ଇମ୍ରାନ ଖାନଙ୍କୁ କରାଯାଇପାରେ ହତ୍ୟା ! ଜଳୁଛି ପାକିସ୍ତାନ, ଆର୍ଥିକ ସଂକଟ ବଢ଼ିଲା

ଇମ୍ରାନଙ୍କ ଗିରଫ ପରେ ପାକିସ୍ତାନରେ ଗୃହ ଯୁଦ୍ଧ। ଭଶୁଡ଼ି ପଡ଼ିବ ଅର୍ଥନୀତି ?

ଜଳୁଛି ପାକିସ୍ତାନ

ଜଳୁଛି ପାକିସ୍ତାନ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଇମ୍ରାନ ଖାନ (Imrarn Khan)ଙ୍କୁ ନେଇ ଆସିଛି ବଡ଼ ଖବର । ପାକିସ୍ତାନ(Pakistan) ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କରାଯାଇପାରେ ହତ୍ୟା । ଇମ୍ରାନଙ୍କୁ ହତ୍ୟା କରାଯାଇପାରେ ବୋଲି କହିଛନ୍ତି, ଆଫଗାନିସ୍ତାନରେ ଆମେରିକାର ପୂର୍ବତନ ରାଷ୍ଟ୍ରଦୂତ ଜଲମାଇ ଖାଲିଲ୍‌ଜାଦ । ଇମ୍ରାନ ଖାନଙ୍କ ଗିରଫଦାରୀକୁ ନିନ୍ଦା କରିବା ସହ ଗିରଫଦାରୀ ହଟାଇବାକୁ ଦାବି କରିଛନ୍ତି । ଉଦବେଗ ପ୍ରକାଶ କରିଛନ୍ତି ଯେ ଇମ୍ରାନ ଖାନଙ୍କୁ ହେପାଜତରେ ହତ୍ୟା କରାଯାଇପାରେ । ସେପଟେ ଇମ୍ରାନଙ୍କ ଗିରଫଦାରୀ ପରେ ଅଶାନ୍ତ ହୋଇ ପଡ଼ିଛି ପାକିସ୍ତାନ। ପାକିସ୍ତାନରେ ଇମ୍ରାନଙ୍କ ଦଳ ପିଟିଆଇର କର୍ମୀମାନେ ବିକ୍ଷୋଭ କରିବା ସହ ପୋଡ଼ାଜଳା କରିଛନ୍ତି।

ଆଜି ପାକିସ୍ତାନର ପୂର୍ବ ଇମ୍ରାନ ଖାନଙ୍କ ଗିରଫ ମାମଲାକୁ ସମ୍ପୂର୍ଣ୍ଣ ଅବୈଧ ବୋଲି ଘୋଷଣା କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଇମ୍ରାନଙ୍କୁ ଅଦାଲତ ପରିସରରୁ ଗିରଫ କରିବା ଘଟଣା ନେଇ ପ୍ରଶ୍ନ ଉଠାଇଛନ୍ତି ମୁଖ୍ୟ ବିଚାରପତି ଉମର ଅତା ବନ୍ଦିୟାଲ । ଏହା ସହିତ ଆଗାମୀ ଘଣ୍ଟେ ଭିତରେ କୋର୍ଟରେ ହାଜର ହେବା ପାଇଁ ତାଙ୍କୁ ଆଦେଶ ଦିଆଯାଇଛି । ସେ କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତି କୋର୍ଟକୁ ଆସୁଛନ୍ତି ତେବେ ଏଠାରୁ ତାଙ୍କୁ କିପରି ଗିରଫ କରାଗଲା । ଏହି ଘଟଣାକୁ ଆଇନର ଅବମାନନା ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।



ଅଦାଲତ ପରିସରରୁ ଗିରଫ କରିବା ଏବେ ଏକ ପ୍ରକାର ଟ୍ରେଣ୍ଡ ଚାଲିଛି । କିନ୍ତୁ ଯଦି ଏହିପରି ଘଟରା ଲଗାତାର ଘଟି ଚାଲିବ, ତେବେ ନ୍ୟାୟାଳୟ ଉପରୁ ସମସ୍ତଙ୍କ ବିଶ୍ୱାସ ଭାଙ୍ଗିଯିବ ଏବଂ କେହି ଅଦାଲତରେ ସୁରକ୍ଷିତ ଅନୁଭବ କରିବେ ନାହିଁ । ସେପଟେ ଅଦାଲତ ପ୍ରଶାସନିକ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି ଯେ, ଇମ୍ରାନ ଖାନଭ୍କୁ ଏକ ଘଣ୍ଟା ଭିତରେ ଅଦାଲତରେ ହାଜର କରାଯାଉ । ତେବେ କୋର୍ଟଙ୍କ ତରଫରୁ ଏପରି ଆଦେଶରୁ ଅନୁମାନ କରାଯାଉଛି ଯେ, ପୂର୍ବ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଆଶ୍ୱସ୍ତି ମିଳିପାରେ ।

ଅନ୍ୟପଟେ, ଇମ୍ରାନ ଖାନଙ୍କ ଗିରଫ ପରେ ଅଶାନ୍ତ ପାକିସ୍ତାନ । ଜଳୁଛି ଲାହୋର, ଇସଲାମାବାଦ, କରାଚି ସମେତ ସାରା ଦେଶ  । ଗିରଫ ପୂର୍ବରୁ ମଧ୍ୟ ହତ୍ୟା ଷଡ଼ଯନ୍ତ୍ର ନେଇ ପାକିସ୍ତାନ ସୁପ୍ରିମକୋର୍ଟକୁ କିଛି ଏଭଳି ଆଶଙ୍କା ଜଣାଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ କହିଥିଲେ, ତାଙ୍କ ଜୀବନକୁ ବିପଦ ଅଛି । ସ୍ଲୋ ପଏଜନ ଇଞ୍ଜେକସନ ଦେଇ ତାଙ୍କୁ ହତ୍ୟା କରାଯାଇପାରେ ।
Published by:Soumya Das
First published: