Monkey pox: କେରଳରେ ମଙ୍କିପକ୍ସର ପଞ୍ଚମ ମାମଲା ଚିହ୍ନଟ

କେରଳରେ ମଙ୍କିପକ୍ସର ପଞ୍ଚମ ମାମଲା ଚିହ୍ନଟ। ଶନିବାର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ଗତକାଲି ରିପୋର୍ଟରେ ଜଣାପଡ଼ିଲା ସେ ମଙ୍କିପକ୍ସରେ ଆକ୍ରାନ୍ତ ଥିଲେ।

କେରଳରେ ୫ମ ମଙ୍କିପକ୍ସ ମାମଲା ଚିହ୍ନଟ (ପ୍ରତିକାତ୍ମକ ଛବି)

କେରଳରେ ୫ମ ମଙ୍କିପକ୍ସ ମାମଲା ଚିହ୍ନଟ (ପ୍ରତିକାତ୍ମକ ଛବି)

  • Share this:
News 18 Odia Digital

ଚେନ୍ନାଇ: ଦେଶରେ କରୋନା ପରେ ଚିନ୍ତା ବଢ଼ାଉଛି ମଙ୍କିପକ୍ସ । କେରଳରେ ୫ମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ଏହାକୁ ମିଶାଇ ୭ରେ ପହଞ୍ଚିଛି।  ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଦେଶରେ ଗତକାଲି ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେ ନିକଟରେ  ୟୁଏଇରୁ ଫେରିଥିଲେ। ସଂକ୍ରମଣ ବୃଦ୍ଧି ପାଇବା ପରେ ସାରା ଦେ‌ଶରେ ଭୟର ବାତାବରଣ ସୃଷ୍ଟି ହେବାକୁ ଲାଗିଛି।  କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ ବୀନା ଜର୍ଜ ଟ୍ବିଟ୍‌ କରି ଆଜି ଆକ୍ରାନ୍ତ କଥା ସୂଚନା ଦେଇଛନ୍ତି। ଏହି ୩୦ ବର୍ଷୀୟ ନୂଆ ଆକ୍ରାନ୍ତଙ୍କୁ ମାଲପୁରମ୍‌ରେ ଚିକିତ୍ସା କରାଯାଉଛି।

ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ହେବା ପରେ ମଙ୍କିପକ୍ସକୁ ନେଇ ଭୟ ବଢ଼ିଛି। ନିକଟରେ ୟୁଏଇରୁ କେରଳ ଫେରିଥିବା ଜଣେ ଯୁବକଙ୍କର ଗତ ଶନିବାର ଦିନ ମୃତ୍ୟୁ ହୋଇଥିଲା। ଗତ କାଲି ତାଙ୍କର ରିପୋର୍ଟ ଆସିଲାପରେ ସ୍ପଷ୍ଟ ହାେଇଥିଲା ଯେ ସେ ମଙ୍କିପକ୍ସ ଆକ୍ରାନ୍ତ ଥିଲେ। ଯେହେତୁ ମଙ୍କିପକ୍ସର ଏହି ପ୍ରକାର ବିସ୍ତାର ହୋଇଛି, ଏହାକୁ ରୋକିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଯିବ ବୋଲି କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ ବୀନା ଜର୍ଜ  କହିଛନ୍ତି।

ସେପଟେ  କେନ୍ଦ୍ର ସରକାର  ପଦ‌କ୍ଷେପ ଗ୍ରହଣ କରିଛନ୍ତି। ମଙ୍କିପକ୍ସ ମାମଲାର ଯାଞ୍ଚ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛି। ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଭିକେ ପଲ୍‌ ଏହି ଟାସ୍କ ଫୋର୍ସର ମୁଖ୍ୟ ଓ ଏହାର ସଦସ୍ୟମାନଙ୍କ ମଧ୍ୟରେ ମନ୍ତ୍ରାଳୟର ଅଧିକାରୀ ଅଛନ୍ତି।

ଦେଶର ପ୍ରମୁଖ ଡାକ୍ତରଖାନା ଓ ଗବେଷଣା ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଏଥିରେ ଅଛନ୍ତି। ଦେଶରେ ମଙ୍କିପକ୍ସ ସଂକ୍ରମଣର ଉତ୍ତମ ମୁକାବିଲା ଦିଗରେ ଏହି ଟାସ୍କ ଫୋର୍ସ ସହଯୋଗ କରିବ। ଟାସ୍କ ଫୋର୍ସ ମଧ୍ୟ ଆବଶ୍ୟକ ସ୍ଥଳେ ରାଜ୍ୟମାନଙ୍କୁ ପରାମର୍ଶ ଦେବ।
Published by:Sujit Swain
First published: