ସୁନନ୍ଦା ପୁସ୍କର ମୃତ୍ୟୁ ରହସ୍ୟ: ଟ୍ବିଟ୍ ଦାଖଲ ପାଇଁ ଶଶି ଥରୁର କରିଥିବା ଆବେଦନକୁ ଖାରଜ କଲେ କୋର୍ଟ

ତଦନ୍ତ ପରେ ପୋଲିସ କୋର୍ଟକୁ କହିଥିଲା ଯେ ସୁନନ୍ଦା ତାଙ୍କ ସ୍ବାମୀ ଥରୁରଙ୍କ ସହ ତିକ୍ତ ସମ୍ପର୍କ ଯୋଗୁଁ ମାନସିକ ଚାପରେ ଥିଲେ ଓ ଥରୁର ତାଙ୍କୁ ଅତ୍ୟାଚାର କରୁଥିବାରୁ ସେ ଆତ୍ମହତ୍ୟା କରିଥିଲେ । ଚ଼ାର୍ଜସିଟରେ ଥିବା ଦଫା ଅନୁଯାୟୀ ଥରୁରଙ୍କୁ ସର୍ବାଧିକ ଦଶ ବର୍ଷ ଜେଲ ଦଣ୍ଡ ହୋଇପାରେ । ଯଦି ଦଫା ୩୦୨ରେ ସେ ଦଣ୍ଡିତ ହୁଅନ୍ତି ତା’ହେଲେ ସର୍ବାଧିକ ମୃତ୍ୟୁଦଣ୍ଡ ବି ହୋଇପାରେ ବା ତାଙ୍କୁ ସର୍ବନିମ୍ନ ଆଜୀବନ କାରାଦଣ୍ଡ ମିଳିପାରେ ।

ସୁନନ୍ଦା ପୁସ୍କର ମୃତ୍ୟୁ ରହସ୍ୟ: ଟ୍ବିଟ୍ ଦାଖଲ ପାଇଁ ଶଶି ଥରୁର କରିଥିବା ଆବେଦନକୁ ଖାରଜ କଲେ କୋର୍ଟ
ଏକ ଖୁସି ମୁହୂର୍ତ୍ତରେ ଶଶି ଥରୁର ଓ ପତ୍ନୀ ସୁନନ୍ଦା ପୁସ୍କର
  • News18 Odia
  • Last Updated: January 31, 2020, 5:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News 18 Odia Digital

ନୂଆ ଦିଲ୍ଳୀ: ୨୦୧୪ରେ ସୁନନ୍ଦା ପୁସ୍କରଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ଟ୍ବିଟ୍ ଗୁଡିକୁ କୋର୍ଟରେ ଉପସ୍ଥାପନା କରିବା ପାଇଁ କଂଗ୍ରେସ ସାଂସଦ ଶଶି ଥରୁର କରିଥିବା ଆବେଦନକୁ ଦିଲ୍ଲୀର ଏକ କୋର୍ଟ ଖାରଜ କରିଦେଇଛନ୍ତି ।

ସୁନନ୍ଦା ପୁସ୍କର ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀ ଥରୁର୍ କୋର୍ଟକୁ କହିଛନ୍ତି ଯେ ଦିଲ୍ଲୀ ପୋଲିସ ସୁନନ୍ଦାଙ୍କର କେତେଗୁଡିଏ ନିର୍ଦ୍ଦିଷ୍ଟ ଟ୍ବିଟ୍କୁ ଉପସ୍ଥାପନ କରି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିବା ନେଇ ପ୍ରମାଣ କରିବାକୁ ଚେଷ୍ଟା କରୁଛି, କିନ୍ତୁ ପ୍ରକୃତ ପକ୍ଷେ ତାଙ୍କର ସମ୍ପୂର୍ଣ୍ଣ ଟ୍ବିଟଗୁଡିକରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ଓ ସେହି ସମ୍ପର୍କକୁ ନେଇ ସୁନନ୍ଦାଙ୍କ ଅଧିକ ସକାରାତ୍ମକ ଭାବ ଥିବା ଦେଖାଯାଉଛି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥରୁର ପ୍ରଥମେ ଗିରଫ ପୂର୍ବରୁ ଜାମିନ ପାଇଥିବା ବେଳେ ପରେ ତାହାକୁ ନିୟମିତ ଜାମିନରେ ପରିବର୍ତ୍ତନ କରାଯାଇଥିଲା । ସେ ଭାରତୀୟ ପିଙ୍ଗଳ କୋଡର ଧାରା 306 (ହତ୍ୟା ପାଇଁ ଉସୁକାଇବା) ଓ 498-କ (ସ୍ବାମୀ କିମ୍ବା ତାଙ୍କର ସମ୍ପର୍କୀୟ କୈାଣସି ମହିଳାଙ୍କ ପ୍ରତି ନିଷ୍ଠୁର ଆଚ଼ରଣ କରିବା) ରେ ଦିଲ୍ଲୀ ପୋଲିସ ଦ୍ବାରା ଅଭିଯୁକ୍ତ ହୋଇଛନ୍ତି ।

ସ୍ବତନ୍ତ୍ର ବିଚାରପତି ଅଜୟ କୁମାର କହର ଥରୁରଙ୍କ ଆବେଦନକୁ ଖାରଜ କରିବା ସହ ଚାର୍ଜ ଫ୍ରେମ ସମୟରେ କୋର୍ଟ ଏଭଳି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି କହିଛନ୍ତି । କୋର୍ଟ କହିଛନ୍ତି ସଠିକ ସମୟରେ ଥରୁରଙ୍କୁ ସେହି ଟ୍ବିଟ୍ ଉପସ୍ଥାପନ କରିବାକୁ ସୁଯୋଗ ଦିଆଯିବ ।

‘‘ଅଭିଯୁକ୍ତ ଥରୁରଙ୍କ ଓକିଲ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ପବ୍ଲିକ ଡୋମେନରେ ଥିବା ତଥ୍ୟକୁ ଉପସ୍ଥାପନା କରିବା ପାଇଁ ଉପଯୁକ୍ତ ସମୟରେ ସୁଯୋଗ ଦିଆଯିବ, କିନ୍ତୁ କୋର୍ଟ ସେ ତଥ୍ୟକୁ ଆଣିବାକୁ ଚ଼େଷ୍ଟା କରିବେ ନାହିଁ ଯାହା ଅଭିଯୁକ୍ତର ପକ୍ଷ ରଖୁଥିବ । ଚାର୍ଜ ଫ୍ରେମ ସମୟରେ ଏଭଳି ଏକ ତଦନ୍ତକୁ କୋର୍ଟ ଅନୁମତି ଦେଇପାରିବେ ନାହିଁ ଏବଂ ଯଦି ପ୍ରତ୍ୟକ୍ଷ ପ୍ରମାଣ ଥାଏ ତେବେ ସେହି ତଥ୍ୟଗୁଡିକୁ ବିଚାର ସମୟରେ ଗ୍ରହଣ କରିବେ କି ନାହିଁ ଚିନ୍ତା କରିବେ,’’ କହିଛନ୍ତି ବିଚ଼ାରପତି ।

ପାକିସ୍ଥାନୀ ସାମ୍ବାଦିକା ମେହେର ତରାର


ଥରୁରଙ୍କ ପାଇଁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ବିକାଶ ପାହ୍ବା କୋର୍ଟକୁ ଅବଗତ କରିବାକୁ ଯାଇ କହିଥିଲେ: ‘‘ଟ୍ବିଟ୍ଗୁଡିକ କେସ୍ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ଅଟେ ଓ ଏହା କୋର୍ଟରେ ଉପସ୍ଥାପିତ ହେବା ଆବଶ୍ୟକ, ଯାହା ଦ୍ୱାରା ଅଭିଯୁକ୍ତ ଦୋଷୀ କି ନୁହେଁ ସେ ଦିଗରେ ସହାୟତା କରିବ ।’’

ଆଇନଜୀବୀ ଗୈାରବ ଗୁପ୍ତାଙ୍କ ଦ୍ବାରା ଦାଖଲ ପିଟିସନରେ କୁହାଯାଇଛି: ‘‘ବିଚ଼ାର ପ୍ରକ୍ରିୟାରେ ମୃତକଙ୍କ କେତେକ ନିର୍ଦ୍ଦିଷ୍ଟ ଟ୍ବିଟ୍କୁ ଉପସ୍ଥାପିତ କରିବାକୁ ଚେଷ୍ଟା କରାଯାଇଛି । ଯଦି ପୋଲିସ ଟ୍ବିଟର ଆକାଉଣ୍ଟକୁ ଉପଯୋଗ କରିବାକୁ ଚାହୁଁଛି, ତେବେ ଏହା ଇଣ୍ଟରନେଟରୁ ଡାଉନଲୋଡ ହୋଇପାରିବ, ଯେହେତୁ ଏହି ଆକାଉଣ୍ଟ ଆଜି ବି ଉପଲବ୍ଧ ରହିଛି । ତଦନ୍ତ ସଂସ୍ଥା ଏହି ଆକାଉଣ୍ଟ ଅଳ୍ପ କିଛି ଟ୍ବିଟକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରିବାକୁ ଚେଷ୍ଟା କରିଛି ।’’

‘‘ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ  । ଚାର୍ଜସିଟ୍ ପ୍ରସ୍ତୁତ ହେବା ବେଳେ ଅତି ତତ୍ପରତା ଦେଖାଯାଇଥିଲା ଏବଂ ଏକ ମନୋବୈଜ୍ଞାନିକ ଶବ ପରୀକ୍ଷା କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏହି ଘଟଣାରେ କିଛି ସ୍ପଷ୍ଟ ହୋଇପାରିନାହିଁ । ନା ଏମିତି କିଛି ରିପୋର୍ଟ ଅଛି ଯାହା ସ୍ପଷ୍ଟ କରିପାରିବ ଯେ ଏହା ହତ୍ୟା ବା ଆତ୍ମହତ୍ୟା  । ମନୋବିଜ୍ଞାନଧର୍ମୀ ଶବ ପରୀକ୍ଷା ଜରିଆରେ ପୀଡ଼ିତାଙ୍କ ମାନସିକ ସ୍ଥିତି ଜାଣିବାକୁ ଚେଷ୍ଟା କରାଯାଇଥିଲା  । କିନ୍ତୁ ଅଦ୍ୟାବିଧି ଏହା ପ୍ରମାଣିତ ହୋଇପାରିନାହିଁ  ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି,’’ ଥରୁର ପୂର୍ବରୁ କୋର୍ଟକୁ କହିଥିଲେ ।

ସେ ପୁଣି କହିଥିଲେ: ‘‘ଟ୍ବିଟରୁ ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କର (ସୁନନ୍ଦା) ଆତ୍ମହତ୍ୟା କରିବା ଭଳି କୈାଣସି ଚିନ୍ତାଧାରା ନ ଥିଲା । ଏ କଥା ବିଚ଼ାର ପ୍ରକ୍ରିୟା ବେଳେ ଗ୍ରହଣ କରାଯାଇଛି ।’’ ଥରୁର କହିଥିଲେ ଯେ ସୁନନ୍ଦା ଜଣେ ସକାରାତ୍ମକ ଚିନ୍ତାଧାରାର ମହିଳା ଥିଲେ ଓ ତାଙ୍କ (ସ୍ୱାମୀ) ସହ ସୁସମ୍ପର୍କରେ ଥିଲେ ।

‘‘ଏସବୁ ସତ୍ତ୍ବେ ଅଯଥାରେ ପୋଲିସ ପ୍ରମାଣ କରିବାକୁ ଚାହୁଁଛି ଯେ ସ୍ୱାମୀଙ୍କ ସହ ମୃତକଙ୍କର ମତାନ୍ତର ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି । ପୋଲିସ ପାଖରେ ଏସବୁର ପ୍ରମାଣିକ ତଥ୍ୟ ଥିବାରୁ ଏହାକୁ ନେଇ ସ୍ବଚ୍ଛତାର ସହ ବିଚ଼ାର କରାଯାଇପାରିଥାନ୍ତା । ଏଠାରେ ମୃତକଙ୍କର ମନୋବିଜ୍ଞାନଧର୍ମୀ ଶବ ପରୀକ୍ଷା କରିବାର କୈାଣସି ଆବଶ୍ୟକତା ନଥିଲା,’’ କହିଥିଲେ ଥରୁର । ଏସବୁ ଉଦ୍ଦେଶ୍ୟମୂଳକଭାବେ ବିଚାର ପ୍ରକ୍ରିୟାରେ ଦବାଇବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ ।

ତଦନ୍ତ ପରେ ପୋଲିସ କୋର୍ଟକୁ କହିଥିଲା ଯେ ସୁନନ୍ଦା ତାଙ୍କ ସ୍ବାମୀଙ୍କ ସହ ତିକ୍ତ ସମ୍ପର୍କ ଯୋଗୁଁ ମାନସିକ ଚାପରେ ଥିଲେ ଓ

ଥରୁର ତାଙ୍କୁ ଅତ୍ୟାଚାର କରୁଥିବା ଯୋଗୁଁ ସେ ଆତ୍ମହତ୍ୟା କରିଥିଲେ । ଚାର୍ଜସିଟରେ ଥିବା ଦଫା ଅନୁଯାୟୀ ଥରୁରଙ୍କୁ ସର୍ବାଧିକ ଦଶ ବର୍ଷ ଜେଲ ଦଣ୍ଡ ହୋଇପାରେ । ଯଦି ଦଫା ୩୦୨ରେ ସେ ଦଣ୍ଡିତ ହୁଅନ୍ତି ତା’ହେଲେ ସର୍ବାଧିକ ମୃତ୍ୟୁଦଣ୍ଡ ବି ହୋଇପାରେ ବା ତାଙ୍କୁ ସର୍ବନିମ୍ନ ଆଜୀବନ କାରାଦଣ୍ଡ ମିଳିପାରେ ।

ଜଣେ ପାକିସ୍ଥାନୀ ସାମ୍ବାଦିକା ମେହେର ତରାରଙ୍କ ସହ ଥରୁରଙ୍କ ସମ୍ପର୍କକୁ ନେଇ ଦମ୍ପତି ଟ୍ବିଟରରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରିବା ପରେ ସୁନନ୍ଦାଙ୍କ ମୃତ୍ୟୁ ହୋଇଥିବାରୁ ଏହି ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଏକାବନ ବର୍ଷୀୟା ପୁସ୍କର ୨୦୧୪ ମସିହା ଜାନୁୟାରୀ ୧୭ ତାରିଖ ଦିନ ଦିଲ୍ଲୀର ଚ଼ାଣକ୍ୟପୁରୀରେ ଥିବା ହୋଟେଲ ଲୀଲାରେ ମୃତ ଅବସ୍ଥାରେ ମିଳିଥିଲେ । ସେହି ସମୟରେ ଥରୁରଙ୍କ ବଙ୍ଗଳାର ମରାମତି କାର୍ଯ୍ୟ ଚାଲୁଥିବାରୁ ଉଭୟ ଦମ୍ପତି ସେହି ହୋଟେଲରେ ରହୁଥିଲେ ।
First published: January 31, 2020, 5:52 PM IST
corona virus btn
corona virus btn
Loading