IND VS AUS: ବ୍ରିସବେନ ଟେଷ୍ଟରେ ଶାର୍ଦ୍ଦୁଲ ଓ ୱାଶିଂଟନଙ୍କ ବ୍ୟାଟିଂ ଦମରେ ଭାରତର ପ୍ରତ୍ୟାବର୍ତ୍ତନ

ୱାଶିଂଟନ୍ ସୁନ୍ଦର (Washington Sundar) ଓ ଶାର୍ଦ୍ଦୁଲ ଠାକୁର (Shardul Thakur) ବ୍ରିସବେନ ଟେଷ୍ଟର ତୃତୀୟ ଦିନରେ ଶତକୀୟ ଭାଗିଦାରୀ କରି ଭାରତକୁ ୩୩୬ ରନ୍ ସ୍କୋରରେ ପହଞ୍ଚାଇବାରେ ମହତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ ।

ବ୍ରିସବେନ ଟେଷ୍ଟରେ ଶାର୍ଦ୍ଦୁଲ ଓ ୱାଶିଂଟନଙ୍କ ବ୍ୟାଟିଂ ଦମରେ ଭାରତର ପ୍ରତ୍ୟାବର୍ତ୍ତନ

ବ୍ରିସବେନ ଟେଷ୍ଟରେ ଶାର୍ଦ୍ଦୁଲ ଓ ୱାଶିଂଟନଙ୍କ ବ୍ୟାଟିଂ ଦମରେ ଭାରତର ପ୍ରତ୍ୟାବର୍ତ୍ତନ

  • Share this:
News18 Odia Digital
ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆର ଅଭେଦ ଦୁର୍ଗ ବୋଲି ବିବେଚନା କରାଯାଉଥିବା ବ୍ରିସବେନର ଗାବା ଗ୍ରାଉଣ୍ଡରେ ଟିମ୍ ଇଣ୍ଡିଆ ଆୟୋଜକ ଦଳ ଉପରେ ଏକ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଖେଳର ତୃତୀୟ ଦିନରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୩୬ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା । ଏକ ଏପରି ସମୟ ଥିଲା ଯେତେବେଳେ ଦଳ ୧୮୬ ରନ୍ କରି ୬ ଟି ୱିକେଟ୍ ହରାଇଥିଲେ କିନ୍ତୁ ସପ୍ତମ ୱିକେଟରେ ଶାର୍ଦ୍ଦୁଲ ଠାକୁର ଓ ୱାଶିଂଟନ୍ ସୁନ୍ଦର ମଧ୍ୟରେ ୧୨୩ ରନର ଭାଗିଦାରୀ କରି ପରିଦର୍ଶକ ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇ ଥିଲେ । ଶାର୍ଦ୍ଦୁଲ ଠାକୁର ଓ ୱାଶିଂଟନ୍ ସୁନ୍ଦର ସେମାନଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ଠାକୁର ୧୧୫ ବଲରେ ୬୭ ରନ୍ ଓ ସୁନ୍ଦର ୧୪୪ ବଲରେ ୬୨ ରନ୍ ସଂଗ୍ରହ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଶତକୀୟ ସହଭାଗିତା ଆଧାରରେ ଭାରତ ୩୦୦ ରନ୍ ପହଞ୍ଚିଥିଲା ​​ଓ ଅଷ୍ଟ୍ରେଲିଆ ଏକ ବଡ଼ ଅଗ୍ରଣୀ ନେବାରେ ବିଫଳ ହୋଇଥିଲା । ଅଷ୍ଟ୍ରେଲିଆର ବୋଲିଂ ହିରୋ ଜୋଶ ହାଜଲେଉଡ୍ ଥିଲେ । ଯିଏ ୫୭ ରନ୍ ଦେଇ ୫ ଟି ୱିକେଟ୍ ନେଇଥିଲେ । ଷ୍ଟାର୍କ ଓ କମିନ୍ସ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ ଓ ଲିଅନ୍ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ ।

