ଖୁସିର ଖବର: ଲମ୍ବା ମାନ୍ଦାବସ୍ଥା ପରେ ଦେଶର ଅର୍ଥ ବ୍ୟବସ୍ଥା ଏବେ ଦୃତ ଗତିରେ ଦୌଡ଼ିବା ଆରମ୍ଭ କରିଛି

ଜାନୁଆରୀରେ ଉତ୍ପାଦିତ ବସ୍ତୁ ଅଧିକ ବିକ୍ରି ହେବା ଆରମ୍ଭ ହୋଇଥିବାରୁ କାରଖାନା ଗୁଡ଼ିକରେ ଏବେ ଦ୍ରୁତ ଗତିରେ ଶ୍ରମିକ ନିଯୁକ୍ତି ବୃଦ୍ଧି ପାଇଛି, ଯାହା ବିଗତ ସାତ ବର୍ଷ ମଧ୍ୟରେ ସବୁଠୁ ଅଧିକ । ବ୍ୟାବସାୟିକ କ୍ଷେତ୍ରରେ ଯଦି ଏହି ସ୍ଥିତି ଜାରୀ ରହେ, ତେବେ ଆସନ୍ତା ମାସଗୁଡ଼ିକରେ ଭାରତର ଅର୍ଥନୈତିକ ପ୍ରଗତି କ୍ରମାଗତ ବୃଦ୍ଧି ପାଇବ ବୋଲି ବିଶ୍ଳେଷକମାନେ କହିଛନ୍ତି ।

ଖୁସିର ଖବର: ଲମ୍ବା ମାନ୍ଦାବସ୍ଥା ପରେ ଦେଶର ଅର୍ଥ ବ୍ୟବସ୍ଥା ଏବେ ଦୃତ ଗତିରେ ଦୌଡ଼ିବା ଆରମ୍ଭ କରିଛି
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: February 4, 2020, 12:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବେଙ୍ଗାଲୁରୁ: ବିକ୍ରି ଅର୍ଡର ଓ ଉତ୍ପାଦନରେ ଉତ୍ସାହଜନକ ବୃଦ୍ଧି ଯୋଗୁଁ ଜାନୁଆରୀ ମାସରେ ଭାରତର ଉତ୍ପାଦନ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିଛି, ଯାହା ଗତ ଆଠ ବର୍ଷରେ ସୁବୁ ଠୁ ଅଧିକ । ଏକ ବେସରକାରୀ ସର୍ଭେରେ ପ୍ରକାଶିତ ଏହି ତଥ୍ୟରୁ ଦେଶର ଅର୍ଥନୈତିକ ସ୍ଥିତିରେ ଦୃଢ଼ଭାବେ ସୁଧାର ଆସୁଛି ବୋଲି ସଙ୍କେତ ମିଳିଛି ।

ଉତ୍ପାଦିତ ବସ୍ତୁ ଅଧିକ ବିକ୍ରି ହେବା ଆରମ୍ଭ ହୋଇଥିବାରୁ କାରଖାନା ଗୁଡ଼ିକରେ ଦ୍ରୁତ ଗତିରେ ଶ୍ରମିକ ନିଯୁକ୍ତି ବୃଦ୍ଧି ପାଇଛି, ଯାହା ବିଗତ ସାତ ବର୍ଷ ମଧ୍ୟରେ ସବୁଠୁ ଅଧିକ ।

ବ୍ୟାବସାୟିକ କ୍ଷେତ୍ରରେ ଏହି ସ୍ଥିତି ଯଦି ଜାରୀ ରହେ, ତେବେ ଆସନ୍ତା ମାସଗୁଡ଼ିକରେ ଭାରତର ଅର୍ଥ ବ୍ୟବସ୍ଥାରେ ପ୍ରଗତି କ୍ରମାଗତ ବୃଦ୍ଧି ପାଇବ ବୋଲି ଗତ ମାସ ରଏଟର୍ସ୍‌ ଦ୍ବାରା କରାଯାଇଥିବା ଏକ ମତଦାନରେ ବିଶ୍ଳେଷକମାନେ ପୂର୍ବାନୁମାନ କରିଛନ୍ତି । ଗତ ଜୁଲାଇ-ସେପ୍ଟେମ୍ବର କ୍ବାର୍ଟରରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ବିଗତ ଛଅ ବର୍ଷ ମଧ୍ୟରେ ସବୁଠୁ ମନ୍ଥର ଗତିକୁ ଚାଲିଆସିଥିଲା ।

‘‘ପରଚେଜିଙ୍ଗ ମ୍ୟାନେଜରସ୍ ଇଣ୍ଡେକ୍ସ (ପିଏମଆଇ) ରେ ବିକ୍ରି ଚ଼ାହିଦା, କ୍ରୟ କ୍ଷମତା, ଉତ୍ପାଦନ ଓ ନିଯୁକ୍ତିରେ ବୃଦ୍ଧି ଘଟିଥିବାର ତଥ୍ୟ ପ୍ରକାଶ ପାଇବା ସହ ନୂତନ ବ୍ୟାବସାୟିକ ପ୍ରତିଷ୍ଠାନ ସୃଷ୍ଟି କରିବା ସହ କମ୍ପାନୀମାନେ ଇନଭେଣ୍ଟୋରୀକୁ ବୃଦ୍ଧି କରୁଛନ୍ତି,’’ କହିଛନ୍ତି ଆଇଏଚ୍ଏସ୍ ମାର୍କିଟର ମୁଖ୍ୟ ଅର୍ଥନୈତିଜ୍ଞ ପୋଲିନା ଡି ଲିମା ।

ନୂତନ ଅର୍ଡର ଉପ-ସୂଚୀ ( ସବ୍ ଇଣ୍ଡେକ୍ସ)ର ତଥ୍ୟ ଅନୁଯାୟୀ ୨୦୧୪ ପରଠାରୁ ଏହା ସବୁଠୁ ଉଚ୍ଚତମ ସ୍ତରରେ ପହଞ୍ଚିଛି ଏବଂ ଗତ ସାଢ଼େ ସାତ ବର୍ଷ ମଧ୍ୟରେ ସବୁଠୁ ଅଧିକ ଦ୍ରୁତ ଗତିରେ ବୃଦ୍ଧି ଘଟିଚାଲିଛି, ଯାହାଦ୍ବାରା କାରଖାନାଗୁଡ଼ିକରେ ବହୁମାତ୍ରାରେ ନିଯୁକ୍ତି ନିମନ୍ତେ ସୁଯୋଗ ସୃଷ୍ଟି କରିଛି ।

ଏହା ମଧ୍ୟରେ ଉଭୟ ଇନପୁଟ ଦାମ୍ ଓ ବିକ୍ରି ମୂଲ୍ୟରେ ସାମାନ୍ୟ ଭାବେ ବୃଦ୍ଧି ଘଟି ଡିସେମ୍ବରରେ ସର୍ବାଧିକ ୭.୩୫%କୁ ଛୁଇଁଥିବା ମୁଦ୍ରସ୍ପୀତିରେ ସାମାନ୍ୟ ହ୍ରାସ ଘଟିଛି । କିନ୍ତୁ ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା 4% ପ୍ରତିଶତ ମଧ୍ୟମ ଲକ୍ଷ୍ୟଠାରୁ କମନୁହେଁ ।

ଡି ଲିମା କହିଛନ୍ତି,‘‘ ଆସନ୍ତା ବର୍ଷଗୁଡ଼ିକରେ ଉତ୍ପାଦନକୁ ବୃଦ୍ଧି କରିବାକୁ ହେଲେ ବିଜ୍ଞାପନ ଓ ନୂଆ ନୂଆ ଉତ୍ପାଦ ଜରିଆରେ ନୂଆ ଗ୍ରାହକ ସୃଷ୍ଟି କରାଯିବାକୁ ସର୍ବେକ୍ଷଣରେ ଭାଗନେଇଥିବା ବ୍ୟକ୍ତିମାନେ ଆଶାବାଦୀ ଅଛନ୍ତି  । ଏହି ଆଶା ଏହି ଭଲ ଖବରଟିକୁ ପୂର୍ଣ୍ଣତା ଦେବା ସହ ବ୍ୟବସାୟରେ ବିଶ୍ବାସ ବୃଦ୍ଧି ପାଇଥିବା ସୂଚିତ କରୁଛି ।’’
First published: February 4, 2020, 12:37 PM IST
corona virus btn
corona virus btn
Loading