ପଞ୍ଚମ ଶ୍ରେଣୀ ହିନ୍ଦୀ ପୁସ୍ତକରେ ମୁଦ୍ରିତ ଜାତୀୟ ସଙ୍ଗୀତରୁ 'ଉତ୍କଳ ବଙ୍ଗ' ଗାୟବ

ଚଳିତ ବର୍ଷ ପିଲାମାନଙ୍କୁ ବଣ୍ଟାଯାଇଥିବା ନୂଆ ବହିରେ ଅସମ୍ପୂର୍ଣ୍ଣ ଜାତୀୟ ସଙ୍ଗୀତ ପ୍ରକାଶ ପାଇଛି। ସଙ୍ଗୀତ ମଝିରୁ 'ଉତ୍କଳ ବଙ୍ଗ' ଗାୟବ ହୋଇଯାଇଛି।

ଜାତୀୟ ସଙ୍ଗୀତରେ 'ଉତ୍କଳ ବଙ୍ଗ' ନାହିଁ (ପ୍ରତୀକାତ୍ମକ ଛବି)

ଜାତୀୟ ସଙ୍ଗୀତରେ 'ଉତ୍କଳ ବଙ୍ଗ' ନାହିଁ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ଉତ୍ତରପ୍ରଦେଶର କୋଶମ୍ବୀ ଜିଲ୍ଲାର ସରକାରୀ ବିଦ୍ୟାଳୟ ପୁସ୍ତକଗୁଡ଼ିକରେ ଏକ ବିରାଟ ତ୍ରୁଟି ସାମ୍ନାକୁ ଆସିଛି। ଚଳିତ ବର୍ଷ ପିଲାମାନଙ୍କୁ ବଣ୍ଟାଯାଇଥିବା ନୂଆ ବହିରେ ଅସମ୍ପୂର୍ଣ୍ଣ ଜାତୀୟ ସଙ୍ଗୀତ ପ୍ରକାଶ ପାଇଛି। ସଙ୍ଗୀତ ମଝିରୁ 'ଉତ୍କଳ ବଙ୍ଗ' ଗାୟବ ହୋଇଯାଇଛି। କିନ୍ତୁ ଏହା ପ୍ରିଣ୍ଟିଂ ସମୟରେ ଭୁଲ ହୋଇଛି ବୋଲି ଅଧିକାରୀ କହିଛନ୍ତି।

କୋଶମ୍ବୀରେ ୟୁପି ସରକାରୀ ବିଦ୍ୟାଳୟଗୁଡ଼ିକର ନୂଆ ଅଧିବେଶନ (ପରିଷଦ ବିଦ୍ୟାଳୟ) ଆରମ୍ଭ ହୋଇଛି।  କିନ୍ତୁ ଏହା ପରେ ମଧ୍ୟ ପାଠ୍ୟ ପୁସ୍ତକ ପିଲାମାନଙ୍କୁ ବିଳମ୍ବରେ ବିତରଣ କରାଯାଇଥିଲା। ନିକଟରେ ପିଲାମାନଙ୍କୁ ବହି ବଣ୍ଟନ କରାଯାଇଥିଲା। ପିଲାମାନଙ୍କୁ ବଣ୍ଟାଯାଇଥିବା ପଞ୍ଚମ ଶ୍ରେଣୀର ହିନ୍ଦୀ ବିଷୟର ବାଟିକା ପୁସ୍ତକରେ ଉତ୍କଳ ଓ ବଙ୍ଗ ଶବ୍ଦ ଜାତୀୟ ସଂଗୀତର ଧାଡିରୁ ହଜିଯାଇଛି। ଏହା ମୁଦ୍ରଣ ଜନିତ ଭୁଲ ବୋଲି କହିଛନ୍ତି ମୌଳିକ ଶିକ୍ଷା ଅଧିକାରୀ ପ୍ରକାଶ ସିଂ।

ଜନ-ଗଣ-ମନ ଠାରୁ ପଞ୍ଜାବ-ସିନ୍ଧ-ଗୁଜୁରାଟ-ମରାଠା ପର୍ଯ୍ୟନ୍ତ ପୁସ୍ତକରେ ଲିଖିତ ଜାତୀୟ ସଂଗୀତ ସଠିକ୍ ଭାବରେ ଲେଖାଯାଇଛି, କିନ୍ତୁ ଦ୍ରାବିଡ଼ ଉତ୍କଳ ଓ ବଙ୍ଗ ଦ୍ରାବିଡ଼ ଗାୟବ ହୋଇଯାଇଛି। ଏହା ପରେ ପରବର୍ତ୍ତୀ ଲାଇନ ସିଧାସଳଖ ବିନ୍ଧ୍ୟ- ହିମାଚଳ - ଯମୁନା - ଗଙ୍ଗା ଆରମ୍ଭ ହେଉଛି। ଏହି ଭୁଲଟି ଗୋଟିଏ କିମ୍ବା ଦୁଇଟି ପୁସ୍ତକରେ ନୁହେଁ, ବରଂ ପଞ୍ଚମର ସମସ୍ତ ପୁସ୍ତକରେ ଦେଖାଯାଇଛି।
Published by:Soumya Das
First published: