News18 Odia Digital
କାନବେରା: ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ କ୍ଲିନ ସ୍ୱିପରୁ ନିଜକୁ ରକ୍ଷା କରିପାରିଛି । ବୁଧବାର ଦିନ ଭାରତ ତୃତୀୟ ଦିନିକିଆ ମ୍ୟାଚରେ ୧୩ ରନରେ ବିଜୟ ଲାଭ କରିଛି । ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ଆୟୋଜକ ଅଷ୍ଟ୍ରେଲିଆକୁ ୩୦୩ ରନ୍ ଲକ୍ଷ୍ୟ ଦେଇଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ କେବଳ ୨୮୯ ରନ୍ କରିବାରେ ସମର୍ଥ ହୋଇଥିଲା । ଶେଷ ଓଭର ଗୁଡିକରେ ଭାରତୀୟ ବୋଲରମାନେ ସମଗ୍ର ମ୍ୟାଚକୁ ଓଲଟାଇ ଦେଇଥିଲେ । ଯଦିଓ ଗାଲେନ ମ୍ୟାକ୍ସୱେଲଙ୍କ ଦମଦାର ବ୍ୟାଟିଂ ଏକ ସମୟରେ ଅଷ୍ଟ୍ରେଲିଆର ବିଜୟ ଆଡକୁ ନେଇଯାଉଥିଲା । କିନ୍ତୁ ଜସପ୍ରୀତ ବୁମ୍ରା ମ୍ୟାକ୍ସୱେଲଙ୍କୁ ବୋଲ୍ଡ କରି ମ୍ୟାଚକୁ ଓଲଟାଇ ଦେଇଥିଲେ । ଏହା ପରେ ଶାର୍ଦ୍ଦୁଲ ଠାକୁର ସିନ ଆବଟକୁ ଓ ପରେ କୁଲଦୀପ ଯାଦବ ଆଷ୍ଟନ୍ ଅଗରକୁ ଆଉଟ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ ।
ଭିନ୍ନ ଲୟରେ ନଜର ଆସିଥିଲେ ଭାରତୀୟ ବୋଲରଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ୭୫ ରନ୍ କରିଥିଲେ । ଏଥି ସହିତ ପୂର୍ବ ମ୍ୟାଚ୍ ତୁଳନାରେ ତୃତୀୟ ODI ରେ ଭାରତୀୟ ବୋଲରମାନେ ଭଲ ଫର୍ମରେ ନଜର ଆସିଥିଲେ । ଏହି ସିରିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଶାର୍ଦ୍ଦୁଲ ଠାକୁର ୫୧ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ । ବୁମରା ୪୩ ରନ ଦେଇ ଦୁଇଟି ୱିକେଟ୍ ଓ ଟି ନାଟରାଜନ୍ ୭୦ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଏଥିସହିତ କୁଲଦୀପ ଯାଦବ ଓ ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ୱିକେଟ୍ ଲେଖାଏଁ ସଫଳତା ମିଳିଥିଲା । ଭାରତୀୟ ବୋଲରମାନେ ଆରମ୍ଭରୁ ଟପ ବ୍ୟାଟ୍ସମ୍ୟାନ୍ମାନଙ୍କୁ ତୃତୀୟ ଦିନିକିଆରେ ଅଧିକ ସମୟ ପଡ଼ିଆରେ ରହିବାକୁ ଦେଇ ନଥିଲେ ଓ ଷ୍ଟିଭ୍ ସ୍ମିଥ କ୍ରମାଗତ ତୃତୀୟ ଶତକ ସ୍କୋର କରିପାରିନଥିଲେ । ଲାବୁଶେନ୍ ଓ ସ୍ମିଥ୍ ୭ ରନ୍ ଲେଖାଏଁ, ହେନ୍ରିକ୍ସ ୨୨, ଗ୍ରୀନ୍ ୨୧, ଆଲେକ୍ସ କ୍ୟାରି ୩୮, ମ୍ୟାକ୍ସୱେଲ ୫୯, ଆଷ୍ଟନ୍ ଏଗର୍ ୨୮, ସିନ ଆବଟ୍ଟ ୪ ଓ ଆଡାମ ଜାମ୍ପା ୪ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ ।
ପାଣ୍ଡ୍ୟା ଓ ଜାଡେଜାଙ୍କ ମଧ୍ୟରେ ୧୫୦ ରନର ଭାଗିଦାରୀଏହାପୂର୍ବରୁ ଭଲ ଫର୍ମରେ ଚାଲୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ୧୫୦ ରନ୍ ଚମତ୍କାର ଭାଗିଦାରୀ ଯୋଗୁଁ ଟିମ୍ ଇଣ୍ଡିଆ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୩୦୩ ରନ୍ ଟାର୍ଗେଟ୍ ଦେବାରେ ସଫଳ ହୋଇଥିଲା । ପାଣ୍ଡ୍ୟା ୭୬ଟି ବଲରୁ ଅପରାଜିତ ୯୨ ରନ କରିଥିବା ବେଳେ ଜାଡେଜା ୫୦ଟି ବଲରୁ ୬୬ ରନରେ ଅପରାଜିତ ରହିଥିଲେ । ଉଭୟ ଦଳକୁ ପ୍ରାରମ୍ଭିକ ଚାପରୁ ବାହାର କରିଥିଲେ । ଅଧିନାୟକ ବିରାଟ କୋହଲି ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ।
୨୫୦ ରନ୍ ସ୍କୋର କରିବା କଷ୍ଟସାଧ୍ୟ ଥିଲାଏକ ସମୟରେ ଲାଗୁଥିଲା ଯେ ଭାରତୀୟ ଦଳ ୨୫୦ ରନ୍ ମଧ୍ୟ ସ୍କୋର କରିପାରିବ ନାହିଁ । କିନ୍ତୁ ଜାଡେଜା ଓ ପାଣ୍ଡ୍ୟା ଭାରତକୁ ୩୦୦ ରୁ ଅଧିକ ସ୍କୋର କରାଇବାକୁ ସମର୍ଥ ହିଥିଲେ । ଉଭୟ କ୍ରିଜରେ ଦ୍ରୁତ ଗତିରେ ସ୍କୋର କରିଥିଲେ । ଉଭୟ ୪୬ ତମରୁ ନେଇ ୪୮ ତମ ଓଭରରେ ଭିତରେ ୫୩ ରନ୍ ସଂଗ୍ରହ କରିଥିଲେ ଓ ଶେଷ ପାଞ୍ଚ ଓଭରରେ ୭୩ ରନ୍ ସ୍କୋର କରିଥିଲେ । କୋହଲି, ପାଣ୍ଡ୍ୟା ଓ ଜାଡେଜାଙ୍କ ବ୍ୟତୀତ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଫ୍ଲାଟ ପିଚ୍ରେ ଖୋଲାଖୋଲି ଭାବେ ଖେଳିପାରି ନ ଥିଲେ । ଶିଖର ଧାୱନ (୧୬) ଓ କେ.ଏଲ୍ ରାହୁଲ (୫) ରନ କରି ଖରାପ ସଟ୍ ଖେଳି ଆଉଟ ହୋଇଥିବାବେଳେ ଶ୍ରେୟସ୍ ଆୟର୍ ମଧ୍ୟ ୧୯ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ ।
ଟିମ୍ ଇଣ୍ଡିଆ ଧିମା ଖେଳ ଆରମ୍ଭ କରିଥିଲାଗତ ଦୁଇଟି ମ୍ୟାଚ୍ ତୁଳନାରେ ଭାରତର ଆରମ୍ଭ ମନ୍ଥର ଥିଲା ଓ ପ୍ରଥମ ତିନି ଓଭରରେ କେବଳ ଗୋଟିଏ ଚାରିଟି ଚୌକ ମାରିଥିଲେ । ଏହି ସମୟରେ ଓପନର୍ମାନେ ୧୨ଟି ଡଟ୍ ବଲ୍ ଖେଳିଥିଲେ । ପଞ୍ଚମ ଓଭରରେ ଭାରତ ପ୍ରଥମ ୱିକେଟ୍ ହରାଇଥିଲା । ଏହାପରେ କୋହଲି ଓ ଗିଲ ୫୬ ରନ୍ ଯୋଡିଥିଲେ କିନ୍ତୁ ଅଗରଙ୍କୁ ବଲକୁ ସ୍ୱିପ କରିବାକୁ ଉଦ୍ୟମ କରି ୧୬ ତମ ଓଭରରେ ଗିଲ ଆଉଟ ହୋଇଥିଲେ। ସେ ୩୯ଟି ବଲରେ ତିନୋଟି ଚୌକା ଓ ଗୋଟିଏ ଛକା ସହ ୩୩ ରନ୍ ସଂଗ୍ରହ କରିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।