News 18 Odia Digital
ନୂଆଦିଲ୍ଲୀ; କାମ ଧନ୍ଦା କରି ପେଟ ପୋଷୁଥିବା ଜଣେ ଶ୍ରମିକଙ୍କ ଉପରେ କୋଟି କୋଟି ଟଙ୍କାର ଆୟକର ଦେୟ । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ । ବିହାରର ରୋହତସରେ ଏଭଳି ମାମଲା ସାମ୍ନାକୁ ଆସିଛି । ଆୟକର ବିଭାଗ ରୋହତସର କରଘର ଗାଁର ବାସିନ୍ଦା ମନୋଜ ଯାଦବଙ୍କୁ ଏକ ନୋଟିସ ପଠାଇଛି । ଏକ କମ୍ପାନୀରେ ଶ୍ରମିକ ଭାବେ ୧୨ହଜାର ଟଙ୍କା ରୋଜଗାର କରୁଥିବା ମନୋଜ ଯାଦବଙ୍କର ୧୪ କୋଟି ଟଙ୍କା ଆୟକର ଋଣ ଅଛି ।
ଯେତେବେଳେ ଆୟକର ବିଭାଗ ଟିମ୍ ଶ୍ରମିକ ମନୋଜଙ୍କ ଘରେ ପହଞ୍ଚିଥିଲେ, ମନୋଜ ଏବଂ ତାଙ୍କ ପରିବାର ତଥା ଆଖପାଖର ଲୋକଙ୍କ ହୋସ ଉଡ଼ି ଯାଇଥିଲା । ଆୟକର ବିଭାଗ ପକ୍ଷରୁ ନୋଟିସ ପାଇବା ପରେ ଗରିବ ଶ୍ରମିକ ମନୋଜଙ୍କ ହାତ ଓ ପାଦ ନିସ୍ତେଜ ହୋଇଗଲା । ସେ ସ୍ଥାନୀୟ ଲୋକଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲେ, କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ କେହି ବି କହି ପାରିନଥିଲେ ।
ଗରିବ ଶ୍ରମିକ ମନୋଜ ତାଙ୍କ ବିଷୟରେ ସମସ୍ତ କଥା ଆୟକର ବିଭାଗର ଲୋକଙ୍କୁ କହିଥିଲେ । ଶେଷରେ, ଆୟକର ବିଭାଗର ଅଧିକାରୀମାନେ ବିଶ୍ୱାସ କରିଥିଲେ ଯେ, ସେ ଜଣେ ଶ୍ରମିକ ଓ ସେ କୌଣସି ମୂଲ୍ୟରେ ଏତେ ବଡ଼ କାରବାର କରିପାରିବେ ନାହିଁ । ଏହା ପରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି ।
ଆୟକର ବିଭାଗ ବିଜ୍ଞପ୍ତି ।ମନୋଜ କହିଛନ୍ତି, ସେ ଦିଲ୍ଲୀ ଓ ଅନ୍ୟ ରାଜ୍ୟକୁ ଯାଇ ଶ୍ରମିକ ଭାବରେ କାମ କରି ପରିବାର ପ୍ରତିପୋଷଣ କରନ୍ତି , ଏହି ସମୟ ମଧ୍ୟରେ ସେ ନିଶ୍ଚିତ ଭାବରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ତାଙ୍କ ପାନ କାର୍ଡ ଏବଂ ଆଧାର କାର୍ଡ ଦେଇଥିବେ, ସେହି ସମୟରେ ସାଇବର ଅପରାଧୀଙ୍କ ଦ୍ୱାରା ନକଲି ଆକାଉଣ୍ଟ ଖୋଲି ଏହି ପ୍ରକାର ଠକେଇ ଖୋଲାଖୋଲି ଭାବେ କରାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।