News 18 Odia Digital
ନୂଆଦିଲ୍ଲୀ; ଯେଉଁମାନେ ଦୋକାନରୁ ଖୋଲା ସିଗାରେଟ୍ କିଣୁଛନ୍ତି ସେମାନଙ୍କୁ ଆଉ ମିଳିବନି ସିଗାରେଟ୍ । କାରଣ ସିଗାରେଟ ଉପରେ ଏବେ କଟକଣା ଲାଗିବାକୁ ଯାଉଛି । ଷ୍ଟାଣ୍ଡିଂ କମିଟି ଏପରି ଏକ ପ୍ରସ୍ତାବ ଦେଇଥିବା ଜଣାପଡିଛି । ଯାହାଦ୍ୱାରା ସିଗାରେଟ ବ୍ୟବହାର ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି ।
ଷ୍ଟାଣ୍ଡିଂ କମିଟି ସୁପାରିଶ କରାଯିବା ପରେ ସଂସଦରେ ଏନେଇ ଏକ ପ୍ରସ୍ତାବ ଆଗତ କରାଯିବାର ଆଲୋଚନା ହେଉଛି । ସଂସଦରେ ଏହି ପ୍ରସ୍ତାବ ପାରିତ ହେବା ପରେ ଆଉ ଖୋଲାରେ ଦୋକାନୀମାନେ ସିଗାରେଟ୍ ଖୋଲି ବିକ୍ରି କରିପାରିବେନି । ଦୋକାନରେ କେବଳ ପୁରା ପ୍ୟାକେଟ ସିଗାରେଟ ହିଁ ଗ୍ରାହକଙ୍କୁ ମିଳିବ । ଏନେଇ ସବୁଜ ସଙ୍କେତ ମଧ୍ୟ ମିଳିସାରିଛି ।
ସିଗାରେଟ୍ ଟାଣିବା ଦ୍ୱାରା ଫୁସଫୁସ ଭିତରକୁ ଅଧିକ ଟବାକୋ ଯାଇଥାଏ। ଯାହାକି ଦେହ ପାଇଁ ଖୁବ ବିପଜ୍ଜନକ । ଏଥିସହ ୩ ବର୍ଷ ପୂର୍ବରୁ ଇ-ସିଗାରେଟ୍ ବିକ୍ରୟ ଓ କ୍ରୟ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯାଇସାରିଛି । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା ।
ଏବେର ଟିକସ ନିୟମ ଅନୁସାରେ, କେନ୍ଦ୍ର ସରକାର ସିଗାରେଟ ଉପରେ ୫୩% ଜିଏସଟି ପାଉଛନ୍ତି । ଶତକଡା ୨୨% ଜିଏସଟି ବିଡ଼ି ଉପରେ ଲଗାଯାଇଛି । କେବଳ ସେତିକି ନୁହେଁ ସ୍ମୋକଲେସ୍ ନିଶାଦ୍ରବ୍ୟ ଉପରେ ୬୦% ଜିଏସଟି କେନ୍ଦ୍ର ସରକାର ନେଉଥିବା ଉଲ୍ଲେଖ ରହିଛି ।
ନିଶାଦ୍ରବ୍ୟ କର୍କଟ ରୋଗର ବାହକ ବୋଲି ଷ୍ଟାଣ୍ଡି କମିଟି କହିଛି । ଏଥିସହ ଏହା ମଧ୍ୟ ଦର୍ଶାଯାଇଛି ଯେ, ସିଗାରେଟ ଉପରେ ଜିଏସଟି ଲାଗୁ କରାଯିବା ପରେ ଲୋକମାନେ କିଛିମାତ୍ରାରେ କମ୍ ସିଗାରେଟ୍ ବ୍ୟବହାର କରୁଛନ୍ତି । ତେବେ ଏହି ଜିଏସି ପ୍ରତିଶତ ଆଗକୁ ବୃଦ୍ଧି ହୋଇ ୭୫% ହୋଇପାରେ ବୋଲି ସୂଚନା ମିଳିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।