IND vs AUS: 'ଆଡିଲେଡ୍ ଟେଷ୍ଟରେ ଦୋହଲିଲା ପୃଥ୍ଵୀ!' ଦେଖନ୍ତୁ VIDEO
ଅଷ୍ଟ୍ରେଲିଆ ବିପକ୍ଷ ବୋର୍ଡର-ଗାଭାସ୍କର ଟ୍ରଫିର (Border-Gavaskar Trophy) ପ୍ରଥମ ଟେଷ୍ଟରେ ଭାରତର ଆରମ୍ଭ ଭଲ ହୋଇପାରି ନାହିଁ । ଟସ୍ ଜିତିବା ପରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଆସି ମାତ୍ର ମ୍ୟାଚର ଦ୍ୱିତୀୟ ବଲରେ ଏହାର ପ୍ରଥମ ୱିକେଟ୍ ହରାଇଥିଲା । ପୃଥ୍ଵୀ ଶଃ ଖାତା ନ ଖୋଲି ଆଉଟ ହୋଇ ଯାଇଥିଲେ ।

ଆଡିଲେଡ୍ ଟେଷ୍ଟର ପ୍ରଥମ ଇନିଂସରେ ପୃଥ୍ଵୀ ଶଃ ଖାତା ନ ଖୋଲି ଆଉଟ ହେଲେ
- News18 Odia
- Last Updated: December 17, 2020, 3:50 PM IST
ନୂଆ ଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ବୋର୍ଡ଼ର-ଗାଭାସ୍କର ଟ୍ରଫିର (Border-Gavaskar Trophy) ପ୍ରଥମ ଟେଷ୍ଟରେ ଭାରତର ଡେବ୍ୟୁ ଏତେ ଭଲ ହୋଇନାହିଁ । ଗୁରୁବାର (17 ଡିସେମ୍ବର) ଆଡିଲେଡରେ ଆରମ୍ଭ ହୋଇଥିବା ମ୍ୟାଚରେ ଭାରତ କ୍ୟାପଟେନ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ସେ ଆଶା କରିଥିଲେ ଯେ ଏହି ୱିକେଟ୍ ଭଲ ଓ ଏଥିରେ ଅଧିକ ରନ୍ ସ୍କୋର କରାଯାଇପାରିବ । ତେବେ ଖାତା ଖୋଲିବା ପରେ ଓପନର୍ ପୃଥ୍ଵୀ ଶଃ ଆଉଟ ହୋଇଯିବ ପରେ ତାଙ୍କର ଆଶା ମଉଳି ଯାଇଥିଲା । ଯେତେବେଳେ ପୃଥ୍ଵୀ ଆଉଟ୍ ହୋଇଥିଲେ ସେତେବେଳେ ଭାରତୀୟ ଦଳର ଖାତା ମଧ୍ୟ ଖୋଲା ନଥିଲା ।
With the second ball of the Test! #OhWhatAFeeling@Toyota_Aus | #AUSvIND pic.twitter.com/4VA6RqpZWt
— cricket.com.au (@cricketcomau) December 17, 2020
ଅଭ୍ୟାସ ମ୍ୟାଚ୍ରେ ମଧ୍ୟ ବଡ଼ ସ୍କୋର କରିପାରିନଥିବା ପୃଥ୍ଵୀ ଶଃ ତାଙ୍କ ଆତ୍ମବିଶ୍ୱାସରେ ଦୁର୍ବଳତା ପରିଲିକ୍ଷିତ ହୋଇଥିଲା । ସେ ଦୁର୍ବଳ ମନାସିକତା ସହ ଷ୍ଟାର୍କଙ୍କ ବଲ୍ ଖେଳିବାକୁ ଚେଷ୍ଟା କରିଥିଲେ । ବଲ୍ ବ୍ୟାଟର ଭିତର ଦେଇ ଷ୍ଟମ୍ପରେ ବାଜିଥିଲା । ପୃଥ୍ଵୀ ଦୁର୍ବଳ ବ୍ୟାଟିଂ ଉପରେ ଜଣେ କ୍ରିକେଟ୍ ପ୍ରଶଂସକ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ "ଆଡିଲେଡରେ ପୃଥ୍ଵୀ ଦୋହଲି ଯାଇଛି । IND vs AUS "
ପୂର୍ବରୁ ଟସ୍ ଜିତିବା ପରେ ବିରାଟ କୋହଲି କହିଛନ୍ତି, "ଏହା ଏକ ଭଲ ୱିକେଟ୍ । ଓ ଫ୍ଲାଟ ପିଚ ଅଟେ । ଏହା ଉପରେ ଭଲ ରନ୍ ସ୍କୋର କରାଯାଇ ହେବ । ଯଦି ଆପଣ ବିଦେଶରେ ଖେଳୁଛନ୍ତି, ତେବେ ପ୍ରଥମେ ବ୍ୟାଟିଂ କରି ସ୍କୋର କରିବା ଭଲ । ଆମେ ମ୍ୟାଚ୍ ପାଇଁ ଭଲ ପ୍ରସ୍ତୁତ କରିଛୁ । ଆମର ଖେଳାଳିମାନେ ନେଟରେ ବହୁତ ପରିଶ୍ରମ କରିଛନ୍ତି ଓ କିଛି ଅଭ୍ୟାସ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। "