Ind vs Aus: ଟିମ୍ ଇଣ୍ଡିଆ କରୋନା ସମୟରେ ଖେଳିବ ପ୍ରଥମ ସିରିଜ୍; ବିସିସିଆଇ ଘୋଷଣା କଲା ଦଳ

ଭାରତୀୟ କ୍ରିକେଟ୍ ଦଳ ଫେବୃଆରୀରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା । ଏହା ପରେ କରୋନା ଭୂତାଣୁ ମହାମାରୀ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ସିରିଜକୁ ବାତିଲ କରି ଦିଆଯାଇଥିଲା ।

Ind vs Aus: ଟିମ୍ ଇଣ୍ଡିଆ କରୋନା ସମୟରେ ଖେଳିବ ପ୍ରଥମ ସିରିଜ୍; ବିସିସିଆଇ ଘୋଷଣା କଲା ଦଳ
ଟିମ୍ ଇଣ୍ଡିଆ କରୋନା ସମୟରେ ଖେଳିବ ପ୍ରଥମ ସିରିଜ୍
  • News18 Odia
  • Last Updated: October 26, 2020, 9:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି । ଫେବୃଆରୀରେ ଭାରତୀୟ କ୍ରିକେଟ୍ ଦଳ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା । ଏହା ପରେ କରୋନା ଭାଇରସ ମହାମାରୀ ଯୋଗୁଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ସିରିଜକୁ ବାତିଲ କରି ଦିଆଯାଇଥିଲା । ସେବେଠାରୁ ଟିମ୍ ଇଣ୍ଡିଆ କୌଣସି ଆନ୍ତର୍ଜାତୀୟ ସିରିଜ୍ ଖେଳି ନାହିଁ । ଆଇସିସି ଟି -୨୦ ବିଶ୍ୱକପ ସ୍ଥଗିତ ହେବା ପରେ ୧୯ ସେପ୍ଟେମ୍ବରରୁ ୧୦ ନଭେମ୍ବର ମଧ୍ୟରେ ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳାଯାଉଛି । ବର୍ତ୍ତମାନ ୟୁଏଇରୁ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆ ଯିବେ ।

ଅଷ୍ଟ୍ରେଲିଆ ଗସ୍ତ ପାଇଁ ୩୨ ଜଣ ଖେଳାଳିଙ୍କ ଏକ ଟିମ ଚୟନ କରାଯାଇଛି । ଯାହା ସମଗ୍ର ସିରିଜ୍ ସମୟରେ ବାୟୋ ସୁରକ୍ଷା ବଳୟରେ ରହିବେ । ODI ସିରିଜ୍ ସିଡନୀ ଓ କାନବରାରେ ଖେଳାଯିବ । ଯାହା ପରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଅନୁଷ୍ଠିତ ହେବ । ଏହି ଯାତ୍ରା ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓ ବୋଲିଂ ପ୍ରଶିକ୍ଷକ ଭାରତ ଅରୁଣ ଆଜି ୟୁଏଇରେ ପହଞ୍ଚିବେ । ଏହା ସହିତ ଟେଷ୍ଟ ସ୍ପେସାଲିଷ୍ଟ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀ ମଧ୍ୟ ୟୁଏଇକୁ ଯିବେ ଓ ଅଷ୍ଟ୍ରେଲିଆ ଗସ୍ତରେ ଯୋଗଦେବା ପୂର୍ବରୁ ବାୟୋ ବବଲରେ ନିଜର କ୍ୟାରାଣ୍ଟିନ୍ ସଂପୂର୍ଣ୍ଣ କରିବେ ।

ଟି - ୨୦ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶ୍ରେୟସ୍ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍, ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ଦୀପକ ଚହର

ଏକଦିବସୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାୱନ, ଶୁଭମନ ଗିଲ, କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା , ମହମ୍ମଦ ଶାମି, ଶାର୍ଦ୍ଦୁଲ ଠାକୁର, ନବଦ୍ଵୀପ ସାଇନି

ଟେଷ୍ଟ ଦଳ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ୱୀଭ ଶଃ , କେ.ଏଲ୍ ରାହୁଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), ହନୁମାନ ବିହାରୀ, ଶୁଭମନ ଗିଲ, ରିଦ୍ଧିମାନ ସାହା, ଋଷଭ ପନ୍ତ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ଉମେଶ ଯାଦବ, ନବଦ୍ୱୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ମହମ୍ମଦ ସିରାଜ

ଭାରତର ଅଷ୍ଟ୍ରେଲିଆ ଗସ୍ତ ୨୦୨୦-୨୧ର କାର୍ଯ୍ୟସୂଚୀ:

୩ ଡିସେମ୍ବର ଠାରୁ: ପ୍ରଥମ ଟେଷ୍ଟ ମ୍ୟାଚ୍
୧୧ ଡିସେମ୍ବରରୁ: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍
୨୬ ଡିସେମ୍ବର ଠାରୁ: ତୃତୀୟ ଟେଷ୍ଟ ମ୍ୟାଚ୍
୩ ଜାନୁଆରୀରୁ: ଚତୁର୍ଥ ଟେଷ୍ଟ ମ୍ୟାଚ୍

ଜାନୁଆରୀ ୧୨: ପ୍ରଥମ ODI ଆନ୍ତର୍ଜାତୀୟ ମ୍ୟାଚ୍
ଜାନୁଆରୀ ୧୫: ଦ୍ୱିତୀୟ ODI ଆନ୍ତର୍ଜାତୀୟ ମ୍ୟାଚ୍
ଜାନୁଆରୀ ୧୭: ତୃତୀୟ ODI ଆନ୍ତର୍ଜାତୀୟ ମ୍ୟାଚ୍
Published by: Jagdish Barik
First published: October 26, 2020, 9:24 PM IST
corona virus btn
corona virus btn
Loading