ଅନୁସୂଚିତ ଜନଜାତି ତାଲିକାରେ ସାମିଲ ହେଲା ୫ଟି ରାଜ୍ୟର ଏହି ଜାତି (ପ୍ରତୀକାତ୍ମକ ଛବି)
- News18 Odia
- Last Updated :
News18 Odia Digital
ଦେଶର ପାଞ୍ଚଟି ରାଜ୍ୟର ଜାତିକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରାଯାଇଛି। ୟୁପିର ୧୩ଟି ଜିଲ୍ଲାରେ ୧୫ଟି ଆଦିବାସୀ ସମ୍ପ୍ରଦାୟ (ଗୋଣ୍ଡ ଜାତି) ଲୋକଙ୍କୁ ଅନୁସୂଚିତ ଜାତିରୁ ହଟାଇ ଅନୁସୂଚିତ ଜନଜାତିରେ ସାମିଲ କରାଯାଇଛି। ଏହା ବ୍ୟତୀତ ଗୋଣ୍ଡ ଜାତି, ଧୁରିଆ, ନାୟକ, ଓଝା, ପଠାରୀ, ରାଜଗୋଣ୍ଡର ପାଞ୍ଚଟି ଉପ-ଜାତି ଅନୁସୂଚିତ ଜନଜାତିରେ ସାମିଲ କରାଯାଇଛି।
ସମୁଦାୟ ୧୨ଟି ଜାତି ଅଛି ଯାହାକି ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ ଲୋକମାନେ ଏହାକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଲୋକଙ୍କ ଚାହିଦା ଆଜି ପୂରଣ ହୋଇଛି। ଏହା ଏକ ଐଶ୍ଵତିହାସିକ ଦିନ।
ଏହି ପରିପ୍ରେକ୍ଷୀରେ ଉତ୍ତରପ୍ରଦେଶ ନିର୍ବାଚନରେ ଏହି ପରିବର୍ତ୍ତନ ବିଷୟରେ ବିଜେପି ମଧ୍ୟ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି। ଅନୁସୂଚିତ ଜନଜାତି ତାଲିକାରେ ଗୋଣ୍ଡ ଜାତି ଅନ୍ତର୍ଭୁକ୍ତ କରିବାକୁ ଏକ ଆଇନ ଆଣିବାକୁ ବିଜେପି ପ୍ରତିଶ୍ରୁତି ଦେଇଥିଲା। କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।