‘ଦୈନିକ ଭାସ୍କର’ ଖବରକାଗଜ ଓ ଏକ TV ନ୍ୟୁଜ୍ ଚ୍ୟାନେଲର ଅଫିସ ଉପରେ ଆୟକର ବିଭାଗ ଚଢ଼ାଉ କଲା

ଏହି ଦୁଇଟି ଗଣମାଧ୍ୟମ ସଂସ୍ଥା କୋଭିଡ୍ ପରିଚାଳନା ତଥା ମହାମାରୀର ଦ୍ବିତୀୟ ଲହରରେ ହୋଇଥିବା ଲୋକଙ୍କ ମୃତ୍ୟୁ ଓ ଗଙ୍ଗା ନଦୀରେ ଭାସୁଥିବା ମୃତ ଦେହଗୁଡ଼ିକ ବିଷୟରେ ଅନେକ ଖବର ପ୍ରକାଶିତ କରିଥିଲେ ।

‘ଦୈନିକ ଭାସ୍କର’ ଖବରକାଗଜ ଓ ଏକ TV ନ୍ୟୁଜ୍ ଚ୍ୟାନେଲର ଅଫିସ ଉପରେ ଆୟକର ବିଭାଗ ଚଢ଼ାଉ କଲା
ଏହି ଦୁଇଟି ଗଣମାଧ୍ୟମ ସଂସ୍ଥା କୋଭିଡ୍ ପରିଚାଳନା ତଥା ମହାମାରୀର ଦ୍ବିତୀୟ ଲହରରେ ହୋଇଥିବା ଲୋକଙ୍କ ମୃତ୍ୟୁ ଓ ଗଙ୍ଗା ନଦୀରେ ଭାସୁଥିବା ମୃତ ଦେହଗୁଡ଼ିକ ବିଷୟରେ ଅନେକ ଖବର ପ୍ରକାଶିତ କରିଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଦେଶର ଦୁଇଟି ପ୍ରତିଷ୍ଠିତ ମିଡ଼ିଆ ଗ୍ରୁପ୍ ହାଉସ୍ ‘ଦୈନିକ ଭାସ୍କର’ ଓ ଉତ୍ତର ପ୍ରଦେଶର ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ ‘ଭାରତ ସମାଚାର’ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଆୟକର ବିଭାଗର । ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଇ କରାଯାଇଛି  ।

‘ଦୈନିକ ଭାସ୍କର’ ମାମଲାରେ ଭୋପାଳ, ଜୟପୁର, ଅହମ୍ମଦାବାଦ ଓ ଦେଶର ଅନ୍ୟ କେତେକ ସ୍ଥାନରେ ଆୟକର ବିଭାଗ ଚଢ଼ାଉ କରିଛି । ଟିକସ ଫାଙ୍କିବା ମାମଲାରେ ପ୍ରୋମୋଟର୍ସଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକାଧିକ ସ୍ଥାନରେ ଆୟକର ବିଭାଗ ଯାଞ୍ଚ କରୁଛି ବୋଲି ସୂତ୍ରଙ୍କ ଆଧାରରେ ଏ.ଏନ୍.ଆଇ. ସମ୍ବାଦ ସଂସ୍ଥା ଦେଇଛି ।

ଟିଭି ନ୍ୟୁଜ୍ ଚ୍ୟାନେଲ ‘ଭାରତ ସମାଚାର’ ଗ୍ରୁପର ପ୍ରମୋଟର ଓ ଲକ୍ଷ୍ନୌରେ ଥିବା କର୍ମଚାରୀଙ୍କୁ ମଧ୍ୟ ଯାଞ୍ଚ କରାଯାଇଛି ବୋଲି ସୂତ୍ରରେ କୁହାଯାଇଛି ।

ସରକାରୀ ସୂତ୍ରମାନେ କହିଛନ୍ତି ଯେ ପାନାମା ପେପର୍ ଲିକରେ ଭାସ୍କର ଗ୍ରୁଫ ଲୋକଙ୍କ ନାମ ଉଲ୍ଲେଖ କରାଯାଇଛି ଓ ସେମାନଙ୍କ ପାର୍ଟି କାରବାର କରୁଥିବାର ଜଣାପଡ଼ିଛି  । ସନ୍ଦେହଜନକ କମ୍ପାନୀ ଗୁଡ଼ିକର ପୁଞ୍ଜି ବିନିଯୋଗ ଓ ସେଲ୍ କମ୍ପାନୀ ଗୁଡ଼ିକ ସହିତ କାରବାରର ପ୍ରମାଣଭିତ୍ତିକ ଇତିହାସ ମିଳିଥିବା ବିଷୟରେ ସୂଚନା ଦେଇ ଜଣେ ବ୍ୟକ୍ତି ନିଜ ନାମ ପ୍ରକାଶିତ କରିବାକୁ ମନା କରି କହିଛନ୍ତି ।

କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଦିଗବିଜୟ ସିଂ ଏକ ଟ୍ବିଟ କରି କହିଛନ୍ତି ଯେ ରାଜ୍ୟର ରାଜଧାନୀ ଭୋପାଳର ପ୍ରେସ୍ କମ୍ପ୍ଲେକ୍ସରେ ଥିବା କାର୍ଯ୍ୟାଳୟ ସମେତ ଦଳର ଅର୍ଦ୍ଧ ଡଜନ ପରିସରରେ ଟିକସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

ବିରୋଧୀ ଦଳର ସଦସ୍ୟମାନେ ‘ଦୈନିକ ଭାସ୍କର’ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିବା ପରେ ଗୁରୁବାର ଦିନ ରାଜ୍ୟସଭା ପ୍ରକ୍ରିୟା ଏକ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା ।

କେନ୍ଦ୍ରୀୟ ପାରାମିଲିଟାରୀ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଓ ମଧ୍ୟ ପ୍ରଦେଶ ପୋଲିସ କର୍ମଚାରୀଙ୍କ ଭୋପାଳରେ ଆଇଟି (IT) ଦଳକୁ ସୁରକ୍ଷା ଯୋଗାଉଥିବାର ଦେଖିବାକୁ ମିଳିଥିଲା ।

ଏହି ଦୁଇ ଗଣମାଧ୍ୟମ ଗ୍ରୁପ୍ କୋଭିଡ୍ ପରିଚାଳନା ତଥା ମହାମାରୀର ଦ୍ବିତୀୟ ଲହରରେ ହୋଇଥିବା ଲୋକ ମୃତ୍ୟୁ ଓ ଉତ୍ତର ପ୍ରଦେଶର ଗଙ୍ଗା ନଦୀରେ ଭାସୁଥିବା ମୃତ ଦେହକୁ ସମାଲୋଚନା କରି ଅନେକ ଖବର ପ୍ରକାଶିତ କରିଥିଲେ ।

ନ୍ୟୁଜ ଚ୍ୟାନେଲ ଚଢ଼ାଉ ଉପରେ କ୍ୟାବିନେଟରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ‘‘ଇନଫୋର୍ସମେଣ୍ଟ ଏଜେନ୍ସିମାନେ ସେମାନଙ୍କର କାର୍ଯ୍ୟ କରନ୍ତୁ  । ଆମେ ଏଥିରେ ହସ୍ତକ୍ଷେପ କରିବୁନାହିଁ । ସମ୍ପୂର୍ଣ୍ଣ ସୂଚନା ନେବା ପରେ ହିଁ ଏହି ପ୍ରସଙ୍ଗରେ କହିବା ଉଚିତ୍ ।’’
Published by: Lipina Das
First published: July 22, 2021, 6:39 PM IST