Bright Planet: ଆକାଶରେ ବିରଳ ମହାଜାଗତିକ ଦୃଶ୍ୟ...ଶୁକ୍ରର ନିକଟର ଦେଲା ଚନ୍ଦ୍ର
- News18 Odia
- Last Updated :
- Odisha (Orissa), India
News18 Odia Digital
ଓଡ଼ିଶା: ଆଜି ସନ୍ଧ୍ୟାରେ ଉଜ୍ବଳ ଗ୍ରହ ଶୁକ୍ରର ଖୁବ ନିକଟରେ ଦେଖାଯାଉଛି ଚନ୍ଦ୍ର । ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୯ଟା ୧୫ ଯାଏ ଶୁକ୍ରର ନିକଟତର ରହିବ ଚନ୍ଦ୍ର । ଯାହାକୁ ଖାଲି ଆଗରେ ଦେଖି ହେବ । ଏମାନଙ୍କ ଭିତରେ କୌଣିକ ଦୂରତା ରହିବ ୨ ଡିଗ୍ରୀ । ଏହାପରେ କୌଣିକ ଦୂରତା ବଢ଼ିଯାଇ ୧୫ ଡିଗ୍ରୀ ହୋଇଯିବ ।
ଜୁନ୍ ମାସ ୧୫ ତାରିଖ ଯାଏ ସବୁଦିନ ସନ୍ଧ୍ୟାରେ ୨ ଘଣ୍ଟା ଧରି ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଖାଲି ଆଗରେ ଦେଖିହେବ । ଯଦି ପାଗ ଭଲ ରହିବ ତାହାହେଲେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିହେବ । ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଶୁକ୍ର ଗ୍ରହ ଦେଖାଯିବ । ତେବେ ଆଜି ସନ୍ଧ୍ୟା ୬ଟାରୁ ୩୦ରୁ ରାତି ୮ଟା ଯାଏ ପଠାଣି ସାମନ୍ତ ପ୍ଲାନେଟାରିୟମ ତରଫରୁ ଏହି ଦୃଶ୍ୟକୁ ଦୂରବୀକ୍ଷଣ ଯନ୍ତ୍ରରେ ଦେଖାଇବା ପାଇଁ ବ୍ୟବସ୍ଥା ହୋଇଛି ।
ପଢନ୍ତୁ ଏହି ଖବର:
Smartphone: ଶୋଇବା ବେଳେ ଫୋନ୍ ବ୍ୟବହାର କରୁଥିଲେ ହେବ ଭୟଙ୍କର ରୋଗ ! ଜାଣନ୍ତୁ...Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।