News18 Odia Digital
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ (Reliance Industries Limited, RIL) ଘୋଷଣା କରିଛି ଯେ ସାଉଦି ଆରବର ସାର୍ବଭୌମିକ ଧନ ପାଣ୍ଠି PIF
ଜିଓ ପ୍ଲାଟଫର୍ମ୍ସରେ (Jio Platforms) ୧୧,୩୬୭ କୋଟି ଟଙ୍କା ବିନିଯୋଗ କରିଛି । PIF ଏହି ପୁଞ୍ଜି ବିନିଯୋଗ ଦ୍ୱାରା ଜିଓ ପ୍ଲାଟଫର୍ମ୍ସର ୨.୩୨ ପ୍ରତିଶତ ଅଂଶଧନ ଗ୍ରହଣ କରିଛି, ଯାହା ଜିଓ ପ୍ଲାଟଫର୍ମ୍ସରେ ଦୁଇ ମାସରୁ କମ୍ ସମୟରେ କ୍ରମାଗତଭାବେ ଏକାଦଶ ବିନିଯୋଗ ।
ଏହି ପୁଞ୍ଜି ବିନିଯୋଗକୁ ମିଶାଇ ଜିଓ ପ୍ଲାଟଫର୍ମ୍ସରେ ୨୪.୭ ପ୍ରତିଶତ ଅଂଶଧନ ବଦଳରେ ବିଶ୍ୱର ଅଗ୍ରଣୀ ନିବେଶକମାନଙ୍କ ଠାରୁ ରିଲାଏନ୍ସ ୧,୧୫,୬୯୩.୯୫ କୋଟି ଟଙ୍କା ସଂଗ୍ରହ କରିଛି । ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, ‘‘ରିଲାଏନ୍ସ ସାଉଦି ଆରବ ସହିତ ଅନେକ ଦଶନ୍ଧି ଧରି ଫଳପ୍ରଦ ସମ୍ପର୍କରେ ଅଛୁ । ତୈଳ ଅର୍ଥନୀତିରୁ ଆରମ୍ଭ କରି ଏହି ସମ୍ପର୍କ ବର୍ତ୍ତମାନ ଭାରତର ନୂତନ ତୈଳ (ଡାଟା-ଚାଳିତ) ଅର୍ଥନୀତିକୁ ମଜବୁତ କରିବା ଆଡ଼କୁ ଗତି କରୁଛି । ଜିଓ ପ୍ଲାଟଫର୍ମରେ PIFର ବିନିଯୋଗରୁ ଏହା ସ୍ପଷ୍ଟ ହୋଇଛି ।’’
‘‘ସାଉଦି ଆରବ ଦେଶର ଆର୍ଥିକ ରୂପାନ୍ତର କରିବାରେ PIFର ଭୂମିକାକୁ ମୁଁ ବହୁତ ପ୍ରଶଂସା କରେ । ଜିଓ ପ୍ଲାଟଫର୍ମରେ ଜଣେ ମୂଲ୍ୟବାନ ଅଂଶୀଦାର ଭାବରେ ମୁଁ PIFକୁ ସ୍ୱାଗତ କରୁଛି । ଆମେ ୧୩୦ କୋଟି ଭାରତୀୟଙ୍କ ଜୀବନକୁ ସମୃଦ୍ଧ ଓ ସଶକ୍ତ କରିବା ପାଇଁ ଭାରତର ଡିଜିଟାଲ୍ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା ଦିଗରେ ଉଚ୍ଚାଭିଳାଷୀ ପଦକ୍ଷେପ ନେବା ବେଳେ ମୁଁ ସେମାନଙ୍କର (PIFର) ସ୍ଥାୟୀ ସମର୍ଥନ ଓ ମାର୍ଗଦର୍ଶନକୁ ଅପେକ୍ଷା କରିଛି,’’ କହିଛନ୍ତି ଅମ୍ବାନୀ ।

ରିଲାଏନ୍ସର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ
ଏହି ଚୁକ୍ତି ଘୋଷଣା ହେବା ପରେ PIFର ଗଭର୍ଣ୍ଣର ମାନ୍ୟବର ୟାସିର ଅଲ-ରୁମାୟନ କହିଛନ୍ତି, “ଭାରତରେ ଟେକ୍ନୋଲୋଜି କ୍ଷେତ୍ରର ରୂପାନ୍ତରର ଅଗ୍ରଭାଗରେ ଥିବା ଏକ ଅଭିନବ ବ୍ୟବସାୟରେ ବିନିଯୋଗ କରି ଆମେ ଆନନ୍ଦିତ । ଆମେ ବିଶ୍ୱାସ କରୁ ଯେ ଭାରତୀୟ ଡିଜିଟାଲ ଅର୍ଥନୀତିର ସମ୍ଭାବନା ଅତ୍ୟନ୍ତ ରୋମାଞ୍ଚକର, ଆଉ ଜିଓ ପ୍ଲାଟଫର୍ମ୍ସ ଆମକୁ ସେହି ଅଭିବୃଦ୍ଧି ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରୁଛି । ଏହି ପୁଞ୍ଜି ବିନିଯୋଗ ଆମକୁ ସାଉଦି ଆରବର ଅର୍ଥନୀତି ତଥା ଆମ ଦେଶର ନାଗରିକଙ୍କ ସୁବିଧା ପାଇଁ ମହତ୍ୱପୂର୍ଣ୍ଣ ଦୀର୍ଘକାଳୀନ ବ୍ୟାବସାୟିକ ରିଟର୍ଣ୍ଣ ସୃଷ୍ଟି କରିବାରେ ସାହାଯ୍ୟ କରିବ ।’’

ଜିଓ ପ୍ଲାଟଫର୍ମ୍ସ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଏକ ସହାୟକ କମ୍ପାନୀ । ଏହା ଏ ପର୍ଯ୍ୟନ୍ତ ଭାରତରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଭାରତୀୟ ବୈଷୟିକ ଶିଳ୍ପ ଉପରେ ଜିଓର ଚିତ୍ତାକର୍ଷକ ପ୍ରଭାବରେ ଉତ୍ସାହିତ ହୋଇ ନିକଟ ଅତୀତରେ ଏଥିରେ ପୁଞ୍ଜି ବିନିଯୋଗ କରିଥିବା ବିଶ୍ୱ ସ୍ତରୀୟ ନିବେଶକଙ୍କ ତାଲିକାରେ ଅଛନ୍ତି ଫେସବୁକ୍, ସିଲଭର ଲେକ୍, ଭିଷ୍ଟା ପାର୍ଟନର୍ସ, ଜେନେରାଲ୍ ଆଟଲାଣ୍ଟିକ୍, କେକେଆର୍, ମୁବାଦଲା, ଆଡ଼ିଆ, ଟିପିଜି ଓ ଏଲ୍. କ୍ୟାଟରଟନ୍ ।
ଏହି ତାଲିକାରେ ଯୋଗଦେବାରେ ସର୍ବଶେଷ ସଙ୍ଗଠନ ହେଉଛି PIF, ଯାହା ଏକ ଉଚ୍ଚ ପ୍ରୋଫାଇଲର ଅଧିକାରୀ । ଜିଓ ପ୍ଲାଟଫର୍ମ୍ସରେ PIFର ଏହି ବିନିଯୋଗ ଆଜି ପର୍ଯ୍ୟନ୍ତ ଭାରତୀୟ ଉପମହାଦେଶରେ ଏହାର ଏହି ପ୍ରକାରର ବୃହତ୍ତମ ନିବେଶ । ସାଉଦି ଆରବର ଅର୍ଥନୈତିକ ପରିବର୍ତ୍ତନର ଲକ୍ଷ୍ୟକୁ ମଜବୁତ କରିବା ପାଇଁ ସେହି ଦେଶର ଭିଜନ ୨୦୩୦ ଲକ୍ଷ୍ୟର ଏକ ଅଂଶ ଭାବରେ ଏହି ସାର୍ବଭୌମିକ ପାଣ୍ଠି ବିଭିନ୍ନ ଲାଭଦାୟୀ ବ୍ୟବସାୟରେ ବିନିଯୋଗ କରେ ।
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ଏହା ବି ପଢ଼ନ୍ତୁ: Jio-TPG ଡିଲ୍: ରିଲାଏନ୍ସର ଜିଓ ପ୍ଲାଟଫର୍ମରେ ମୋଟ୍ ପୁଞ୍ଜି ନିବେଶ ୧ ଲକ୍ଷ କୋଟି ଟଙ୍କା ପାର୍ କଲାଏହା ବି ପଢ଼ନ୍ତୁ: ADIA ନିବେଶକୁ ମିଶାଇ Jio ପାଖାପାଖି ₹୧ ଲକ୍ଷ କୋଟିର ନିବେଶ ସଂଗ୍ରହ କରିସାରିଛି: ୧୦ଟି ମୁଖ୍ୟ କଥାଏହା ବି ପଢ଼ନ୍ତୁ: Jioର ପୁଣି ଏକ ଡିଲ୍: ଆବୁଧାବିର ADIA ଜିଓ ପ୍ଲାଟଫର୍ମରେ ୧.୧୬% ଅଂଶଧନ ୫,୬୮୩ କୋଟି ଟଙ୍କାରେ କିଣିବଏହା ବି ପଢ଼ନ୍ତୁ: ୬ ସପ୍ତାହରେ ରିଲାଏନ୍ସ ଜିଓର ୭ମ ଡିଲ୍: ୪,୫୪୬ କୋଟି ଟଙ୍କାରେ ସିଲଭର ଲେକ୍ ୨.୦୮% ଅଂଶଧନ କିଣିବଏହା ବି ପଢ଼ନ୍ତୁ: ଦେଢ଼ ମାସରେ ରିଲାଏନ୍ସର ଷଷ୍ଠ ଡିଲ୍: ଆବୁଧାବିର ମୁବାଦଲା ଜିଓରେ ₹୯,୦୯୩ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ ନିଜ ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ PPE ତିଆରି କରିବାରେ ଲଗାଇଛି; ଦାମ୍ କମ୍ ରଖିଛିଏହା ବି ପଢ଼ନ୍ତୁ: ରିଲାଏନ୍ସର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍ସ ଇସ୍ୟୁକୁ ଜବରଦସ୍ତ ସମର୍ଥନ ମିଳିଲାଏହା ବି ପଢ଼ନ୍ତୁ: କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲାଏହା ବି ପଢ଼ନ୍ତୁ: ମାସକରେ ରିଲାଏନ୍ସର ପଞ୍ଚମ ଡିଲ୍: ଜିଓ ପ୍ଲାଟଫର୍ମର ୨.୩୨% KKRକୁ ୧୧,୩୬୭ କୋଟି ଟଙ୍କାରେ ବିକିଲାଏହା ବି ପଢ଼ନ୍ତୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲାଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓରେ ୫,୬୫୫ କୋଟି ଟଙ୍କାର ନିବେଶ କଲା ଆମେରିକାର ସିଲଭର୍ ଲେକ୍ଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନିଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।