ରୋବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା ଇନକମ୍ ଟେକ୍ସର ଟିମ୍; ବେନାମୀ ସମ୍ପତ୍ତି ମାମଲାରେ କରୁଛି ପଚରାଉଚରା

ରୋବର୍ଟ ଭଦ୍ରା (Robert Vadra) ଲଣ୍ଡନର ବ୍ରାଇନଷ୍ଟନ୍ ସ୍କୋୟାରରେ ୧.୯ ମିଲିୟନ୍ ଡଲାର ମୂଲ୍ୟର ଘର କିଣିବାରେ ମନି ଲଣ୍ଡରିଂ(Money Laundering) ଅଭିଯୋଗ ହୋଇଛି । ଭଦ୍ରା ବର୍ତ୍ତମାନ ଜାମିନରେ ଅଛନ୍ତି ।

ରୋବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା ଇନକମ୍ ଟେକ୍ସର ଟିମ୍; ବେନାମୀ ସମ୍ପତ୍ତି ମାମଲାରେ କରୁଛି ପଚରାଉଚରା
ରୋବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା ଇନକମ୍ ଟେକ୍ସର ଟିମ୍
  • News18 Odia
  • Last Updated: January 4, 2021, 3:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ / ଗୁରୁଗ୍ରାମ: ବେନାମୀ ସମ୍ପତ୍ତି ମାମଲାରେ ସୋମବାର ଆୟକର ବିଭାଗର ଅଧିକାରୀମାନେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ବିବୃତ୍ତି ରେକର୍ଡ କରିଛନ୍ତି । ଅନୁସନ୍ଧାନ ସହିତ ଜଡିତ ଏକ ଆଇଟି ବିଭାଗର ଉତ୍ସ ନ୍ୟୁଜ୍ ଏଜେନ୍ସି ANI କୁ ଏହାର ସୂଚନା ଦେଇଛି । ସୂତ୍ରରୁ ପ୍ରକାଶ ଯେ ବେନାମୀ ସମ୍ପତ୍ତି ମାମଲାରେ ବିବୃତ୍ତି ରେକର୍ଡ କରିବା ପାଇଁ ଏକ ଆଇଟି ଟିମ୍ ସୁଖଦେବ ବିହାରରେ ଥିବା ରୋବର୍ଟ ଭଦ୍ରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ରୋବର୍ଟ ଭଦ୍ରା (Robert Vadra) ଲଣ୍ଡନର ବ୍ରାଇନଷ୍ଟନ୍ ସ୍କୋୟାରରେ ୧.୯ ମିଲିୟନ୍ ଡଲାର ମୂଲ୍ୟର ଘର କିଣିବାରେ ମନି ଲଣ୍ଡରିଂ ଅଭିଯୋଗ ହୋଇଛି । ଭଦ୍ରା ବର୍ତ୍ତମାନ ଜାମିନରେ ଅଛନ୍ତି । ଆଇଟି ବିଭାଗ ବ୍ୟତୀତ ଏନଫୋର୍ସମେଣ୍ଟ ବିଭାଗ (ED) ମନି ଲଣ୍ଡରିଂର (PMLA) ବ୍ୟବସ୍ଥା ଅନୁଯାୟୀ ଯାଞ୍ଚ କରୁଛି ।



ଏହାପୂର୍ବରୁ ଇଡି ଭଦ୍ରଙ୍କୁ ଟଙ୍କା ହେରଫେର ମାମଲାର ତଦନ୍ତରେ ସହଯୋଗ କରୁନଥିବା ଅଭିଯୋଗ କରିଛି । ତେବେ ଭଦ୍ରାଙ୍କ ଓକିଲ ଇଡିଙ୍କ ଦାବିକୁ ଖାରଜ କରି କହିଛନ୍ତି ଯେ ଯେତେବେଳେ ଏଜେନ୍ସି ତାଙ୍କ ଗ୍ରାହକଙ୍କୁ ଡାକିବେ । ସେ ତାହା ପୂର୍ବରୁ ହାଜର ହୋଇଯିବେ । ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ।

ରବର୍ଟ ଭଦ୍ରାଙ୍କ ଓକିଲ ଏହା ମଧ୍ୟ କହିଛନ୍ତି ଯେ ସେ ଇଡି ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି । ଇଡିର ଅଭିଯୋଗକୁ ନ ସ୍ୱୀକାର କରିବାର ଅର୍ଥ ନୁହେଁ ଯେ ସେମାନେ ତଦନ୍ତରେ ସହଯୋଗ କରୁନାହାଁନ୍ତି ।

ଭଦ୍ରା ପରିବାର ମୂଳତଃ ପାକିସ୍ତାନର ସିଆଲକୋଟରୁ ଆସିଛନ୍ତି । ରାଜେନ୍ଦ୍ର ଭଦ୍ରାଙ୍କ ପିତା ତଥା ରବର୍ଟ ଭଦ୍ରାଙ୍କ ଜେଜେବାପା ଦେଶ ବିଭାଜନ ସମୟରେ ଭାରତରେ ଅବସ୍ଥାନ କରିଥିଲେ । ରବର୍ଟ ଭଦ୍ରାଙ୍କର ଗୋଟିଏ ଭାଇ ଓ ଭଉଣୀ ଥିଲେ । ୨୦୦୧ ରେ ଏକ କାର ଦୁର୍ଘଟଣାରେ ତାଙ୍କ ଭଉଣୀଙ୍କର ମୃତ୍ୟୁ ହୋଇଥିଲା ଓ ୨୦୦୩ ରେ ତାଙ୍କ ଭାଇ ଆତ୍ମହତ୍ୟା କରିଥିଲେ । ୨୦୦୯ ରେ ତାଙ୍କ ପିତା ମଧ୍ୟ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ବର୍ତ୍ତମାନ ତାଙ୍କ ମା ଭଦ୍ରା ପରିବାରରେ ଅଛନ୍ତି ।
Published by: Jagdish Barik
First published: January 4, 2021, 3:29 PM IST
corona virus btn
corona virus btn
Loading