IND VS AUS: ଭାରତ ଅଷ୍ଟ୍ରେଲିଆକୁ ହରାଇବା ପରେ ରିକି ପୋଣ୍ଟିଂ ‘ସ୍ତବ୍ଧ’ ହେଲେ; କହିଲେ: ‘କେମିତି ହେଲା?’
ବ୍ରିସବେନ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟରେ ପରାସ୍ତ କରି ସିରିଜକୁ ୨-୧ରେ ଜିତିବା ପରେ ରିକି ପୋଣ୍ଟିଙ୍ଗଙ୍କ (Ricky Ponting) ପରି ବଡ଼ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଭବିଷ୍ୟତବାଣୀ ଭୁଲ୍ ପ୍ରମାଣିତ ହୋଇଛି ।

ରିକି ପୋଣ୍ଟିଂ ଅଷ୍ଟ୍ରେଲିଆର ପରାଜୟକୁ ବିଶ୍ୱାସ କରିପାରୁ ନାହାନ୍ତି ।
- News18 Odia
- Last Updated: January 19, 2021, 11:09 PM IST
ନୂଆ ଦିଲ୍ଲୀ: ଭାରତ ଅଷ୍ଟ୍ରେଲିଆକୁ ହରାଇ ଟେଷ୍ଟ୍ ସିରିଜ୍ ଜିତିଯିବା (Ind vs Aus) ପରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍ ଅଧିନାୟକ ରିକି ପୋଣ୍ଟିଙ୍ଗ (Ricky Ponting) 'ସ୍ତବ୍ଧ' ହୋଇଯାଇଛନ୍ତି । ସେ ଜାଣିପାରୁନାହାନ୍ତି ଭାରତର 'ଏ ଟିମ୍' କେମିତି ଅଷ୍ଟ୍ରେଲିଆକୁ ନିଜ ଗ୍ରାଉଣ୍ଡରେ ପରାସ୍ତ କଲା, ଯଦିଓ ସେ ସ୍ୱୀକାର କରିଛନ୍ତି ଯେ ଭାରତୀୟ ଦଳ ଏହି ବିଜୟ ପାଇଁ ଯୋଗ୍ୟ ।
‘‘ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ ଅଷ୍ଟ୍ରେଲିଆ ଏହି ସିରିଜ୍ ଜିତି ପାରିଲା ନାହିଁ । ଏହା ଭାରତର ଏ ଟିମ୍ ଥିଲା, ଆଉ ତଥାପି ସେମାନେ ମ୍ୟାଚ୍ ଜିତିଗଲେ… (India vs Australia) ଗତ ପାଞ୍ଚ ଛଅ ସପ୍ତାହ ଧରି ଭାରତୀୟ ଦଳ ଯେଉଁ ପରିସ୍ଥିତି ଦେଇ ଗତି କରିଛି ତାହା ଅକଳ୍ପନୀୟ । ତାଙ୍କ ଅଧିନାୟକ (ବିରାଟ୍ କୋହଲି, Virat Kohli) ଘରକୁ ଫେରିଗଲେ ଓ ଅନେକ ଖେଳାଳି ଆଘାତ ପାଇଥିବା ଯୋଗୁଁ ଭାରତ ଏକ ପୁରା ଶକ୍ତିଶାଳୀ ଦଳକୁ ପଡ଼ିଆକୁ ଓହ୍ଲାଇ ପାରି ନ ଥିଲା…,’’ ପୋଣ୍ଟିଂ ‘କ୍ରିକେଟ୍ ଡଟ୍ କମ୍ ଡଟ୍ ଏୟୁ’କୁ ଏକ ସାକ୍ଷାତକାରରେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ବାଲେଶ୍ୱର: ବିଲ ମଝିରେ ଅଚିହ୍ନା ଯୁବତୀଙ୍କ ଉଲଗ୍ନ ମୃତ ଦେହ ମିଳିଲା; ହତ୍ଯା ସନ୍ଦେହ
ଏହା ବି ପଢ଼ନ୍ତୁ | ଓଲିଉଡ୍ର ଷ୍ଟାର୍ ଦମ୍ପତି ବର୍ଷା ଓ ଅନୁଭବ ମହିଳା କମିଶନଙ୍କ ନିକଟରେ ହାଜର ହେଲେ
ସେ ଆହୁରି କହିଛନ୍ତି, ‘‘ସେମାନେ (ଭାରତୀୟ ଦଳ) ଖୁବ୍ ଉଚ୍ଚ କୋଟୀର କ୍ରିକେଟ୍ ଖେଳିଛନ୍ତି । ଟେଷ୍ଟ ମ୍ୟାଚର ସବୁ ନିର୍ଣ୍ଣାୟକ ଘଟଣାରୁ ସେମାନେ ଫାଇଦା ନେଇପାରିଲେ ଯାହା ଅଷ୍ଟ୍ରେଲିଆ କରିପାରିଲା ନାହିଁ । ଦୁଇଟି ଦଳ ମଧ୍ୟରେ ଏହା ହିଁ ବଡ଼ ପାର୍ଥକ୍ୟ ଥିଲା । ଭାରତ ଏହି ବିଜୟ ପାଇଁ ଯୋଗ୍ୟ ଥିଲା ।’’
ଏହା ବି ପଢ଼ନ୍ତୁ | ଯାଜପୁର: ଔଷଧ ଦୋକାନୀ ଠାରୁ ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଡ୍ରଗ୍ସ ଇନ୍ସପେକ୍ଟର ଅଫିସ୍ର ପିଅନ୍
ଟେଷ୍ଟ ସିରିଜ୍ ପୂର୍ବରୁ ରିକି ପୋଣ୍ଟିଂ ଦାବି କରିଥିଲେ ଯେ ଅଷ୍ଟ୍ରେଲିଆ ଏ ଥର ଭାରତକୁ ୪-୦ରେ ପରାସ୍ତ କରିବ । କିନ୍ତୁ ମେଲବର୍ଣ୍ଣରେ (Melbourne Test) ଜିତି ଟିମ୍ ଇଣ୍ଡିଆ ତାଙ୍କର ସେହି ଭବିଷ୍ୟବାଣୀକୁ ଭୁଲ୍ ପ୍ରମାଣିତ କରିଛି । ଏହା ପରେ ସିଡନୀ ଟେଷ୍ଟ ସମୟରେ ରିକି ପୋଣ୍ଟିଂ ଦାବି କରିଥିଲେ ଯେ ଟିମ୍ ଇଣ୍ଡିଆ ୨୦୦ ରନ୍ ସ୍କୋର କରିପାରିବ ନାହିଁ, କିନ୍ତୁ ରହାଣେଙ୍କ ଖେଳାଳିମାନେ ମ୍ୟାଚ୍ ଡ୍ର କରାଇବାରେ ସଫଳ ହେଲେ ।
ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ
ଏହା ପରେ ରିକି ପୋଣ୍ଟିଂ କହିଥିଲେ ଯେ ବ୍ରିସବେନ ଯିବାକୁ ଟିମ୍ ଇଣ୍ଡିଆ ଭୟ କରୁଛି, କିନ୍ତୁ ଗାବା ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଦଳକୁ ଜବରଦସ୍ତ ଧକ୍କା ଦେଇ ଭାରତ ଏହି ସିରିଜ୍ ଜିତିଲା ।
କେବଳ ରିକି ପଣ୍ଟିଂ ନୁହନ୍ତି, ମାର୍କ ୱ (Mark Waugh) ଓ ଆଲାନ୍ ବର୍ଡରଙ୍କ (Alan Border) ପରି ବଡ଼ ଅଷ୍ଟ୍ରେଲୀୟ ଖେଳାଳି ଟିମ୍ ଇଣ୍ଡିଆ ବିପକ୍ଷରେ ବିବୃତ୍ତି ଦେଇଥିଲେ । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱନ୍ ବି ଦାବି କରିଥିଲେ ଯେ ଭାରତ ସିରିଜ୍ ୦-୪ରେ ହାରିବ, କିନ୍ତୁ ଟିମ୍ ଇଣ୍ଡିଆ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରିଦେଇଛି ।