IND vs AUS 1st ODI Live Streaming: ଭାରତ ବନାମ ଅଷ୍ଟ୍ରେଲିଆ ଅନଲାଇନ୍ ଷ୍ଟ୍ରିମିଂ Sonylive ଓ Sony Sports ରେ ଦେଖିପାରିବେ

ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI, ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ଓ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ହେବାକୁ ଯାଉଛି । ଏହି ସିରିଜ୍ ୨୭ ନଭେମ୍ବର ଅର୍ଥାତ୍ ଶୁକ୍ରବାରରୁ ଆରମ୍ଭ ହେବ । ଯେଉଁଥିରେ ସର୍ବ ପ୍ରଥମ ODI ସିରିଜ୍ ଖେଳାଯିବ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ODI ସିରିଜ୍ ୨୭ ନଭେମ୍ବର ଅର୍ଥାତ୍ ଶୁକ୍ରବାରରୁ ଆରମ୍ଭ ହେବ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ODI ସିରିଜ୍ ୨୭ ନଭେମ୍ବର ଅର୍ଥାତ୍ ଶୁକ୍ରବାରରୁ ଆରମ୍ଭ ହେବ

  • Share this:
News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ (India vs Australia) ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ODI, ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ଓ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ହେବାକୁ ଯାଉଛି । ଏହି ସିରିଜ୍ ୨୭ ନଭେମ୍ବର ଅର୍ଥାତ୍ ଶୁକ୍ରବାରରୁ ଆରମ୍ଭ ହେବ । ଯେଉଁଥିରେ ସର୍ବ ପ୍ରଥମ ODI ସିରିଜ୍ ଖେଳାଯିବ । ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମ ଦିନିକିଆ ଖେଳାଯିବ । ODI ସିରିଜ୍ ପରେ ଟି -୨୦ ଓ ବୋର୍ଡର ଗାଭାସ୍କର ଟ୍ରଫି ୧୭ ଡିସେମ୍ବରରୁ ଖେଳାଯିବ । ବିରାଟ କୋହଲିଙ୍କ (Virat Kohli) ଦଳ ଗତ ମାର୍ଚ୍ଚ ମାସରେ ଏହାର ଶେଷ ଆନ୍ତର୍ଜାତୀୟ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲା । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ଧରି ଆନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ରହିଥିବା ଏହି ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ମଧ୍ୟରେ ଲଢେଇ କରିବାକୁ ଯାଉଛି ।

ପ୍ରଥମ ଦିନିକିଆ କ୍ରିକେଟ୍ ମ୍ୟାଚରେ ଦଳ ନିଜର 'ହିଟମ୍ୟାନ୍' ରୋହିତ ଶର୍ମାଙ୍କ (Rohit Sharma) ଅଭାବ ଅନୁଭବ କରିବା । ଆହତ ରୋହିତ ଶର୍ମାଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ବ୍ୟାଟିଂ କ୍ରମାଙ୍କ ଉପରେ ପ୍ରଭାବ ପକାଇବ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ODI ମ୍ୟାଚ୍ କେବେ ଖେଳାଯିବ?
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ୨୭ ନଭେମ୍ବରରେ (ଶୁକ୍ରବାର) ଖେଳାଯିବ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ କେଉଁଠାରେ ଖେଳାଯିବ?
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ODI ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ (ଏସିଜି) ଖେଳାଯିବ

କେଉଁ ସମୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ?
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ODI ମ୍ୟାଚ୍ ଭାରତୀୟ ସମୟ ସକାଳ ୯.୧୦ ରେ ଆରମ୍ଭ ହେବ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚର ଲାଇଭ ଟେଲିକାଷ୍ଟ ଆପଣ କେଉଁଠାରେ ଦେଖିପାରିବେ?
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚର ଟେଲିକଷ୍ଟ ସୋନି ସିକ୍ସ, ସୋନି ଟେନ ୧ ଓ ସୋନି ଟେନ ୩ ରେ ଦେଖିପାରିବେ

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଆପଣ କେଉଁଠାରେ ଦେଖିପାରିବେ?
ସୋନି ଲାଇଭରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ
Published by:Jagdish Barik
First published: