ପାକିସ୍ତାନ ମନ୍ତ୍ରୀ ଶେଖ ରସିଦଙ୍କ ବେତୁକା ବୟାନ; କହିଲେ- ଭାରତର କୃଷକ ଆନ୍ଦୋଳନ ଯୋଗୁଁ ହେଲା ବ୍ଲାକଆଉଟ

ରାତି ପ୍ରାୟ ୧୧.୪୧ ସମୟରେ କରାଚି, ଇସଲାମାବାଦ, ଲାହୋର, ପେଶୱାର ଓ ରାୱଲପିଣ୍ଡି ସମେତ ସମଗ୍ର ପାକିସ୍ତାନ ଅନ୍ଧାରରେ ବୁଡ଼ି ଯାଇଥିଲା । ପାକିସ୍ତାନର ଏକାସାଙ୍ଗରେ ଅନେକ ସହରରେ ବିଜୁଳି ଚାଲିଯିବାର ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା ଓ ଟ୍ୱିଟରରେ #blackout ଟ୍ରେଣ୍ଡ ହୋଇଥିଲା।

ପାକିସ୍ତାନ ମନ୍ତ୍ରୀ ଶେଖ ରସିଦଙ୍କ ବେତୁକା ବୟାନ; କହିଲେ- ଭାରତର କୃଷକ ଆନ୍ଦୋଳନ ଯୋଗୁଁ ହେଲା ବ୍ଲାକଆଉଟ
ପାକିସ୍ତାନ ମନ୍ତ୍ରୀ ଶେଖ ରସିଦଙ୍କ ଭାରତକୁ ନେଇ ବେତୁକା ବୟାନ
  • News18 Odia
  • Last Updated: January 10, 2021, 12:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଲାହୋର: ପାକିସ୍ତାନ (Pakistan) ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନଙ୍କ (Imran Khan) ମନ୍ତ୍ରୀ କେବେ, କେଉଁଠାରେ ଓ କ’ଣ କହିବେ ତାହା କେହି ଜାଣି ନାହାଁନ୍ତି । ପ୍ରତ୍ୟେକ ଥର ପରି ପୁଣି ଥରେ ଇମ୍ରାନ ସରକାରଙ୍କ କୁହାଳିଆ ମନ୍ତ୍ରୀ ଶେଖ ରସିଦ (Sheikh Rashid) ଏପରି କିଛି କହିଛନ୍ତି ଯେ ଶୁଣିବା ପରେ ଆପଣ ତାଙ୍କ ଦାୟିତ୍ୱହୀନ ବକ୍ତବ୍ୟରେ ନିଶ୍ଚିତ କ୍ରୋଧିତ ହେବେ । ବାସ୍ତବରେ ମନ୍ତ୍ରୀ ଶେଖ ରସିଦ କହିଛନ୍ତି ଯେ ପାକିସ୍ତାନର ବ୍ଲାକଆଉଟ ପଛରେ ଭାରତର ଷଡ଼ଯନ୍ତ୍ର ଅଛି ।

ଇମ୍ରାନ ଖାନଙ୍କ କୁହାଳିଆ ମନ୍ତ୍ରୀ ଶେଖ ରସିଦ ଶନିବାର ରାତିରେ ପାକିସ୍ତାନରେ ବିଦ୍ୟୁତ ଯିବା ପାଇଁ ଭାରତକୁ ଦାୟୀ କରିଛନ୍ତି । ଶେଖ ରସିଦ କହିଛନ୍ତି ଯେ ଭାରତ ପାକିସ୍ତାନର ବିଦ୍ୟୁତ କାଟ କରିଛି ଯାହା ଦ୍ୱାରା ସେଠାରେ ଘଟୁଥିବା କୃଷକ ଆନ୍ଦୋଳନରୁ ବିଶ୍ୱର ଦୃଷ୍ଟି ହଟାଇ ପାରିବ ।

ପାକିସ୍ତାନର ଏକାସାଙ୍ଗରେ ଅନେକ ସହରରେ ବିଜୁଳି ଚାଲିଯିବାର ଖବର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା ଓ ଟ୍ୱିଟରରେ #blackout ଟ୍ରେଣ୍ଡ ହୋଇଥିଲା । ଖବର ଅନୁଯାୟୀ ବୈଷୟିକ ତ୍ରୁଟି ହେତୁ କରାଚି, ଇସଲାମାବାଦ, ଲାହୋର, ପେଶୱାର ଓ ରାୱଲପିଣ୍ଡି ସମେତ ସମଗ୍ର ପାକିସ୍ତାନ ରାତି ପ୍ରାୟ ୧୧.୪୧ ସମୟରେ ଅନ୍ଧକାରରେ ବୁଡ଼ି ଯାଇଥିଲେ । ପାକିସ୍ତାନରେ ବ୍ଲାକଆଉଟ୍ ହେବ କୌଣସି ନୂଆ କଥା ନୁହେଁ । ଏହାପୂର୍ବରୁ ଜାନୁଆରୀ ୨୦୧୫ ରେ ସମାନ ବୈଷୟିକ ତ୍ରୁଟି ଯୋଗୁଁ ସମଗ୍ର ଦେଶରେ ବିଦ୍ୟୁତ୍ ଚାଲି ଯାଇଥିଲା ।

ଏହି ସମଗ୍ର ପ୍ରସଙ୍ଗରେ ସୂଚନା ପ୍ରଦାନ କରୁଥିବାବେଳେ ପାକିସ୍ତାନର ଶକ୍ତି ମନ୍ତ୍ରଣାଳୟ ଟ୍ୱିଟରରେ ଲେଖିଛି - ବିଦ୍ୟୁତ୍ ପରିବହନ ବ୍ୟବସ୍ଥାର ଫ୍ରିକ୍ୱେନ୍ସିରେ ହଠାତ୍ ୫୦ ରୁ ୦ ହ୍ରାସ ଯୋଗୁଁ ଦେଶବ୍ୟାପୀ ବ୍ଲାକଆଉଟ୍ ହୋଇଥିଲା । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କିଛି ବୈଷୟିକ ସମସ୍ୟା ଯୋଗୁଁ ରାତି ପ୍ରାୟ ୧୧:୪୧ ସମୟରେ ସମଗ୍ର ଦେଶରେ ବ୍ଲାକଆଉଟ୍ ହୋଇଥିଲା । ମନ୍ତ୍ରଣାଳୟ ଲୋକମାନଙ୍କୁ ଧର୍ଯ୍ୟବାନ ହେବାକୁ ନିବେଦନ କରିଥିଲେ ।
Published by: Jagdish Barik
First published: January 10, 2021, 12:29 PM IST
corona virus btn
corona virus btn
Loading