Imran Khan Arrested: ଗିରଫ ହେଲେ ପାକିସ୍ତାନର ପୂର୍ବତନ PM ଇମ୍ରାନ ଖାନ

Imran Khan Arrested: ଇସଲାମାବାଦରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି।

ଗିରଫ ହେଲେ ପାକିସ୍ତାନର ପୂର୍ବତନ PM ଇମ୍ରାନ ଖାନ

ଗିରଫ ହେଲେ ପାକିସ୍ତାନର ପୂର୍ବତନ PM ଇମ୍ରାନ ଖାନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Imran Khan Arrested: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ ନିକଟରେ ତୋଷଖାନ୍ନା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଇମ୍ରାନଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନକୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ପାକିସ୍ତାନ ରେଞ୍ଜର୍ସ ତରଫରୁ ନିଆଯାଇଛି । ଇମ୍ରାନଙ୍କୁ ଏଭଳି ସମୟରେ ଗିରଫ କରାଯାଇଛି, ଯେତେବେଳେ ସେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଓ ଆଇଏସଆଇର ଅଧିକାରୀ ମେଜର ଜେନରାଲ ଫ୍ରେସଲ ନସୀରଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ଇମ୍ରାନ ଅଭିଯୋଗ ଆଣିଥିଲେ କି ମେଜର ଜେନରାଲ ଫୈସଲ ନସୀର ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଇମ୍ରାନଙ୍କ ଏଭଳି ବୟାନକୁ ନେଇ ପାକିସ୍ତାନ ସେନା ପକ୍ଷରୁ କଟାକ୍ଷ କରାଯାଇଥିଲା ।

ପାକ୍ ଗଣମାଧ୍ୟମର ରିପୋର୍ଟ ମୁତାବକ ଇସଲାମବାଦ ହାଇକୋର୍ଟ ବାହାରେ ତାଙ୍କୁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଗିରଫ କରାଯାଇଛି । ଇମ୍ରାନ ଖାନ ଏହି ମାମଲାରେ ଜାମିନ ପାଇଁ କୋର୍ଟକୁ ଆସିଥିଲେ ।

ଇସଲାମାବାଦ ଅଭିମୁଖେ ଯିବା ପୂର୍ବରୁ ତାଙ୍କ ଗିରଫଦାରୀ ନେଇ ଆଶଙ୍କା ପ୍ରକଟ କରିଥିଲେ ଇମ୍ରାନ ଖାନ । ସେ ସ୍ପଷ୍ଟ ଭାବେ କହିଛନ୍ତି, ତାଙ୍କୁ ହତ୍ୟା କରିବା ଲାଗି ଉଦ୍ୟମ କରାଯାଇଥିଲା । ଏହା ପଛରେ ସେନା ଓ ଆଇଏସ୍‌ଆଇ ରହିଛି । ସେ ବିଷୟରେ ଇମ୍ରାନ ପର୍ଦ୍ଦାଫାସ କରିବାକୁ ଯାଉଥିବାରୁ ତା ପୂର୍ବରୁ ତାଙ୍କୁ ଗିରଫ କରାଯାଇ ପାରେ । ଏହା ପଛରେ କିଏ ଅଛନ୍ତି, ତାହା ସମସ୍ତେ ଜାଣିଛନ୍ତି । କେବଳ ସେହି ଜଣେ ନୁହେଁ, ପୂରା ଗ୍ୟାଙ୍ଗ ଏଥିଲାଗି କାମ କରୁଛି । କ୍ଷମତାରେ ଥିବା ଅନେକ ପକ୍ଷ ତାଙ୍କ ମୁହଁ ବନ୍ଦ କରିବା ଲାଗି ସମସ୍ତ ବଳ ଲଗାଇ ଦେଇଛନ୍ତି । ସେଥିଲାଗି ତାଙ୍କୁ ଗିରଫ କରାଯାଇପାରେ । ନିଜ ହତ୍ଯା ଷଡ଼ଯନ୍ତ୍ର ସଂପର୍କରେ ମଧ୍ୟ ବେଶ୍‌ କିଛି ତଥ୍ୟ ଦେଇଛନ୍ତି ଇମ୍ରାନ ।
Published by:Lipina Das
First published: