IND vs AUS: ଭାରତୀୟ ପ୍ରଶଂସକ ନିଜର ଅଷ୍ଟ୍ରେଲୀୟାନ ଗର୍ଲଫ୍ରେଣ୍ଡଙ୍କୁ KISS କରି ପ୍ରପୋଜ କଲେ; ମ୍ୟାକ୍ସୱେଲ ତାଳି ମାରିଲେ

ଯେତେବେଳେ ବିରାଟ କୋହଲି ନିଜର ୫୯ତମ ODI ଅର୍ଦ୍ଧ ଶତକ ଆଡ଼କୁ ଦ୍ରୁତ ଗତିରେ ଆଗକୁ ବଢୁଥିଲେ ଠିକ୍ ସେତେବେଳେ ସମସ୍ତଙ୍କ ଧ୍ୟାନ ଖେଳାଳିଙ୍କଠାରୁ ଦର୍ଶକଙ୍କ ଆଡ଼କୁ ସ୍ଥାନାନ୍ତରିତ ହୋଇଥିଲା ।

ମ୍ୟାଚ୍ ମଧ୍ୟରେ ନିଜ ପ୍ରେମିକାଙ୍କୁ ପ୍ରପୋଜ କରିବା ସମୟରେ ଭାରତୀୟ ପ୍ରଶଂସକ

ମ୍ୟାଚ୍ ମଧ୍ୟରେ ନିଜ ପ୍ରେମିକାଙ୍କୁ ପ୍ରପୋଜ କରିବା ସମୟରେ ଭାରତୀୟ ପ୍ରଶଂସକ

  • Share this:
News18 Odia Digital
ନୂଆ ଦିଲ୍ଲୀ: ସିଡନୀରେ ଆୟୋଜକ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ପୁଣି ଥରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ପ୍ରଥମ ଆୟୋଜକ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କୁ କଡ଼ା ଜବାବରେ ପରାସ୍ତ କରି ଭ୍ରମଣକାରୀ ଦଳକୁ ୩୯୦ ରନ୍ ଦେଇ ଏକ ବଡ଼ ଲକ୍ଷ୍ୟ ଦେଇଥିଲା । ଏହି ବଡ଼ ଲକ୍ଷ୍ୟକୁ ପିଛାକରି ଭାରତ ୬୦ ରନରେ ଦୁଇଟି ୱିକେଟ୍ ହରାଇଥିଲା । ଏହା ପରେ ଅଧିନାୟକ ବିରାଟ କୋହଲି ସଂଘର୍ଷ କରି ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା । ତେବେ 35 ତମ ଓଭରର ପଞ୍ଚମ ବଲରେ ଜୋଶ ହାଜଲେଉଡ କୋହଲିଙ୍କ ଇନିଂସକୁ ୮୯ ରନରେ ସୀମିତ କରି ଭାରତକୁ ଏକ ବଡ଼ ଝଟକା ଦେଇଥିଲେ । ସିଡନୀ ଗ୍ରାଉଣ୍ଡରେ ଏହା କୋହଲିଙ୍କ ସର୍ବୋତ୍ତମ ଇନିଂସ ।

କୋହଲି ୫୩ଟି ବଲରେ ନିଜର ୫୯ ତମ ODI ଅର୍ଦ୍ଧ ଶତକ ହାସଲ କରିଥିଲେ । ଅର୍ଦ୍ଧ ଶତକ ପରେ କୋହଲିଙ୍କ ବ୍ୟାଟିଂ ଅଧିକ ଆକ୍ରମଣାତ୍ମକ ହୋଇଥିଲା । ଅବଶ୍ୟ ଯେତେବେଳେ କୋହଲି ତାଙ୍କ ଅର୍ଦ୍ଧ ଶତକ ଆଡ଼କୁ ଦ୍ରୁତ ଗତିରେ ଯାଉଥିଲେ ସେତେବେଳେ ସମସ୍ତଙ୍କ ଧ୍ୟାନ ଖେଳାଳିଙ୍କ ଠାରୁ ଦର୍ଶକଙ୍କ ଆଡକୁ ସ୍ଥାନାନ୍ତରିତ ହୋଇଥିଲା ।

ଏହା ବି ପଢ଼ନ୍ତୁ | ପରୀ ହତ୍ୟା ମାମଲା: BJP କହିଲା CM ମନ୍ତ୍ରୀ ଅରୁଣଙ୍କୁ ବରଖାସ୍ତ କରି CBI ତଦନ୍ତ ପାଇଁ ଲେଖନ୍ତୁ

ଯେତେବେଳେ କୋହଲି ୩୫ ରନରେ ବ୍ୟାଟିଂ କରୁଥିଲେ ଠିକ୍ ସେତେବେଳେ ଦର୍ଶକ ଗ୍ୟାଲେରୀରେ ବସିଥିବା ଜଣେ ଭାରତୀୟ ପ୍ରଶଂସକ ତାଙ୍କ ଅଷ୍ଟ୍ରେଲୀୟାନ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଥିଲେ । ଭାରତୀୟ ପ୍ରଶଂସକ ତାଙ୍କ ପ୍ରେମିକାଙ୍କୁ ରିଙ୍ଗ ଦେଇ ପ୍ରପୋଜ କରିଥିଲେ ।



ଅଷ୍ଟ୍ରେଲିଆରେ ଚାଲିଥିବା ଏକଦିବସୀୟ ସିରିଜ ଜିତିବାର ସୁଯୋଗ ଭାରତ ହରାଇଛି । ରବିବାର ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୫୧ ରନରେ ପରାସ୍ତ କରିଛି । ଏହି ସିରିଜକୁ  ଅଷ୍ଟ୍ରେଲିଆ ୦-୨ ରେ ଜିତିନେଇଛି । ଅଷ୍ଟ୍ରେଲିଆ ବ୍ୟାଟିଂ କରି ପ୍ରଥମେ ୩୮୯ ରନ୍ ସ୍କୋର କରିଥିଲା । ଏହାର ଜବାବରେ ଭାରତୀୟ ଦଳ ୩୩୮ ରନ୍ ସ୍କୋର କରିବାରେ ସମର୍ଥ ହୋଇଥଲା ।
Published by:Jagdish Barik
First published: