ଇମ୍ରାନ ଖାନ (ପ୍ରତୀକାତ୍ମକ ଛବି)
News18 Odia Digital
ସୁରକ୍ଷା ଜାମିନର ସମୟ ଅବଧି ଶେଷ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଗିରଫ କରାଯିବ ବୋଲି ରବିବାର ଦିନ ପାକିସ୍ତାନ ଗୃହମନ୍ତ୍ରୀ ରାନା ସାନାଉଲ୍ଲା କହିଛନ୍ତି।
ଇମ୍ରାନ୍ ଖାନଙ୍କ ନାମରେ ଦଙ୍ଗା, ବିଦ୍ରୋହ, ସଂଘୀୟ ସରକାର ଉପରେ ଆରୋପ ଭଳି ଅନେକ ମାମଲା ରୁଜୁ କରାଯାଇଛି ବୋଲି ‘ଦି ନିଉଜ୍’ ରିପୋର୍ଟ କରିଛି। ରାନା କହିଛନ୍ତି ଯେ ତାଙ୍କ ଜାମିନ ଶେଷ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାନି ଗାଲା ବାସଭବନ ବାହାରେ ଥିବା ସୁରକ୍ଷା ରକ୍ଷୀମାନେ ତାଙ୍କୁ ଗିରଫ କରିବେ।
୫୦୦୦୦ ଟଙ୍କାର ମୁଚାଲିକାରେ ଜୁନ ୨ ତାରିଖରେ ପେଶୱାର ହାଇକୋର୍ଟ ଇମ୍ରାନ ଖାନଙ୍କୁ ୩ ସପ୍ତାହ ପାଇଁ ଟ୍ରାଞ୍ଜିଟ ବେଲ ମଞ୍ଜୁର କରିଛନ୍ତି।
ପାକିସ୍ତାନ ମୁସଲିମ ଲିଗ-ନୱାଜ ଦାବି କରିଛି, ‘ପାକିସ୍ତାନ ତେରୀକ୍-ଏ-ଇନ୍ସାଫ’ ସରକାର ଅମଳରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ତାଙ୍କ ପତ୍ନୀ ବୁଶ୍ରା ବିବି ଓ ତାଙ୍କ ବାନ୍ଧବୀ ଫାରା ଗୋଗି କୋଟି କୋଟି ଟଙ୍କା ଆତ୍ମସାତ୍ କରିଛନ୍ତି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।