍ୱାଧୀନ ଦଳରେ ଥିବା ଅନ୍ୟ ନୂଆ ଚେହେରା ମଧ୍ୟରେ ଦ୍ରୁତ ବୋଲର ସଚିନ ଆବଟ୍ଟ, ଲେଗ୍ ସ୍ପିନର ମିଚେଲ ସ୍ୱିପ୍ସନ୍ ଓ ଅଲରାଉଣ୍ଡର ମାଇକେଲ ନାସିର ଅଛନ୍ତି । ୨୦୧୪ ଶଫିଲ୍ଡ ସିଲ୍ଡ ଟୁର୍ନାମେଣ୍ଟରେ ଆବଟଙ୍କ ବଲରେ ଫିଲ୍ ହ୍ୟୁଜ୍ ଆହତ ହୋଇଥିଲେ ଯାହାଦ୍ୱାରା ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ଅଷ୍ଟ୍ରେଲିଆ ଦଳ ପୁଣିଥରେ ବୋର୍ଡ଼ର ଗାଭାସ୍କର ଟ୍ରଫି ଜିତିବାକୁ ଚାହିଁବ । କାରଣ ସେମାନେ ୨୦୧୮-୧୯ ରେ ପ୍ରଥମ ଥର ପାଇଁ ସିରିଜ ହାରି ଯାଇଥିଲେ । ଚୟନକର୍ତ୍ତାମାନେ ୧୯ ସଦସ୍ୟ ବିଶିଷ୍ଟ ଅଷ୍ଟ୍ରେଲିଆ ଏ ଦଳ ଘୋଷଣା କରିଛନ୍ତି ଯେଉଁଥିରେ ଟେଷ୍ଟ ଦଳର ନଅ ଜଣ ସଦସ୍ୟ ଅଛନ୍ତି । ଏମାନେ ଭାରତ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବେ ।

ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ODI ଓ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ଖେଳାଯିବ । ଭାରତୀୟ ପ୍ରିମିୟର ଲିଗ୍ ଶେଷ ହେବା ପରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ ପାଇଁ ୟୁଏଇ ଛାଡିଛି । ଏହି ଯାତ୍ରା 27 ନଭେମ୍ବରରୁ ଭାରତ ବନାମ ଅଷ୍ଟ୍ରେଲିଆ ODI ସିରିଜ୍ ସହିତ ଆରମ୍ଭ ହେବ । ସମସ୍ତ ତିନୋଟି ଫର୍ମାଟର ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି । ଏଥି ସହିତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ପାଇଁ ନିଜ ଦଳ ଘୋଷଣା କରିଛି ।

ଭାରତ ବିପକ୍ଷ ଟେଷ୍ଟ ସିରିଜକୁ ଟିମ୍ ପାଏନ୍ ଅଧିନାୟକତ୍ୱ କରିବେ । ଟେଷ୍ଟ ଦଳ ସଚିନ ଆବଟ, ମିଚେଲ ନାସିର, କାମ୍ରନ ଗ୍ରୀନ ଓ ୱିଲ ପୁକୋସ୍କି ହେଉଛନ୍ତି ନୂଆ ଚେହେରା । ଦଳ ଘୋଷଣା ହେବା ପୂର୍ବରୁ ଇଆନ୍ ଚାପେଲ ଓ ମାଇକେଲ କ୍ଲାର୍କଙ୍କ ସମେତ ପୂର୍ବତନ ଅଧିନାୟକ ଚାହୁଁଥିଲେ ଯେ ଭାରତ ବିପକ୍ଷ ଆଗାମୀ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଯୁବ ଓପନର୍ ୱିଲ୍ ପୁକୋସ୍କି ଅଷ୍ଟ୍ରେଲିଆ କ୍ରିକେଟ୍ ଦଳରେ ସ୍ଥାନ ପାଇବେ ।

ଭିକ୍ଟୋରିଆର ପୁକୋସ୍କି ଦକ୍ଷିଣ ଅଷ୍ଟ୍ରେଲିଆ ବିପକ୍ଷରେ ଅପରାଜିତ ୨୫୫ ଓ ପଶ୍ଚିମ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୨ ରନ୍ କରି ଶେଫିଲ୍ଡ ସିଲ୍ଡରେ କ୍ରମାଗତ ଦୁଇଥର ଶତକ ହାସଲ କରିଥିଲେ । ୨୨ ବର୍ଷୀୟ ପୁକୋଭସ୍କି ଚଳିତ ସିଜନରେ ଏପର୍ଯ୍ୟନ୍ତ ୪୫୭ ରନ୍ ସଂଗ୍ରହ କରିଛନ୍ତି ଓ ଆଡିଲେଡରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜରେ ତାଙ୍କୁ ଭାରତ ମୁକାବିଲା କରିବାର ସୁଯୋଗ ମିଳିବା ଉଚିତ ବୋଲି କ୍ଲାର୍କ ବିଶ୍ୱାସ କରିଛନ୍ତି । ଏଥି ସହିତ ଇଆନ୍ ଚାପେଲ୍ କହିଥିଲେ ଯେ ଟେଷ୍ଟ ଓପନର୍ ଜୋ ବର୍ନସ୍ ଅପେକ୍ଷା ଦୀର୍ଘ ସମୟ ମଧ୍ୟରେ ପୁକୋସ୍କି ଏକ ଉତ୍ତମ ବିକଳ୍ପ ହୋଇପାରେ । ଗତ ଗ୍ରୀଷ୍ମ ସିଜିନରେ ଅଷ୍ଟ୍ରେଲିଆ ପାଇଁ ବର୍ନ୍ସ ହାରାହାରି ୩୨ ରନ ସ୍କୋର କରିଥିଲେ ଓ ଚଳିତ ସିଜନରେ କୁଇନ୍ସଲ୍ୟାଣ୍ଡ ପାଇଁ ୭, ୨୯, ୦ ଓ ୧୦ ସ୍କୋର କରିଛନ୍ତି ।

ଅଷ୍ଟ୍ରେଲୀୟ ଜାତୀୟ ଚୟନକର୍ତ୍ତା ଟ୍ରେଭର୍ ହୋନ୍ସ କହିଛନ୍ତି '' ଏତେ ସଂଖ୍ୟକ ଯୁବ ଖେଳାଳି ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ତଥା ଅଷ୍ଟ୍ରେଲିଆ ଏ ଟିମରେ ଚୟନ ଅଷ୍ଟ୍ରେଲିଆ କ୍ରିକେଟ୍ ପାଇଁ ଏକ ସକରାତ୍ମକ ସଙ୍କେତ ଅଟେ ।

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଟେଷ୍ଟ ଦଳ:
ଟିମ୍ ପାଏନ୍ (ଅଧିନାୟକ), ସିନ୍ ଆବଟ୍ଟ, ଜୋ ବର୍ନସ୍, ପ୍ୟାଟ୍ କମିନ୍ସ, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ମାର୍ନସ୍ ଲାବୁଶେନ୍, ନାଥାନ୍ ଲିଅନ୍, ମିଚେଲ ନାସିର୍, ଜେମ୍ସ ପାଟିନ୍ସନ୍, ୱିଲ୍ ପୁକୋସ୍କି, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ମାଥ୍ୟୁ ୱେଡ୍, ଡେଭିଡ ୱାର୍ଣ୍ଣର ।

ଅଷ୍ଟ୍ରେଲିଆ ଏ ଦଳ:
ସିନ୍ ଆବଟ୍ଟ, ଆଷ୍ଟନ୍ ଏଗର୍, ଜୋ ବର୍ନସ୍, ଜ୍ୟାକସନ ବାର୍ଡ, ଆଲେକ୍ସ କାରୀ (ୱିକେଟ୍ କିପର), ହ୍ୟାରି କନୱେ, କ୍ୟାମେରନ୍ ଗ୍ରୀନ୍, ମାର୍କସ୍ ହାରିସ୍, ଟ୍ରାଭିସ୍ ହେଡ୍, ମୋଇସ୍ ହେନ୍ରିକ୍ସ, ନିକ ମ୍ୟାଡିସନ, ମିଚେଲ ମାର୍ଶ (ଫିଟନେସ ଅନୁଯାୟୀ), ମାଇକେଲ ନାସର, ଟିମ ପାଏନ୍, ଜେମ୍ସ ପାଟିନ୍ସନ୍, ୱିଲ୍ ପୁକୋସ୍କି, ମାର୍କ ସ୍କିଟି, ୱିଲ୍ ସଟରଲ୍ୟାଣ୍ଡ, ମିସେଲ ସ୍ ସ୍ୱିପ୍ସନ୍ ।
Published by: Jagdish Barik
First published: November 12, 2020, 1:26 PM IST
corona virus btn
corona virus btn
Loading