IND VS AUS: ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଜିତିବା ପରେ ଆସିଲା ରୋହିତ ଶର୍ମାଙ୍କ ରାୟ; କହିଲେ ଏହି କଥା

IND VS AUS: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ୍ ହେବା ପରେ ରୋହିତ ଶର୍ମା (Rohit Sharma) ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଇଥିଲେ । ଆହତ କାରଣରୁ ସେ ଅଷ୍ଟ୍ରେଲିଆ ଯାଇପାରିନଥିଲେ ।

ଅତୀତରେ ରୋହିତ ଶର୍ମାଙ୍କ ଆଘାତକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା

ଅତୀତରେ ରୋହିତ ଶର୍ମାଙ୍କ ଆଘାତକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା

  • Share this:
News18 Odia Digital

ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆ ଟି-୨୦ ସିରିଜରେ (Ind Vs Aus) ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ରବିବାର ଅଷ୍ଟ୍ରେଲିଆକୁ ୬ ୱିକେଟ୍ରେ ପରାସ୍ତ କରିଛି । ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ବର୍ତ୍ତମାନ ୨-୦ ଅଗ୍ରଣୀ ହାସଲ କରିଛି । ଟିମ୍ ଇଣ୍ଡିଆର ବିଜୟକୁ ନେଇ ସବୁଆଡେ ପ୍ରଶଂସା କରାଯାଉଛି । ଶେଷ ୫ ଓଭରରେ ଭାରତ ୫୪ ରନ୍ ସ୍କୋର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ବିଶେଷ କଥା ହେଉଛି ରୋହିତ ଶର୍ମାଙ୍କ ପରି ଭେଟେରାନ ଓପନର୍ ଏହି ସିରିଜରେ ଖେଳୁ ନଥିଲେ । ସିରିଜ୍ ଜିତିବା ପରେ ରୋହିତ ଦଳର ସମସ୍ତ ଖେଳାଳିଙ୍କୁ ପ୍ରଶଂସା କରିଥିଲେ ।

କ’ଣ କହିଲେ ରୋହିତ ଶର୍ମା?
ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହେବା ପରେ ରୋହିତ ଶର୍ମା ସମ୍ପୂର୍ଣ୍ଣ ଶାନ୍ତ ହୋଇଯାଇଥିଲେ । ଆହତ କାରଣରୁ ସେ ଅଷ୍ଟ୍ରେଲିଆ ଯାଇପାରିନଥିଲେ । ବର୍ତ୍ତମାନ ପ୍ରଥମ ଥର ପାଇଁ ଟି-୨୦ ସିରିଜ ଜିତିବା ପରେ ରୋହିତ ଟ୍ୱିଟରରେ ଲେଖିଛନ୍ତି, 'ଟିମ୍ ଇଣ୍ଡିଆ ପାଇଁ ସିରିଜରେ ଏହା ଏକ ଜବରଦସ୍ତ ବିଜୟ । ଟିମ୍ ଇଣ୍ଡିଆ କିପରି ଏହି ବିଜୟ ହାସଲ କଲା ତାହା ଦେଖି ଭଲ ଲାଗିଲା । ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ।



ବିରାଟ ମଧ୍ୟ ରୋହିତଙ୍କୁ ମନେ ପକାଇଲେ
ବିଜୟ ପରେ ଅଧିନାୟକ ବିରାଟ କୋହଲି ମଧ୍ୟ ରୋହିତ ଶର୍ମାଙ୍କୁ ମନେ ପକାଇଥିଲେ । ମ୍ୟାଚ୍ ପରେ ବିରାଟ କହିଛନ୍ତି, 'ଏହା ଏକ ବଡ଼ ବିଜୟ। ଏକ ଦଳ ଭାବରେ ଆମେ ଟି-୨୦ ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିଛୁ । ବିଶେଷ କଥା ହେଉଛି ଏହି ମ୍ୟାଚଗୁଡିକରେ ଆମେ ରୋହିତ ଶର୍ମା ଓ ଜସପ୍ରୀତ ବୁମ୍ରା ବିନା ଖେଳିଥିଲୁ ଏବଂ ଏହା ସତ୍ତ୍ୱେ ଆମେ ଜିତିଥିଲୁ । ଏପରି ପରିସ୍ଥିତିରେ ଏହି ବିଜୟ ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ।'

ରୋହିତ ଓ ବିରାଟଙ୍କ ମଧ୍ୟରେ ବିବାଦ!
ଅତୀତରେ ରୋହିତ ଶର୍ମାଙ୍କ ଆଘାତକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା । କ୍ୟାପଟେନ ବିରାଟ କୋହଲି ଅଷ୍ଟ୍ରେଲିଆରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଛନ୍ତି ଯେ ରୋହିତଙ୍କ ଆଘାତକୁ ନେଇ ତାଙ୍କୁ ଅନ୍ଧାରରେ ରଖାଯାଇଛି । ବିରାଟ କହିଥିଲେ ଯେ ରୋହିତ କାହିଁକି ଅଷ୍ଟ୍ରେଲିଆ ଆସିନାହାଁନ୍ତି ଓ ବର୍ତ୍ତମାନ ତାଙ୍କ ଆଘାତରେ ପରିସ୍ଥିତି କ’ଣ ରହିଛି ସେ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ । ବିରାଟଙ୍କ ଏହି ବିବୃତ୍ତି ପରେ କ୍ରିକେଟ୍ ଜଗତରେ ଏକ ରାକସ୍ ସୃଷ୍ଟି ହୋଇଥିଲା । ବିସିସିଆଇକୁ ଏଥିପାଇଁ ରାତାରାତି ସ୍ପଷ୍ଟ କରିବାକୁ ପଡିଲା ।
Published by:Jagdish Barik
First published: