ପ୍ରଥମ ସପ୍ତାହରେ ରେକର୍ଡ଼ ସୃଷ୍ଟିକରି ୧୦୦ କୋଟି କ୍ଲବରେ ସାମିଲ ହେଲା ଅଜୟ-ସୈଫଙ୍କ ଫିଲ୍ମ ତାନାଜୀ

ଫିଲ୍ମର ଆୟ ବାବଦରେ ବଲିଉଡ଼ର ଜଣାଶୁଣା ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଟୁଇଟ କରି କହିଛନ୍ତି । ଆରମ୍ଭର ମଧ୍ୟ ତରନ ଏହି ଫିଲ୍ମଟି ୧୦୦କୋଟି କ୍ଲବରେ ସାମିଲ ହେବ ବୋଲି ଅନୁମାନ କରିଥିଲେ ।

ପ୍ରଥମ ସପ୍ତାହରେ ରେକର୍ଡ଼ ସୃଷ୍ଟିକରି ୧୦୦ କୋଟି କ୍ଲବରେ ସାମିଲ ହେଲା ଅଜୟ-ସୈଫଙ୍କ ଫିଲ୍ମ ତାନାଜୀ
ତାନାଜୀ ଫିଲ୍ମର ପୋଷ୍ଟର
  • News18 Odia
  • Last Updated: January 16, 2020, 2:19 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅଜୟ ଦେବଗନ୍, କାଜୋଲ ଏବଂ ସୈଫ ଅଲ୍ଲୀ ଖାନଙ୍କ ଦ୍ବାରା ଅଭିନୀତ ତାନାଜୀ ଦ ଅନସଙ୍ଗ ଓ୍ବାରିଅର ବକ୍ସ ଅଫିସରେ ଧମାଲ କରିବା ସହ ପ୍ରଥମ ସପ୍ତାହରେ ୧୦୦କୋଟି ଟଙ୍କା କ୍ଲବରେ ସାମିଲ ହୋଇଯାଇଛି । ପିଲ୍ମର ଆୟ ନେଇ ଟ୍ରେଡ ଆନାଲିଶିଷ୍ଟ ତରନ ଆଦର୍ଶ ନିଜର ଟୁଇଟ୍ର ହ୍ୟାଣ୍ଡେଲରୁ ଟୁଇଟ୍ କରି ସ୍ପଷ୍ଟ କରିଛନ୍ତି । ‘‘ ତାନାଜୀ ଅଜୟ ଦେବଗନଙ୍କ ୧୦୦ତମ ଫିଲ୍ମହୋଇଥିବାବେଳେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଫିଲ୍ମ ମାତ୍ର ୬ ଦିନରେ ଏହି କମାଲ କରିଛି’’ ବୋଲି ଟୁଇଟରେ ଲେଖିଛନ୍ତି ।

ଏହି ଭଳି ଅଜୟ ଦେବଗନଙ୍କ ଫିଲ୍ମ ୨୦୨୦ର ପ୍ରଥମ ଫିଲ୍ମ ଭାବେ ୧୦୦କୋଟି କ୍ଲବରେ ସାମିଲ ହୋଇଛି ଏହା ସହ ନିଜର ପ୍ରଥମ ସପ୍ତାହ ପୂରଣ କରିବା ପୂର୍ବରୁ ୧୦୦ କୋଟି ଆୟ କରି ଏକ ରେକର୍ଡ଼କୁ ନିଜ ନାମରେ କରିନେଇଛି । ଫିଲ୍ମର କାହାଣୀ ସତ୍ୟ ଘଟଣା ଉପରେ ଆଧାରିତ ଯେଉଁଥିରେ ଅଜୟ ଦେବଗନ ତାନାଜୀ ମାଲସରେଙ୍କ ଭୂମିକା ନିଭାଇଛନ୍ତି । ଫିଲ୍ମଟି ୨ଘଣ୍ଟା ୧୫ ମିନିଟର ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଓମ୍ ରାଓ୍ବତ ଦେଇଛନ୍ତି । ୧୫୦କୋଟି ବଜେଟରେ ନିର୍ମିତ ହୋଇଥିବା ଏହି ଫିଲ୍ମ ୧୦୦କୋଟି କ୍ଲବରେ ସାମିଲ ହୋଇଥିବାବେଳେ ଏହାର ପୂରା ଆୟ କେତେ ରହୁଛି ଦେଖିବାକୁ ବାକି ରହିଲା । ଫିଲ୍ମରେ ସୈଫଙ୍କ ନେଗେଟିଭ ରୋଲକୁ ଦର୍ଶକ ବହୁତ ପସନ୍ଦ କରିଥିବାବେଳେ ପତ୍ନୀ କରିନା ମଧ୍ୟ ତାଙ୍କର ଭୂମିକାକୁ ଭୂୟସୀ  ପ୍ରଶଂସା କରିଛନ୍ତି । ନିଜର ପ୍ରତିକ୍ରିୟାରେ କରିନା କହିଛନ୍ତି ‘‘ ମୁଁ ସତରେ ବହୁତ ଖୁସି ଅଛି । ଏହା ସହ ଏଥିପାଇଁ ଆନନ୍ଦିତ ଅଛି କି ଦର୍ଶକଙ୍କୁ ମଧ୍ୟ ଏହି ଫିଲ୍ମଟି ବହୁତ ପସନ୍ଦ ଆସିଛି ।‘‘ ତାନାଜୀରେ ସୈଫ ଉଦୟଭାନ ରାଠୋର ଭୂମିକାରେ ନଜର ଆସିଛନ୍ତି ଯିଏ ଜୟ ସିଂଙ୍କ ଶାସନ କାଳରେ ରାଜପୁତ କିଲାର ରକ୍ଷକ ଥିଲେ । ତାଙ୍କର ଏହି ପରଫରମାନ୍ସକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି ।
First published: January 16, 2020, 2:19 AM IST