ଆହ୍ଲାବାଦ ହାଇ କୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ପତ୍ନୀ ବେୱଫା କି ନୁହେଁ? DNA ଟେଷ୍ଟ କରି କରିପାରିବେ ପ୍ରମାଣ

ହାମିରପୁରରେ (Hamirpur) ଏକ ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି, ବ୍ୟକ୍ତି ଜଣକ ଶିଶୁର ପିତା କି ନୁହେଁ? ଏହାକୁ ପ୍ରମାଣ କରିବା ପାଇଁ DNA ପରୀକ୍ଷା ହେଉଛି ସର୍ବୋତ୍ତମ ଉପାୟ । କୋର୍ଟ କହିଛନ୍ତି ଯେ ଡିଏନ୍ଏ ପରୀକ୍ଷା ପ୍ରମାଣ କରିପାରେ ଯେ ପତ୍ନୀ ବେୱଫା କି ନୁହେଁ ।

ଆହ୍ଲାବାଦ ହାଇ କୋର୍ଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ପତ୍ନୀ ବେୱଫା କି ନୁହେଁ? DNA ଟେଷ୍ଟ କରି କରିପାରିବେ ପ୍ରମାଣ
ଆହ୍ଲାବାଦ ହାଇ କୋର୍ଟ (ଫାଇଲ ଫଟୋ)
  • News18 Odia
  • Last Updated: November 18, 2020, 6:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପ୍ରୟାଗରାଜ: ପାରିବାରିକ କଳହ ମାମଲାରେ ଆହ୍ଲାବାଦ ହାଇ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ କହିଛନ୍ତି 'ଡିଏନ୍ଏ ପରୀକ୍ଷା ପ୍ରମାଣ କରିପାରିବ ଯେ ପତ୍ନୀ ବେୱଫା କି ନୁହେଁ '। ବାସ୍ତବରେ ହମିରପୁରରେ ରହୁଥିବା ଏହି ଦମ୍ପତିଙ୍କୁ ପରିବାର କୋର୍ଟରୁ ଛାଡପତ୍ର ଦିଆଯାଇଛି । ଛାଡପତ୍ରର ତିନି ବର୍ଷ ପରେ ପତ୍ନୀ ଏକ ସନ୍ତାନ ଜନ୍ମ ଦେଇଥିଲେ । ପତ୍ନୀ ଦାବି କରିଛନ୍ତି ଯେ ପିଲାଟି ତାଙ୍କ ସ୍ୱାମୀଙ୍କର କିନ୍ତୁ ସ୍ୱାମୀ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ଥିବା ବିଷୟରେ ମନା କରି ଦେଇଛନ୍ତି ।

'ଡିଏନ୍ଏ ପରୀକ୍ଷା ହେଉଛି ସର୍ବୋତ୍ତମ ଉପାୟ'
ଏହି ମାମଲା ହାଇ କୋର୍ଟରେ ପର୍ଯ୍ୟନ୍ତ ପହଞ୍ଚିଗଲା । ବର୍ତ୍ତମାନ ହାଇକୋର୍ଟ କହିଛନ୍ତି ଯେ ବ୍ୟକ୍ତି ଜଣକ ଶିଶୁର ପିତା କି ନୁହେଁ? ଏହାକୁ ପ୍ରମାଣ କରିବା ପାଇଁ DNA ପରୀକ୍ଷା ହେଉଛି ସର୍ବୋତ୍ତମ ଉପାୟ । କୋର୍ଟ କହିଛନ୍ତି ଯେ ଡିଏନ୍ଏ ପରୀକ୍ଷା ମଧ୍ୟ ପ୍ରମାଣ କରିହେବ ଯେ ପତ୍ନୀ ବେୱଫା କି ନୁହେଁ । ପ୍ରକୃତରେ ସ୍ୱାମୀ ରାମ ଆସାରେ ଡିଏନଏ ପରୀକ୍ଷା ପାଇଁ ପରିବାର କୋର୍ଟରେ ଆବେଦନ କରିଥିଲେ ମଧ୍ୟ ପରିବାର କୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ହାଇକୋର୍ଟର ଜଷ୍ଟିସ ବିବେକ ଅଗ୍ରୱାଲଙ୍କ ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଏହା ହେଉଛି ପୂରା ମାମଲା
ସ୍ୱାମୀଙ୍କ ଅନୁଯାୟୀ ସେ ୧୫ ଜାନୁୟାରୀ ୨୦୧୩ ଠାରୁ ତାଙ୍କ ପତ୍ନୀଙ୍କ ସହ ରହୁନଥିଲେ । ଏହା ପରେ ଦୁଇଜଣକ ୨୫ ଜୁନ୍ ୨୦୧୪ ରେ ଛାଡପତ୍ର ହୋଇଥିଲେ । ତାଙ୍କ ପତ୍ନୀଙ୍କ ସହ ତାଙ୍କର କୌଣସି ଶାରୀରିକ ସମ୍ପର୍କ ନାହିଁ ବୋଲି ସେ ଦାବି କରିଛନ୍ତି । ପତ୍ନୀ ତାଙ୍କ ମା'ର ଘରେ ରହୁଛନ୍ତି । ସେ ୨୬ ଜାନୁଆରୀ ୨୦୧୬ ରେ ଏକ ସନ୍ତାନ ଜନ୍ମ ଦେଇଥିଲେ । ୧୫ ଜାନୁୟାରୀ ୨୦୧୩ ଠାରୁ ଉଭୟଙ୍କ ମଧ୍ୟରେ କୌଣସି ଶାରୀରିକ ସମ୍ପର୍କ ନଥିଲା । ପିଲାଟି ତାଙ୍କର ନୁହେଁ । ପତ୍ନୀ କିନ୍ତୁ କହିଛନ୍ତି ଯେ ପିଲାଟି ତାଙ୍କ ସ୍ୱାମୀଙ୍କର ଅଟେ । ଏହା ପରେ ସ୍ୱାମୀଙ୍କ  ଆବେଦନକୁ ପାରିବାରିକ କୋର୍ଟ ଖାରଜ କରିବା ପରେ ସ୍ୱାମୀ ହାଇ କୋର୍ଟଙ୍କ ନିକଟକୁ ଯାଇଥିଲେ ।
Published by: Jagdish Barik
First published: November 18, 2020, 5:57 PM IST
corona virus btn
corona virus btn
Loading