ଖେଳର ତୃତୀୟ ଦିନରେ ଟିମ୍ ଇଣ୍ଡିଆ ଅସୁବିଧାରେ ପଡ଼ିଥିଲା ଯେତେବେଳେ ଏହାର ବ୍ୟାଟ୍ସମ୍ୟାନ୍ମାନେ ଅଷ୍ଟ୍ରେଲୀୟ ବୋଲରମାନଙ୍କୁ ଉପହାର ସ୍ୱରୂପ ୱିକେଟ୍ ଦେଉଥିବାର ନଜର ଆସିଥିଲେ । ଚେତେଶ୍ୱର ପୂଜାରା ୯୪ ବଲରେ ୨୫ ରନ ସ୍କୋର କରି ହାଜଲେଉଡର ଶିକାର ହୋଇଥିଲେ । ଏହା ପରେ ୯୩ ଟି ବଲ ଖେଳିଥିବା ଅଜିଙ୍କ୍ୟ ରାହାଣେ ବହୁତ ଖରାପ ସଟ୍ ଖେଳିବା ପରେ ନିଜ ୱିକେଟ୍ ହରାଇଥିଲେ । ୩୭ ରନ୍ ସ୍କୋର କରିବା ପରେ ଟିମ୍ ଇଣ୍ଡିଆ ଅଧିନାୟକ ପାଭିଲିୟନକୁ ଫେରିଥିଲେ । ମୟଙ୍କ ଅଗ୍ରୱାଲ ମଧ୍ୟ ଭଲ ବ୍ୟାଟିଂ କରିଥିଲେ କିନ୍ତୁ ବ୍ୟକ୍ତିଗତ ରନରେ ୬୮ ରନରେ ସେ ହାଜେଲଉଡର ଆଉଟ ସ୍ୱଇଙ୍ଗ ବଲରେ ଆଉଟ ହୋଇଥିଲେ । ଋଷଭ ପନ୍ତଙ୍କ ସହ ସମାନ ଘଟଣା ଘଟିଥିଲା । ପନ୍ତ ଏକ ଭଲ ଆରମ୍ଭରେ କରିଥିଲେ କିନ୍ତୁ ହାଜେଲଉଡ୍ ତାଙ୍କୁ ବ୍ୟକ୍ତିଗତ ସ୍କୋରରେ ୨୩ ରେ ଆଉଟ କରିଥିଲେ ।

ୱାଶିଂଟନ୍ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ନିଜର ଶକ୍ତି ପ୍ରଦର୍ଶନ କରିଥିଲେ
ଏହା ପରେ ୱାଶିଂଟନ୍ ସୁନ୍ଦର ଓ ଶାର୍ଦ୍ଦୁଲ ଠାକୁର ଦଳର ବ୍ୟାଟ୍ସମ୍ୟାନ୍ମାନଙ୍କୁ ଟେଷ୍ଟ କ୍ରିକେଟରେ କିପରି ବ୍ୟାଟିଂ କରିବେ ତାହା ଦେଖାଇଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆକୁ ଶକ୍ତି ପ୍ରଦାନ କରିଥିଲେ । ଯେତବେଳେ ଦଳ ୨୨୦ ପୂର୍ବରୁ ସୀମିତ ହୋଇଯିବ ଦେଖାଯାଉଥିଲା । ଶାର୍ଦ୍ଦୁଲ ଠାକୁର ଅତ୍ୟନ୍ତ ଆକ୍ରମଣାତ୍ମକ ଦେଖାଯାଉଥିଲେ ଓ ସେ ପହଞ୍ଚିବା ମାତ୍ରେ ଗୋଟିଏ ଛକା ମାରିଥିଲେ । ଏହା ପରେ ସେ ଅଳ୍ପ କିଛି ସଟ୍ ଖେଳିଥିଲେ ଓ ତା’ପରେ ଛକା ସହ ନିଜର ଅର୍ଦ୍ଧ ଶତକ ପୂରଣ କରିଥିଲେ । ୱାଶିଂଟନ୍ ସୁନ୍ଦର ଅଲରାଉଣ୍ଡର ଭଳି ବ୍ୟାଟିଂ କରିଥିଲେ । ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଖରାପ ବଲରେ ଚାରିଟି ଚୌକା ମାରି ଭଲ ବଲକୁ ଡିଫେନ୍ସ ଖେଳିଥିଲେ । ସୁନ୍ଦର ମଧ୍ୟ ତାଙ୍କର ପ୍ରଥମ ଟେଷ୍ଟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ । ଅବଶ୍ୟ ଏହା ପରେ କମିନ୍ସ ଶାର୍ଦ୍ଦୁଲଙ୍କୁ ଆଉଟ କରି ଉଭୟଙ୍କ ଭାଗିଦାରୀ ଭାଙ୍ଗି ଦେଇଥିଲେ । ଶେଷରେ ହାଜଲେଉଡ୍ ୩୩୬ ରନ୍ ଭାରତୀୟ ଇନିଂସକୁ ସୀମିତ କରିବା ସହ ନବଦୀପ ସାଇନି ଓ ସିରାଜଙ୍କୁ ଆଉଟ କରି ଆୟୋଜକମାନଙ୍କୁ ୩୩ ରନ୍ ଅଗ୍ରଣୀ ଦେଇଥିଲେ ।

ଦ୍ୱିତୀୟ ଇନିଂସରେ ୱାର୍ଣ୍ଣର ଓ ହାରିସ୍ ଅଷ୍ଟ୍ରେଲିଆକୁ ଭଲ ଆରମ୍ଭ କରିଥିଲେ । ୱାର୍ଣ୍ଣର କିଛି ଭଲ ସଟ୍ ଖେଳିଥିଲେ ଓ ଦିନର ଖେଳ ଶେଷ ହେବା ବେଳକୁ ଅଷ୍ଟ୍ରେଲିଆ ବିନା କୌଣସି ୱିକେଟ୍ ହରାଇ ୨୧ ରନ୍ ସଂଗ୍ରହ କରିଥିଲା । ଅଷ୍ଟ୍ରେଲିଆ ବର୍ତ୍ତମାନ ୫୪ ରନ୍‌ର ଅଗ୍ରଣୀ ହାସଲ କରିଛି ।
Published by:Jagdish Barik
First published: