IND vs AUS: ମହମ୍ମଦ ସିରାଜଙ୍କୁ ପୁଣି କୁହାଗଲା ଅପଶବ୍ଦ; ଷ୍ଟାଡିୟମରେ ପହଞ୍ଚିଲା ପୋଲିସ, କିଛି ଦର୍ଶକଙ୍କୁ କାଢ଼ିଲା

IND vs AUS: ସିଡନୀ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ଦର୍ଶକମାନେ ପୁନର୍ବାର ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ଉପରେ ଅଭଦ୍ର ଟିପ୍ପଣୀ କରିଛନ୍ତି ।

IND vs AUS: ମହମ୍ମଦ ସିରାଜଙ୍କୁ ପୁଣି କୁହାଗଲା ଅପଶବ୍ଦ; ଷ୍ଟାଡିୟମରେ ପହଞ୍ଚିଲା ପୋଲିସ, କିଛି ଦର୍ଶକଙ୍କୁ କାଢ଼ିଲା
ମହମ୍ମଦ ସିରାଜଙ୍କୁ ପୁଣି କୁହାଗଲା ଅପଶବ୍ଦ
  • News18 Odia
  • Last Updated: January 10, 2021, 10:49 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଦର୍ଶକମାନେ ଅଭଦ୍ରତା କରିବାରୁ ନିବୃତ୍ତ ହେଉନାହାଁନ୍ତି । ସିଡନୀ ଟେଷ୍ଟର ଚତୁର୍ଥ ଦିନରେ ଦର୍ଶକ ପୁଣିଥରେ ଭାରତୀୟ ବୋଲର ମହମ୍ମଦ ସିରାଜଙ୍କ ଉପରେ ଅପଶବ୍ଦର ବ୍ୟବହାର କରିଥିଲେ । ଅମ୍ପାୟାର ପାଲ ରିଫେଲଙ୍କ ନିକଟରେ ସିରାଜ ଅଭିଯୋଗ କରିଛନ୍ତି । ସେ ଅମ୍ପାୟାରମାନଙ୍କୁ କହିଥିଲେ ଯାହାକୁ ଲୋକମାନେ ତାଙ୍କ ସହ ଅଭଦ୍ରତା କରୁଛନ୍ତି । ଏହା ପରେ ପୋଲିସ ସିରାଜ ଉଲ୍ଲେଖ କରିଥିବା ସ୍ଥାନରୁ ଏକ ଗୋଷ୍ଠୀର ଲୋକଙ୍କୁ ଷ୍ଟାଣ୍ଡ ଛାଡିବାକୁ କହିଥିଲେ । 6 ଜଣଙ୍କୁ ଷ୍ଟାଡିୟମରୁ ବାହାର କରି ଦିଆଯାଇଥିଲା ।

ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଦଳର ଖେଳାଳି ଜସପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କ ସହ ଅଷ୍ଟ୍ରେଲୀୟା ଦର୍ଶକଙ୍କ ଦ୍ୱାରା ଜାତିଗତ ଟିପ୍ପଣୀ କାଯାଇଥିବା ଅଭିଯୋଗ ହେବା ପରେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) ଆଇସିସି ମ୍ୟାଚ୍ ରେଫରିଙ୍କ ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ କରିଥିଲା ।

ବିସିସିଆଇ ସୂତ୍ର ଅନୁଯାୟୀ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଥିବା ଏକ ଷ୍ଟାଣ୍ଡରେ ଉପସ୍ଥିତ ଥିବା ଜଣେ ମଦ୍ୟପ ଦର୍ଶକ 2007-08 ମସିହାରେ ଅଷ୍ଟ୍ରେଲିଆ ଗସ୍ତରେ ଥିବା 'ମାଙ୍କଡ଼' ଏପିସୋଡକୁ ମନେ ପକାଇ ସିରାଜଙ୍କୁ 'ମାଙ୍କଡ' କହିଥିଲେ । କୌତୁହଳର ବିଷୟ ସିଡନୀ ଟେଷ୍ଟ ସମୟରେ ମାଙ୍କେଗେଟ୍ ଏପିସୋଡ୍ ମଧ୍ୟ ଘଟିଥିଲା ​​ଯେତେବେଳେ ଆଣ୍ଡ୍ରିୟୁ ସାଇମଣ୍ଡସ୍ ଦାବି କରିଥିଲେ ଯେ ହରଭଜନ ସିଂ ତାଙ୍କୁ ଅନେକ ଥର ମାଙ୍କଡ଼ ବୋଲି କହିଥିଲେ । କିନ୍ତୁ ଭାରତୀୟ ଅଫ୍ ସ୍ପିନର ଏହି କଥା ଶୁଣିବା ପରେ ସମ୍ପୂର୍ଣ୍ଣ ପ୍ରତ୍ୟାଖାନ କରିଥିଲେ ।

ତୃତୀୟ ଦିନର ଖେଳ ଶେଷ ହେବା ପରେ ଭାରତୀୟ ଦଳର ବରିଷ୍ଠ ଖେଳାଳି, ଅମ୍ପାୟାର ଓ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏଥିରେ କ୍ୟାପଟେନ ଅଜିଙ୍କ୍ୟ ରାହାଣେ ମଧ୍ୟ ଜଡିତ ଥିଲେ । ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଉଭୟ ଭାରତୀୟ ଖେଳାଳି ଫିଲ୍ଡିଂ କରୁଥିବା ବେଳେ ଏହି ଘଟଣା ଘଟିଥିଲା ।
Published by: Jagdish Barik
First published: January 10, 2021, 10:49 AM IST
corona virus btn
corona virus btn
Loading