News 18 Odia Digital
କେରଳର କୋଲାମରେ ଜିଲ୍ଲାରେ ରବିବାର ଦିନ NEET ମେଡିକାଲ ପ୍ରବେଶିକା ପରୀକ୍ଷା ଦେବା ପୂର୍ବରୁ ଜଣେ ଝିଅ ଛାତ୍ରୀଙ୍କୁ ତାଙ୍କ ଅନ୍ତ ବସ୍ତ୍ର କାଢ଼ିବବାକୁ ବାଧ୍ୟ କରିବା ମାମଲା ଆନ୍ଦୋଳନର ରୂପ ନେବାରେ ଲାଗିଛି। କେରଳ ପୋଲିସର କହିବା ଅନୁଯାୟୀ ଏହି ମାମଲାରେ ୫ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ପ୍ରବେଶିକା ପରୀକ୍ଷା ପୂର୍ବରୁ ବାଳିକା ଛାତ୍ରୀଙ୍କ ଅପମାନଜନକ କାର୍ଯ୍ୟ ପାଇଁ ପୋଲିସ ଏହି ମାମଲାରେ ତିନୋଟି ଅଭିଯୋଗ ଗ୍ରହଣ କରିଛି। କୋଲାମରେ NEET ପରୀକ୍ଷଣର କେନ୍ଦ୍ର ଅଧୀକ୍ଷକ କହିଛନ୍ତି ଯେ ଏହି ଅଭିଯୋଗ କାଳ୍ପନିକ ଓ ଭିତ୍ତିହୀନ ବୋଲି କହିଛନ୍ତି ।
କେରଳର ଉଚ୍ଚଶିକ୍ଷା ମନ୍ତ୍ରୀ ଆର ବିନ୍ଦୁ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ବିନ୍ଦୁ କହିଛନ୍ତି ଯେ ବାଳିକା ଛାତ୍ରଛାତ୍ରୀଙ୍କ ସମ୍ମାନ ଉପରେ ହୋଇଥିବା ଆକ୍ରମଣ ଖବରକୁ ନେଇ ନିରାଶ ଓ ଆଶ୍ଚର୍ଯ୍ୟ ପ୍ରକଟ କରାଇଛନ୍ତି ।
ଏହି ପ୍ରସଙ୍ଗରେ ଜୁଲାଇ ୧୮ ରେ ଆରମ୍ଭ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ମଙ୍ଗଳବାର ଦିନ ତୀବ୍ର ହେବାରେ ଲାଗିଛି। କେରଳ ମହିଳା ଆୟୋଗ କହିଛନ୍ତି ଯେ ଗ୍ରହଣ କରାଯାଇଥିବା ଦୁଇଟି ଅଭିଯୋଗକୁ ଆଧାର କରି ତଦନ୍ତ କରାଯାଉଛି । ଏହି ଘଟଣାର ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗର ଅଧ୍ୟକ୍ଷ ମଧ୍ୟ ପରୀକ୍ଷା ପରିଚାଳନା କରୁଥିବା ଜାତୀୟ ପରୀକ୍ଷା ଏଜେନ୍ସିକୁ କହିଛନ୍ତି।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।