IND VS AUS: ରୋହିତ ଶର୍ମା, ପନ୍ତ ଓ ଶୁଭମନ ଗିଲଙ୍କ ସିଡନୀରେ ଖେଳିବା ନିଶ୍ଚିତ ହେଲା; କ୍ରିକେଟ୍ ଅଷ୍ଟ୍ରେଲିଆ ଅସହାୟ!

Bio Bubble Breach Controversy: ରୋହିତ ଶର୍ମାଙ୍କ ସମେତ ପାଞ୍ଚ ଜଣ ଭାରତୀୟ ଖେଳାଳିଙ୍କୁ ବାୟୋ-ବବଲ୍ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । କିନ୍ତୁ ବର୍ତ୍ତମାନ ଖବର ପ୍ରକାଶ ପାଇଛି ଯେ ଏହି ଖେଳାଳିମାନେ ସିଡନୀ ଟେଷ୍ଟରେ ଖେଳିବା ନିଶ୍ଚିତ ହୋଇଛି ।

IND VS AUS: ରୋହିତ ଶର୍ମା, ପନ୍ତ ଓ ଶୁଭମନ ଗିଲଙ୍କ ସିଡନୀରେ ଖେଳିବା ନିଶ୍ଚିତ ହେଲା; କ୍ରିକେଟ୍ ଅଷ୍ଟ୍ରେଲିଆ ଅସହାୟ!
ରୋହିତ ଶର୍ମା, ପନ୍ତ ଓ ଶୁଭମନ ଗିଲ ସିଡନୀରେ ଖେଳିବା ନିଶ୍ଚିତ ହେଲା
  • News18 Odia
  • Last Updated: January 3, 2021, 6:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ବାୟୋ-ବବଲ୍ ଉଲ୍ଲଂଘନ ମାମଲାରେ ବର୍ତ୍ତମାନ ଭାରତୀୟ ପ୍ରଶଂସକ ଓ ଟିମ୍ ଇଣ୍ଡିଆ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମା, ଓପନର୍ ଶୁଭମାନ ଗିଲ ଓ ୱିକେଟ୍ କିପର ଋଷଭ ପନ୍ତ ସିଡନୀ ଟେଷ୍ଟରେ ଖେଳିବାର ନିଶ୍ଚିତ ହୋଇଛି । କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଖେଳାଳିଙ୍କ ବିରୋଧରେ ବାୟୋ-ବବଲ୍ ଉଲ୍ଲଂଘନ କରିଥିବା ଅଭିଯୋଗ କରୁଛି । ଏହି ଖେଳାଳିମାନେ ମେଲବୋର୍ଣ୍ଣର ଏକ ରେସ୍ତୋରାଁରେ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ । ଯେଉଁଠାରେ ସେମାନେ ବାୟୋ-ବବଲ୍ ପ୍ରୋଟୋକଲ୍ ଭାଙ୍ଗିଥିବାର ଅଭିଯୋଗ ହୋଇଥିଲା । ତେବେ ବିସିସିଆଇ ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି । ତେବେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଓ ଏହି ଖେଳାଳିଙ୍କୁ ଦଳର ଖେଳାଳିଙ୍କଠାରୁ ଅଲଗା ରଖାଯାଇଛି ।

କ୍ରିକେଟ୍ ଅଷ୍ଟ୍ରେଲିଆ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବ ନାହିଁ
ସିଡନୀ ମର୍ନିଂ ହେରାଲ୍ଡ ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା, ଋଷଭ ପନ୍ତଙ୍କ ସମେତ ପାଞ୍ଚଜଣ ଖେଳାଳି ବାୟୋ ବବଲ ଉଲ୍ଲଂଘନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆ ସେମାନଙ୍କ ଉପରେ କିଛି କାର୍ଯ୍ୟାନୁଷ୍ଠାନ କରିପାରିବ ନାହିଁ । ବାସ୍ତବରେ କ୍ରିକେଟ୍ ଅଷ୍ଟ୍ରେଲିଆ କେବଳ ନିଜ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିପାରିବ । ସିଡନୀ ମର୍ନିଂ ହେରାଲ୍ଡ ଅନୁଯାୟୀ ବିସିସିଆଇ ତାର ଖେଳାଳିଙ୍କ ସହ ଛିଡା ହୋଇଛି ଓ ଯାହାବି ହେଲେ ଏହି ଖେଳାଳିମାନେ ସିଡନୀ ଟେଷ୍ଟ ଖେଳିବେ । ଶନିବାର ଦିନ ବିସିସିଆଇର ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ରୋହିତ ଶର୍ମା, ଶୁଭମାନ ଗିଲ ଓ ଋଷଭ ପନ୍ତ ସିଡନୀରେ ନ ଖେଳିବାର କୌଣସି କାରଣ ନାହିଁ । ଯଦି କ୍ରିକେଟ୍ ଅଷ୍ଟ୍ରେଲିଆ ଏହା କରିବାକୁ ଚେଷ୍ଟା କଲା ତେବେ ଏହାର ଗୁରୁତର ପରିଣାମ ହୋଇପାରେ ।

ସୋମବାର ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ଟିମ୍ ସିଡନୀ ଅଭିମୁଖେ ଗସ୍ତ କରିବ । ରୋହିତ ଶର୍ମା, ପୃଥ୍ଵୀ ଶଃ, ଶୁଭମାନ ଗିଲ, ନବଦୀପ ସାଇନି ଓ ଋଷଭ ପନ୍ତ ମଧ୍ୟ ଦଳ ସହ ଯିବେ କିନ୍ତୁ ସେମାନେ ସାମାଜିକ ଦୂରତା ଅନୁସରଣ କରିବେ । ସିଡନୀରେ ତୃତୀୟ ଟେଷ୍ଟ ୭ ଜାନୁଆରୀରୁ ଆରମ୍ଭ ହେବ । ଟେଷ୍ଟ ସିରିଜ୍ ୧-୧ ସହିତ ଟାଇ ରହିଛି । ପ୍ରଥମ ଦୁଇଟି ଟେଷ୍ଟ ଖେଳି ନ ଥିବା ରୋହିତ ଶର୍ମା ଶେଷ ଦୁଇଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ହୋଇଛନ୍ତି ।
Published by: Jagdish Barik
First published: January 3, 2021, 6:01 PM IST
corona virus btn
corona virus btn
Loading