News18 Odia Digital
ନୂଆ ଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ କରଦାତାଙ୍କ ଅବଗତି ଏବଂ ବିଭିନ୍ନ ପ୍ରକାର ଧୋକାରୁ ସୁରକ୍ଷିତ ରଖିବା ନିମନ୍ତେ ନିଜର ସମସ୍ତ ଅଫିସିଆଲ ଇ-ମେଲ ଆଇଡି ଏବଂ ଏସ୍ଏମ୍ଏସ୍ ଆଇଡି ସୂଚୀକୁ ସାର୍ବଜନୀନ କରାଯାଇଛି । କରଦାତାମାନଙ୍କୁ କୌଣସି ପ୍ରକାର ଠକେଇରୁ ରକ୍ଷା କରିବା ଲାଗି ବିଭାଗ ପକ୍ଷରୁ ଏହା ଜାରି କରାଯାଇଥିବାବେଳେ ଏହି ସବୁ ଇ-ମେଲ ଏବଂ ଏସ୍ଏମ୍ଏସ୍ ଆଇଡି ବ୍ୟତିରେକ ଅନ୍ୟ କୌଣସି ସ୍ଥାନରୁ ଆସିଥିବା ମେଲ୍ କିମ୍ବା ମେସେଜରେ କୌଣସି ତଥ୍ୟ ଦେବାକୁ ମନା କରିଛି ।
ବିଭାଗ ପକ୍ଷରୁ କୁହାଯାଇଛି ଯେ, ‘‘ କ୍ଲିକ କରିବା ପୂର୍ବରୁ ଥରେ ଚେକ୍ କରନ୍ତୁ ଏବଂ ଏହି ଭରସାଯୋଗ୍ୟ ମାଧ୍ୟମର ବ୍ୟବହାର କରନ୍ତୁ‘‘ । ଏହି ଇ-ମେଲ ଗୁଡ଼ିକୁ ଭଲଭାବେ ପଢ଼ନ୍ତୁ ଏବଂ ନିଜର ବ୍ୟକ୍ତିଗତ ଆର୍ଥିକ ତଥ୍ୟ ସମ୍ପର୍କରେ କୌଣସି ସୂଚନା ନଦେବାକୁ କୁହାଯାଇଛି । ପୂର୍ବରୁ କେତେକ କରଦାତା ସେମାନଙ୍କ ସହିତ ଧୋକା ହୋଇଥିବା ନେଇ ଅଭିଯୋଗ କରିଥିଲେ । ସେମାନଙ୍କ ସହିତ ଏହି ଧୋକା ଏସ୍ଏମ୍ଏସ୍ ଏବଂ ଇ-ମେଲ ମାଧ୍ୟମରେ କରାଯାଇଥିବା କହିଥିଲେ ।
ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ଦ୍ବାରା ଜାରୀ ଇ-ମେଲ
@incometax.gov.in
@incometaxindiaefiling.gov.in
@tdscpc.gov.in
@cpc.gov.in
@insight.gov.in
@nsdl.co.in
@utiitsl.com
ଶେଷ ଦୁଇଟି ଇ-ମେଲ ଆଇଡି(@nsdl.co.in
@utiitsl.com) ଦ୍ବାରା ଆଇଟି ଡିପାର୍ଟମେଣ୍ଟ ଆଧିକାରିକ ଭାବେ ପ୍ୟାନ କାର୍ଡ଼ ଇସ୍ୟୁ କରିଥାଏ ।
ସେହିପରି ଏସ୍ଏମ୍ଏସ୍ କୋଡ ଆଇଡି ଗୁଡ଼ିକ ହେଲା
ITDEPT
ITDEFL
TDSCPC
CMCPCI
INSIGT
SBICMP
NSDLTN
NSDLDP
UTIPAN
ଶେଷ ୩ଟି ଏସ୍ଏମ୍ଏସ୍ ଆଇଡି ପ୍ୟାନକାର୍ଡ଼ ସମ୍ବନ୍ଧିତ ହୋଇଥିବାବେଳେ ଅନ୍ୟଗୁଡ଼ିକ ଆଇଟି ଅଫିସିଆଲମାନେ ବିଭିନ୍ନ ମେସେଜ ଏବଂ ରିମାଇଣ୍ଡର ପାଇଁ ବ୍ୟବହାର କରିଥାନ୍ତି ।
ଏହା ଛଡ଼ା ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟର ଦୁଇଟି (
www.incometaxindia.gov.in ଏବଂ
www.incometaxindiaefiling.gov.in ) ଅଫିସିଆଲ ଓ୍ବେବସାଇଟ ରହିଛି । ପ୍ରଥମଟି ଡିପାର୍ଟମେଣ୍ଟାଲ ଓ୍ବେବସାଇଟ ହୋଇଥିବାବେଳେ ଦ୍ବିତୀୟଟି ଇ-ଫାଇଲିଂ ଏବଂ ଇନକମ୍ ଟ୍ୟାକ୍ସ ରିର୍ଟନ ପାଇଁ ବ୍ୟବହାର କରାଯାଇଥାଏ ।
ଏହା ସହ ଆଇଟି ଡିପାର୍ଟମେଣ୍ଟ (
www.tdscpc.gov.in ) ଚଳାଉଛି ଯେଉଁଥିରେ ଟିଡିଏସ୍ ଏବଂ ଅନ୍ୟାନ୍ୟ ସୂଚନା ପ୍ରଦାନ କରାଯାଇଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।