ପକୋଡ଼ା ଦାମ ୫ ଟଙ୍କା? ଖୁବ୍ ବେଶୀ! ତେଣୁ ବିହାରରେ ଦୋକାନୀ ଉପରେ ଗୁଳି ମାଡ଼ ହେଲା

ରାସ୍ତାକଡ଼ର ଏକ ପକୋଡ଼ା ବିକାଳିଙ୍କ ପାଖରୁ ପକୋଡ଼ା ଖାଇ ସାରିବା ପରେ ଅଭିଯୁକ୍ତ ଯୁବକ ଦୁଇ ଜଣ ପକୋଡ଼ାର ଦାମ୍ ଦେବା ପାଇଁ ମନା କରିଦେଇଥିଲେ । ଏହାକୁ ନେଇ ଦୋକାନୀ ସହ ସେମାନଙ୍କର ଝଗଡ଼ା ହୋଇଥିଲା ।

ପକୋଡ଼ା ଦାମ ୫ ଟଙ୍କା? ଖୁବ୍ ବେଶୀ! ତେଣୁ ବିହାରରେ ଦୋକାନୀ ଉପରେ ଗୁଳି ମାଡ଼ ହେଲା
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 15, 2020, 4:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପାଟନା: ବିହାରରେ ଗୁଳି ଠାରୁ ମହଙ୍ଗା ହେଇଛି ପକୋଡ଼ା । ବକ୍ସର ଜିଲ୍ଲାର ଦୁଇ ଜଣ ଯୁବକଙ୍କ କୃତ୍ୟରୁ ତ ତାହା ହିଁ ଲାଗୁଛି । ଦୁଇ ଜଣ  ଯୁବକ ଗୋଟେ ଦୋକାନରେ ପକୋଡ଼ା ଖାଇ ସାରିବା ପରେ ଦୋକାନୀ ପକୋଡ଼ା ପ୍ଲେଟ୍‌ ପିଛା ପାଞ୍ଚ ଟଙ୍କା ମାଗିବାରୁ ତା‘ ଉପରକୁ ସେମାନେ ଗୁଳି ଚ଼ଳେଇଥିଲେ ।

ଏହି ଗୁଳି ମାଡ଼ରେ ପକୋଡ଼ା ଦୋକାନର ଦୁଇ ଜଣ ଲୋକ ଗୁରୁତରଭାବେ ଆହତ ହୋଇଛନ୍ତି । ବକ୍ସର ଜିଲ୍ଲାର ନୂଆ ଭୋଜପୁର ଅଞ୍ଚଳର ଏକ ଗାଁରେ ରାସ୍ତାକଡ଼ର ଏକ ପକୋଡ଼ା ବିକାଳିଙ୍କ ପାଖରୁ ପକୋଡ଼ା ଖାଇ ସାରିବା ପରେ ଅଭିଯୁକ୍ତ ଯୁବକ ଦୁଇ ଜଣ ପକୋଡ଼ାର ପୂରା ଦାମ୍‌ ଦେବା ପାଇଁ ମନା କରିଦେଇଥିଲେ । ଏହାକୁ ନେଇ ଦୋକାନୀ ସହ ସେମାନଙ୍କର ଝଗଡ଼ା ହୋଇଥିଲା । ଦୁଇ ଜଣ ଯୁବକ ତା’ ପର ଦିନ ସେହି ଦୋକାନକୁ ଆସି ବିକାଳି କହ୍ନେୟା କେଶରୀଙ୍କ ଗୋଡ଼କୁ ଗୁଳି ମାରିଥିଲେ ।

କହ୍ନେୟାକୁ ବଞ୍ଚାଇବାକୁ ଯାଇ ତା’ ଭାଇ ପିଣ୍ଟୁଙ୍କ ଗୋଡ଼ରେ ମଧ୍ୟ ଗୁଳି ବାଜିଥିଲା । ଦୁଇ ଭାଇଙ୍କୁ ଗୁରୁତର ଅବସ୍ଥାରେ ପାଟନାର ପି.ଏମ.ସି.ଏଚ୍‌.କୁ ପଠାଯାଇଥିଲା କରାଯାଇଥିଲା ।

ପିଡ଼ିତ ଦ୍ୱୟ ପୋଲିସକୁ କହିଛନ୍ତି ଯେ  ତାଙ୍କ ଦୋକାନରେ ଚୁନୁ ୟାଦବ ଓ ଗୋଲୁ ୟାଦବ ନାମକ ଦିନ ଦୁଇ ଜଣ ଯୁବକ ପକୋଡ଼ା ଖାଇଥିଲେ ଓ ତା’ ପରେ ପଇସା ନ ଦେଇ ଗୁଳି କରିଥିଲେ । ଶେଷ ପ୍ଲେଟ୍‌ ପକୋଡ଼ା ପାଇଁ ସେମାନେ ପାଞ୍ଚ ଟଙ୍କା ନ ଦେବାରୁ ସେମାନଙ୍କ ସହ ବଚ଼ସା ହୋଇଥିଲା ।

‘‘ପ୍ରତ୍ୟେକ ଗୁଳିର ଦାମ୍‌ ୧୦୦ ଟଙ୍କାରୁ ୨୦୦ ଟଙ୍କା ଭିତରେ । ଚ଼ାରିଟି ଗୁଳି ଚ଼ଳେଇ ସେମାନେ ପାଖାପାଖି ୫୦୦ ଟଙ୍କା ଖର୍ଚ୍ଚ କରିଥିବେ, କିନ୍ତୁ ବିକାଳିଙ୍କୁ ୫ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ,’’ ଗତ ସପ୍ତାହରେ ଘଟିଥିବା ଏହି ଘଟଣା ବିଷୟରେ ମିଡ଼ିଆକୁ କହିଛନ୍ତି ଡୁମରାଓଁର ଏସ.ଡି.ପି.ଓ. କେ.କେ. ସିଂ ।

ନୂଆ ଭୋଜପୁର ଚୌକିର ଅଧିକାରୀ ରାଜିବ ରଞ୍ଜନ ରାୟ କହିଛନ୍ତି ଯେ ଅଭିଯୁକ୍ତ ଦୁଇ ଜଣ ପାଖାପାଖି ୨୦ ବର୍ଷ ବୟସର ହେବେ ଓ ତାଙ୍କ ନାମରେ କୌଣସି ଆପରାଧିକ ମାମଲା ନାହିଁ । ସେମାନେ ଘଟଣା ପର ଠାରୁ ଫେରାର ଅଛନ୍ତି । ଚଢ଼ାଉ ଜାରି ରହିଛି କିନ୍ତୁ ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇପାରିନାହିଁ । ବିହାରର ଏହି ଅଞ୍ଚଳରେ ଅପରାଧ ଘଟାଇବା ପାଇଁ ଅପରାଧି ବହୁତ ସହଜରେ ଅବୈଧ ମାରଣାସ୍ତ୍ର ପାଇଯାଉଥିବାରୁ ଅପରାଧର ସଂଖ୍ୟା ଅଧିକ ରହେ ।
First published: February 15, 2020, 4:54 PM IST