IND vs AUS: ଅଷ୍ଟ୍ରେଲିଆ ଗସ୍ତରେ ଯିବେ ରୋହିତ ଶର୍ମା; ଖେଳିପାରନ୍ତି ଟେଷ୍ଟ ସିରିଜ୍

ଭାରତୀୟ କ୍ରିକେଟ୍ ଦଳର ଓପନର୍ ରୋହିତ ଶର୍ମା (Rohit Sharma) ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ଯଦିଓ ସେ ଦଳର ଅଂଶ ନୁହଁନ୍ତି ତଥାପି ସେ ଟେଷ୍ଟ ସିରିଜ୍ ଖେଳିପାରନ୍ତି ।ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ସେ ନିଶ୍ଚିତ ଭାବରେ ଅଷ୍ଟ୍ରେଲିଆ ସିରିଜର (India vs Australia) ଅଂଶ ହେବେ । ତାଙ୍କର ଟେଷ୍ଟ ସିରିଜରେ ଖେଳିବାର ଅଧିକ ସମ୍ଭାବନା ରହିଛି ।

ଅଷ୍ଟ୍ରେଲିଆ ଗସ୍ତରେ ଯିବେ ରୋହିତ ଶର୍ମା

ଅଷ୍ଟ୍ରେଲିଆ ଗସ୍ତରେ ଯିବେ ରୋହିତ ଶର୍ମା

  • Share this:
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓପନର୍ ରୋହିତ ଶର୍ମା (Rohit Sharma) ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ଯଦିଓ ସେ ଦଳର ଅଂଶ ନୁହଁନ୍ତି ତଥାପି ସେ ଟେଷ୍ଟ ସିରିଜ୍ ଖେଳିପାରନ୍ତି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ ସେ ନିଶ୍ଚିତ ଭାବରେ ଅଷ୍ଟ୍ରେଲିଆ ସିରିଜର (India vs Australia) ଅଂଶ ହେବେ । କିନ୍ତୁ ତାଙ୍କର ଟେଷ୍ଟ ସିରିଜରେ ଖେଳିବାର ଅଧିକ ସମ୍ଭାବନା ରହିଛି । ଟିମ୍ ଇଣ୍ଡିଆ ୧୧ ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ । ANI ରିପୋର୍ଟ ଅନୁଯାୟୀ ରୋହିତ ଶର୍ମା ୧୧ ନଭେମ୍ବରରେ ଭାରତୀୟ କ୍ରିକେଟ୍ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିବେ ନାହିଁ । ପରେ ସେ ଟିମ୍ ଇଣ୍ଡିଆ ସହିତ ଯୋଗ ଦେବେ ।

ମିଳିଥିବା ସୂଚନା ଅନୁଯାୟୀ 'ରୋହିତ ଶର୍ମା ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଏକ ଅଂଶ ହେବେ କିନ୍ତୁ ସେ କେବଳ ଟେଷ୍ଟ ସିରିଜ୍ ଖେଳିବାର ଅଧିକ ସମ୍ଭାବନା ରହିଛି । ଯେହେତୁ ଅଷ୍ଟ୍ରେଲିଆରେ କ୍ୟାରାଣ୍ଟିନ୍ ଅବଧି ପାଇଁ ଏକ ବ୍ୟବସ୍ତା ଅଛି ଏଥିପାଇଁ ସୀମିତ ଓଭରରେ ମ୍ୟାଚରେ ଅଂଶଗ୍ରହଣ କରିପାରିବେ ନାହିଁ ।

ଶେଷ ଥର ପାଇଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ ଜିତିଥିଲା । ଏଥର ବିରାଟ କୋହଲି ଆଣ୍ଡ କମ୍ପାନୀ ସମସ୍ତ ସାମର୍ଥ୍ୟକି ଲଗାଇ ଏହା ବଜାୟ ରଖିବାକୁ ଯଥାସମ୍ଭବ ଚେଷ୍ଟା କରିବେ । ପୂର୍ବ ଗସ୍ତରେ ଆଡିଲେଡରେ ଚାଲିଥିବା ସିରିଜର ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଏହା ପରେ ପର୍ଥର ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ପର୍ଥ ଟେଷ୍ଟରେ କୋହଲି ମଧ୍ୟ ଏକ ଶତକ ହାସଲ କରିଥିଲେ । ଏହା ପରେ ଟିମ୍ ଇଣ୍ଡିଆ ଏକ ଶକ୍ତିଶାଳୀ ପ୍ରତ୍ୟାବର୍ତ୍ତନ କରି ମେଲବୋର୍ଣ୍ଣ ଟେଷ୍ଟରେ ଜିତି ଏହି ସିରିଜ ନିଜ ନାମରେ କରିଥିଲା ।

ଭାରତର ଅଷ୍ଟ୍ରେଲିଆ ଗସ୍ତ ୨୭ ନଭେମ୍ବରରୁ ଆରମ୍ଭ ହେବ । ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ସହିତ ଏହି ସିରିଜ୍ ଆରମ୍ଭ ହେବ । ଏହା ପରେ ଟି - ୨୦ ମ୍ୟାଚ୍ ର ଏକ ସିରିଜ୍ ହେବ । ଶେଷରେ ଏକ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ପ୍ରଥମ ଟେଷ୍ଟ ମ୍ୟାଚ୍ ଆଡିଲେଡରେ ଖେଳାଯିବ ଯାହା ଦିବା-ରାତ୍ରି ହେବ । ଏହା ପରେ ୨୬ ଡିସେମ୍ବରରୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ତୃତୀୟ ଟେଷ୍ଟ ୭ ଜାନୁଆରୀରୁ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଓ ୧୫ ଜାନୁଆରୀରୁ ଗାବାରେ ଚତୁର୍ଥ ଟେଷ୍ଟ ଖେଳାଯିବ ।

ଏହାପୂର୍ବରୁ ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ଷ୍ଟିଭ ୱାହ କହିଥିଲେ ଯେ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ବିରାଟ କୋହଲି ଓ ଟିମ୍ ଇଣ୍ଡିଆ ସହ ସ୍ଲେଜିଂ ନ କରିବା ଉଚିତ । ଷ୍ଟିଭ ୱାହ ଇଏସପିଏନ୍ କ୍ରିକିନଫୋରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କହିଛନ୍ତି, ''ସ୍ଲେଜିଂ କାରଣରୁ ବିରାଟ କୋହଲିଙ୍କୁ କୌଣସି ଅସୁବିଧା ହେବ ନାହିଁ। ଏହା ମହାନ ଖେଳାଳିଙ୍କୁ ଏହା ପ୍ରଭାବିତ କରେ ନାହିଁ । ତେଣୁ ଏଥିରୁ ଦୂରରେ ରୁହନ୍ତୁ ।"

ସେ କହିଛନ୍ତି, 'ଏହା ତାଙ୍କୁ ଅଧିକ ରନ୍ ସ୍କୋର କରିବାକୁ ଅତିରିକ୍ତ ପ୍ରେରଣା ଯୋଗାଇବ । ତେଣୁ ଏହା ଉପରେ ଶବ୍ଦର ତୀର ନ ଛାଡ଼ିବା ଭଲ । ତତ୍କାଳୀନ ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍ ପାଏନ୍ ଓ ତାଙ୍କ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ବେଳେ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ୍ ୨-୧ ରେ ଜିତିଥିଲା ।

ଷ୍ଟିଭ୍ ୱଗ୍ କହିଛନ୍ତି, 'କୋହଲି ଜଣେ ବିଶ୍ୱ ସ୍ତରୀୟ ଖେଳାଳି ଓ ସେ ସିରିଜର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବାକୁ ଚାହୁଁଛନ୍ତି । ଗତଥର ଭାରତରେ ଷ୍ଟିଭ୍ ସ୍ମିଥ୍ ଓ ସେ ମୁହାଁମୁହିଁ ହୋଇଥିଲେ ଯେଉଁଥିରେ ସ୍ମିଥ୍ ତିନୋଟି ଶତକ ଲଗାଇ ଆଗରେ ରହିଥିଲେ । ଏହା ମଧ୍ୟ ତାଙ୍କ ମନରେ ରହିବ ଓ ସେ ଅଧିକ ରନ୍ ସ୍କୋର କରିବାକୁ ଚାହିଁବେ ।"
Published by:Jagdish Barik
First published: