ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»IND vs SL: ବର୍ଷା ପରେ ଭାସି ଗଲା ଭାରତର ବ୍ୟାଟିଂ; ୬୮ ରନରେ ଶେଷ ୭ ୱିକେଟ୍ ଗଡ଼ିଲା

IND vs SL: ବର୍ଷା ପରେ ଭାସି ଗଲା ଭାରତର ବ୍ୟାଟିଂ; ୬୮ ରନରେ ଶେଷ ୭ ୱିକେଟ୍ ଗଡ଼ିଲା

IND Vs SL | ଦିନିକିଆରେ ଡେବ୍ୟୁ କରିଥିବା ସଞ୍ଜୁ ସାମସନ୍ ପୃଥ୍ବୀ ଶ’ଙ୍କ ସହ ମିଶି ବ୍ୟାଟିଂ ଆରମ୍ଭ କରିଥିଲେ । ଦଳର ସ୍କୋର୍ ୧୦୨ ହୋଇଥିବା ବେଳେ ଟିମ୍ ଇଣ୍ଡିଆକୁ ଦ୍ବିତୀୟ ଝଟକାରେ ପୃଥ୍ବୀ ଶ’ ୪୯ ରନ୍ କରି ଆଉଟ୍ ହୋଇଯାଇଥିଲେ।

IND vs SL: ବର୍ଷା ପରେ ଭାସି ଗଲା ଭାରତର ବ୍ୟାଟିଂ; ୬୮ ରନରେ ଶେଷ ୭ ୱିକେଟ୍ ଗଡ଼ିଲା
ଶ୍ରୀଲଙ୍କା ବିରୁଦ୍ଧରେ ଭାରତର ତୃତୀୟ ODIରେ ୪୩.୧ ଓଭରରେ ୨୨୫ ରନରେ ଭାରତ ଅଲ୍-ଆଉଟ୍ ହୋଇଥିଲା । (ଫଟୋ ଏ.ପି.)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଲମ୍ବୋ: ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜର ଅନ୍ତିମ ମ୍ୟାଚରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ପୂର୍ବରୁ ସବୁ ୱିକେଟ ହରାଇ ୨୨୫ ରନ୍‌ କରିଛି ଓ ଶ୍ରୀଲଙ୍କା ଦଳ ଆଗରେ ୨୨୬ ରନର ଟାର୍ଗେଟ ରଖିଛି । ପ୍ରେମଦାସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଟିମ୍‌ ଇଣ୍ଡିଆକୁ ଅଲ୍‌-ଆଉଟ୍‌ ହେବାକୁ ମାତ୍ର ୪୩ ଓଭର ଓ ଗୋଟିଏ ବଲ୍‌ ଲାଗିଥିଲା । ଅଧିନାୟକ ଶିଖର ଧାୱନ ଏହି ଶେଷ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ । ସେ ଓ ପୃଥ୍ବୀ ଶ’ ମିଶି ଓପନିଂ କରିଥିଲେ। ହେଲେ ଦଳର ସ୍କୋର୍‌ ମାତ୍ର ୨୮ ହୋଇଥିବା ବେଳେ ଶିଖର ଧାୱନ ମାତ୍ର ୧୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ ।



ତା’ପରେ ଦିନିକିଆରେ ଡେବ୍ୟୁ କରିଥିବା ସଞ୍ଜୁ ସାମସନ୍‌ ପୃଥ୍ବୀ ଶ’ଙ୍କ ସହ ମିଶି ବ୍ୟାଟିଂ ଆରମ୍ଭ କରିଥିଲେ । ଦଳୀୟ ସ୍କୋର୍‌ ୧୦୨ ହୋଇଥିବା ବେଳେ ଟିମ୍‌ ଇଣ୍ଡିଆକୁ ଦ୍ବିତୀୟ ଝଟକାରେ ଭଲ ଫର୍ମରେ ଥିବା ବ୍ୟାଟସମ୍ୟାନ୍‌ ପୃଥ୍ବୀ ଶ’ ୪୯ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଭାରତ ପକ୍ଷରୁ ସଞ୍ଜୁ ସାମସନ୍‌ ୪୬ ରନ୍‌ ଓ ମନୀଷ ପାଣ୍ଡେ ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ ।



ହାର୍ଦ୍ଦିକ ପାଣ୍ଡ୍ୟା ୧୯ ରନ୍‌ କରି ପ୍ୟାଭିଲିନ୍‌ ଫେରିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟସମ୍ୟାନ୍‌ ସୂର୍ଯ୍ୟ କୁମାର ଯାଦବ ୪୦, ନୀତିଶ ରାଣା ୭, କେ ଗୌତମ ୨, ରାହୁଲ ଚହର ୧୩ ଓ ନବଦୀପ ସାଇନି ୧୫ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଥିଲେ । ଅସଲରେ ଭଲ ବ୍ୟାଟିଂ କରୁଥିବା ସୂର୍ଯ୍ୟ କୁମାର ଯାଦବଙ୍କ ସାଥ କୌଣସି ଖେଳାଳି ଦେଇ ପାରି ନ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଇଏ ଜଣେ ମା’; ନାମ ଭାଗ୍ୟଲକ୍ଷ୍ମୀ; ନିଜ ଦୁଇ କୁନି ପୁଅଝିଅଙ୍କୁ କୂଅରେ ପକେଇ ମାରିଦେଲେ

ଏହି ମ୍ୟାଚ୍‌ ବର୍ଷାରେ ବାଧାପ୍ରାପ୍ତ ବି ହୋଇଥିଲା । ନିର୍ଦ୍ଧାରିତ ଓଭର୍‌ ସରିବା ପୂର୍ବରୁ ମାତ୍ର ୨୨୫ ରନ୍‌ କରି ଟିମ୍‌ ଇଣ୍ଡିଆ ସବୁ ୱିକେଟ ହରାଥିଲା । ଶ୍ରୀଲଙ୍କାର ବୋଲରମାନେ ଖୁବ୍‌ ଭଲ ପ୍ରଦର୍ଶନ କରିଥିଲେ ଓ ଟିମ୍‌ ଇଣ୍ଡିଆକୁ ଅଦିକ ରନ୍‌ ସଂଗ୍ରହ କରିବାକୁ ରୋକିଥିଲେ।



ଶ୍ରୀଲଙ୍କାର ପ୍ରବିନ୍‌ ଓ ଅକିଲା ଧନଞ୍ଜୟ ତିନୋଟି ଲେଖାଏଁ ୱିକେଟ ନେଇଥିଲେ । ଦିଷ୍ମନ୍ତ ଚାମିରା ଦୁଇଟି ୱିକେଟ ନେଇଥିବା ବେଳେ କରୁଣାରତ୍ନେ ଓ ଦାଶୁଣା ଶାଣକାଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା ।
Published by: Anand ST Das
First published: July 23, 2021, 9:45 PM IST