News18 Odia Digital
ଗୁଜୁରାଟ: ସାତ ଜନ୍ମ ସାଥିରେ ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ। କଥା ଦେଇ କଥା ରଖିଲେ ମଧ୍ୟ। ସ୍ଵାମୀଙ୍କ ମୃତ୍ୟୁର ମାତ୍ର ଦେଢ଼ଘଣ୍ଟା ଭିତରେ ଦୁନିଆ ଛାଡ଼ିଲେ ପତ୍ନୀ।
ନଭସାରି ଖେରଗାମର ତୋରାବନବେରା ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ପତ୍ନୀଙ୍କର ଦେହାନ୍ତ ହୋଇଛି। ସ୍ୱାମୀଙ୍କ ମୃତ୍ୟୁର ଦେଢ଼ ଘଣ୍ଟା ମଧ୍ୟରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ପରିବାରରେ ଶୋକ ପ୍ରକାଶ ପାଇଛି। ସ୍ୱାମୀଙ୍କ ବିୟୋଗ ପରେ ପତ୍ନୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ଏକ ଦୁର୍ଘଟଣାରେ ଅରୁଣ ଗାବିତ ନାମକ ଜଣେ ୩୮ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଖବର ଶୁଣି ମୃତ ଅରୁଣଙ୍କ ପତ୍ନୀ ଭାବନା ଗାବିତ ବେହୋସ ପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତରଖାନାରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁର ଦେଢ଼ ଘଣ୍ଟା ମଧ୍ୟରେ ପତ୍ନୀ ମଧ୍ୟ ଦୁନିଆ ଛାଡି ଚାଲିଯାଇଥିଲେ। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁପରେ ବାପ ମା ଛେଉଣ୍ଡ ହୋଇଯାଇଛନ୍ତି ଦୁଇ ପିଲା। ମୃତ ଭାବନା ଖେରଗାମର ପୂର୍ବତନ ସରପଞ୍ଚ ଥିଲେ।
ଏହି ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ଦୁଇ ପିଲାଙ୍କ ଦାୟିତ୍ୱ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଗ୍ରାମବାସୀ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।