IND VS AUS: ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ନାମରେ ରହିଲା ପ୍ରଥମ ଦିନ; ଭାରତ ୬ ୱିକେଟ୍ ହରାଇ କଲା ୨୩୩ ରନ୍

India vs Australia, 1st Test: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୪, ପୂଜାରା ୪୩ ଓ ରାହାଣେ ୪୨ ରନ ସ୍କୋର କରିଛନ୍ତି ।

IND VS AUS: ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ନାମରେ ରହିଲା ପ୍ରଥମ ଦିନ; ଭାରତ ୬ ୱିକେଟ୍ ହରାଇ କଲା ୨୩୩ ରନ୍
ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ନାମରେ ରହିଲା ପ୍ରଥମ ଦିନ
  • News18 Odia
  • Last Updated: December 17, 2020, 7:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଅଷ୍ଟ୍ରେଲୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ । ପ୍ରଥମ ଦିନରେ ନିର୍ଦ୍ଧାରିତ ସମୟ ସୁଦ୍ଧା ୮୯ ଓଭର ବୋଲିଂରେ ଭାରତ ୬ଟି ୱିକେଟ୍ ହରାଇ ୨୩୩ ରନ ସ୍କୋର କରିଥିଲା । ଭାରତୀୟ ଦଳ ଭଲ ସ୍କୋରରେ ପହଞ୍ଚି ପାରିଥାନ୍ତା କିନ୍ତୁ ଅନ୍ତିମ ସେସନରେ ଦଳ ବିରାଟ କୋହଲି, ଅଜିଙ୍କ୍ୟ ରାହାନେ ଓ ହନୁମା ବିହାରୀଙ୍କ ବଡ ୱିକେଟ୍ ହରାଇଥିଲା । ଯେଉଁଥିପାଇଁ ଖେଳର ପ୍ରଥମ ଦିନ ଅଷ୍ଟ୍ରେଲିଆ ଖାତାକୁ ଯାଇଥିଲା । ଅଷ୍ଟ୍ରେଲୀୟ ବୋଲରମାନେ ସଠିକ୍ ବୋଲିଂ କରିଥିଲେ ଓ ଟିମ୍ ଇଣ୍ଡିଆକୁ ଖୋଲାଭାବେ ଖେଳିବାକୁ ଦେଇନଥିଲେ । ବିରାଟ କୋହଲି ୭୪ ରନର ଇନିଂସ ଖେଳିଥିଲେ । ଅଜିଙ୍କ୍ୟ ରାହାନେ ୪୨ ଓ ପୂଜାରା ୪୩ ରନ ସ୍କୋର କରିଥିଲେ । ମିଚେଲ ଷ୍ଟାର୍କ ପ୍ରଥମ ଦିନରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ । ସେ ରାହାନେ ଓ ପୃଥ୍ଵୀ ଶଙ୍କୁ ନିଜର ଶିକାର କରିଥିଲେ । ନାଥନ୍ ଲିଅନ୍ ପୂଜାରାଙ୍କୁ ଆଉଟ କରିଥିଲେ । ଏଥି ସହିତ ହାଜଲେଉଡ୍ ହନୁମା ବିହାରୀଙ୍କୁ ଆଉଟ କରିଥିଲେ। କମିନ୍ସ ମାୟାନକ ଅଗ୍ରୱାଲଙ୍କ ୱିକେଟ୍ ନେଇଥିଲେ।

ଭାରତର ଖରାପ ଆରମ୍ଭ
ଆଡିଲେଡ୍ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ଭାରତୀୟ ଦଳର ଆରମ୍ଭ ବହୁତ ଖରାପ ଥିଲା । ଓପନର୍ ପୃଥ୍ଵୀ ଶଃ ଦ୍ୱିତୀୟ ବଲରେ ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ । ପୃଥ୍ଵୀ ଖାତା ମଧ୍ୟ ଖୋଲି ପାରି ନ ଥିଲେ । ଏହା ପରେ ମାୟାନକ ଅଗ୍ରୱାଲ ଓ ଚେତେଶ୍ୱର ପୂଜାରା ଦଳକୁ ଆଗକୁ ବଢ଼ାଇଥିଲେ । ଗୋଲାପୀ ବଲ୍ ବିପକ୍ଷରେ ଅଗ୍ରୱାଲ ଓ ପୂଜାରା ରନ୍ ଭଲ ସ୍କୋର କରିପାରି ନଥିଲେ । ୧୯ ତମ ଓଭରରେ ମୟଙ୍କ ଅଗ୍ରୱାଲ ଦ୍ୱିତୀୟ ୱିକେଟ୍ ଭାବେ ଭାରତ ହରାଇଥିଲା । ଅଗ୍ରୱାଲଙ୍କୁ ୧୭ ରନ୍‌ ବ୍ୟକ୍ତିଗତ ସ୍କୋରରେ କରି ପ୍ୟାଟ୍ କମିନ୍ସ ବୋଲିଂ ଆଉଟ ହୋଇଥିଲେ ।

ବିରାଟ-ପୂଜାରା ସମ୍ଭାଳିଥିଲେ ଇନିଂସ
ଯେତେବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ରିଜକୁ ଆସିଥିଲେ । ସେତେବେଳେ ତାଙ୍କୁ ଟିମ୍ ଇଣ୍ଡିଆ ପରିଚାଳନା କରିବାକୁ ଏକ ଚ୍ୟାଲେଞ୍ଜ ଥିଲା । କୋହଲି ପୂଜାରାଙ୍କ ସହ ଅଷ୍ଟ୍ରେଲୀୟ ବୋଲରଙ୍କ ସହ ମୁହାଁମୁହିଁ ହୋଇଥିଲେ । ତୃତୀୟ ୱିକେଟ୍ ପାଇଁ ୧୯୧ଟି ବଲରେ ଉଭୟ ବ୍ୟାଟ୍ସମ୍ୟାନ୍ ୬୮ ରନ୍ ଭାଗିଦାରୀ କରିଥିଲେ । ଏହି ସମୟରେ ପୂଜାରା ବହୁତ ସଂଯମତା ସହ ଖେଳିଥିଲେ । ପୂଜାରା ୧୪୮ ତମ ବଲ ଇନିଂସର ନିଜର ପ୍ରଥମ ଚୌକା ମାରିଥିଲେ । ତେବେ ଏହି ବ୍ୟାଟ୍ସମ୍ୟାନ୍ ନାଥାନ ଲିୟନଙ୍କୁ ବ୍ୟକ୍ତିଗତ ସ୍କୋର ୪୩ ରନରେ ନିଜ ୱିକେଟ୍ ଦେଇଦେଇଥିଲେ ।

ରାହାଣେ ଓ ବିରାଟ ଭାରତୀୟ ଇନିଂସକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇ ଥିଲେ
ପୂଜାରାଙ୍କ ଆଉଟ ହେବା ପରେ ଉପ-ଅଧିନାୟକ ରାହାଣେ କ୍ରିଜକୁ ଆସି ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଅପେକ୍ଷା ଟିକେ ଦ୍ରୁତ ବ୍ୟାଟିଂ କରିଥିଲେ । ରାହାଣେ ଖୋଲାଖୋଲି ଭାବେ ବ୍ୟାଟିଂ କରିଥିଲେ ଓ ଏହି ସମୟରେ ଅଧିନାୟକ ବିରାଟ କୋହଲି ୧୨୩ ବଲରେ ୨୩ ତମ ଅର୍ଦ୍ଧଶତକ ହାସଲ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍ ୮୮ ରନ୍ ପାର୍ଟନରସିପ କରିଥିଲେ । ତେବେ ଏହି ଯୋଡିର ଶେଷ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା । ରାହାଣେଙ୍କ ଭୁଲ କଲ୍ ଉପରେ ବିରାଟ କୋହଲି ଆଉଟ୍ ହୋଇଥିଲେ । ବିରାଟଙ୍କ ଆଉଟ ହେବା ପରେ ଟିମ୍ ଇଣ୍ଡିଆର ମିଡିଲ ଅର୍ଡର ଭାଙ୍ଗି ଯାଇଥିଲା । ଉପ-ଅଧିନାୟକ ରାହାନେ ୪୨ ରନରେ ଆଉଟ ହୋଇଥିଲେ। ହନୁମା ବିହାରୀ ୧୬ ରନରେ ଆଉଟ ହୋଇଥିଲେ। ଶେଷରେ କୌଣସି ପ୍ରକାରେ ଅଶ୍ୱିନ୍ ଓ ସାହା ଭାରତର ସପ୍ତମ ୱିକେଟ୍ ଯିବାକୁ ଦେଇନଥିଲେ ଓ ପ୍ରଥମ ଦିନରେ ଭାରତ ୬ଟି ୱିକେଟ୍ ହରାଇ ୨୩୩ ରନ ସ୍କୋର କରିଥିଲା ।
Published by: Jagdish Barik
First published: December 17, 2020, 7:25 PM IST
corona virus btn
corona virus btn
Loading