ଟ୍ରମ୍ପଙ୍କୁ ଗାଦିଚ୍ୟୁତ କରିବାକୁ ଆମେରିକାର ସଂସଦରେ ଭୋଟିଂ ଆରମ୍ଭ ହେଲା; ସିନେଟକୁ ପଠାଯିବ

ଯଦି ଟ୍ରମ୍ପ ଆମେରିକାର କ୍ୟାପିଟାଲ ବିଲଡିଂରେ ହିଂସା କରାଇଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ପଦରୁ ହଟାଇ ଦିଆଯିବ ଓ ତାଙ୍କ ସ୍ଥାନ ନେବେ ଉପରାଷ୍ଟ୍ରପତି ମାଇକ ପେନ୍ସ । ଜାନୁଆରୀ ୨୦ରେ ଜୋ ବାଇଡେନ ନୂଆ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବେ ।

ଟ୍ରମ୍ପଙ୍କୁ ଗାଦିଚ୍ୟୁତ କରିବାକୁ ଆମେରିକାର ସଂସଦରେ ଭୋଟିଂ ଆରମ୍ଭ ହେଲା; ସିନେଟକୁ ପଠାଯିବ
ଡୋନାଲ୍ଡ ଟ୍ରମ୍ପ୍
  • News18 Odia
  • Last Updated: January 13, 2021, 9:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ୱାଶିଂଟନ୍‌: ଆମେରିକାର କ୍ୟାପିଟଲ ବିଲଡିଂରେ ହିଂସା (Capitol Hill violence) ଘଟଣା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ (Donald Trump) ଦାୟୀ କରି ଦେଶଦ୍ରୋହ ଅଭିଯୋଗରେ ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ (impeachment) ଉପରେ ଆମେରିକୀୟ ସଂସଦର ନିମ୍ନ ଗୃହ ଅର୍ଥାତ ପ୍ରତିନିଧି ସଭାରେ (House of Representatives) ବୁଧବାର ଦିନ ମତଦାନ ହୋଇଥିଲା । ମହାଭିଯୋଗକୁ ୨୧୫+ ହାଉସ୍ ଡେମୋକ୍ରାଟ୍ ଓ ପାଞ୍ଚ ଜଣ ରିପବ୍ଲିକାନ୍ ସାଂସଦ ସମର୍ଥନ କରିଛନ୍ତି ।

ଏନବିସି ନ୍ୟୁଜ୍ ଅନୁଯାୟୀ ହାଉସ୍ ମେଜରିଟି ନେତା ହୋୟର୍ କହିଛନ୍ତି ଯେ ତୁରନ୍ତ ଆମେରିକା ସିନେଟକୁ ଏହି ଭୋଟିଂର ଫଳ ପଠାଯିବ । ପ୍ରତିନିଧି ସଭାରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହେବା ପରେ ଏହାର ଶୁଣାଣି ସିନେଟରେ ହେବ । ସିନେଟର ସଦସ୍ୟମାନେ ଖଣ୍ଡପୀଠ (ଜୁରୀ) ଭାବରେ କାର୍ଯ୍ୟ କରିବେ ଓ ଟ୍ରମ୍ପଙ୍କୁ ଦୋଷମୁକ୍ତ କରିବା କିମ୍ବା ଦୋଷୀ ସାବ୍ୟସ୍ତ କରିବା ଉପରେ ଭୋଟ୍‌ ଦେବେ ।

ଏହା ବି ପଢ଼ନ୍ତୁ | ମ୍ୟାଟ୍ରିକ ପରୀକ୍ଷା ଫି ଛାଡ଼ ହେଲା; ଆଦେଶ ଦେଲେ CM; ଲକ୍ଷରୁ ଅଧିକ ପିଲା ଲାଭ ପାଇବେ

ଯଦି ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ପଦରୁ ହଟାଇ ଦିଆଯିବ ଓ ତାଙ୍କ ସ୍ଥାନ ନେବେ ଉପରାଷ୍ଟ୍ରପତି ମାଇକ ପେନ୍ସ । ଉଲ୍ଲେଖନୀୟ କଥା ହେଉଛି ଯେ ଆମେରିକାର କ୍ୟାପିଟାଲ ବିଲଡିଂରେ ହିଂସା କରାଇବାକୁ ଲୋକଙ୍କୁ ଟ୍ରମ୍ପ ଉସକାଇଥିଲେ ଓ ଉତ୍ତେଜିତ କରାଇଥିଲେ ବୋଲି ଡେମୋକ୍ରାଟମାନେ କହିଛନ୍ତି । ଏହି ହିଂସାରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା ।

ଏହା ବି ପଢ଼ନ୍ତୁ | କି ବର୍ବରତା! ଅନୁଗୁଳରେ ଗାଁ ଦାଣ୍ଡରେ ପେଟ୍ରୋଲ୍ ଢାଳି ଜିଅନ୍ତା ଜାଳି ମାରିଦେଲେ ଯୁବକଙ୍କୁ

ତେବେ ଏହି ହିଂସାରେ ତାଙ୍କର କୌଣସି ଭୂମିକା ନ ଥିବା ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ୱାଶିଂଟନ୍ ଡିସିରେ ଟ୍ରମ୍ପଙ୍କ ସମର୍ଥକଙ୍କ ଏକ ସମାବେଶରେ ନଭେମ୍ବର ନିର୍ବାଚନର ଫଳାଫଳ ବିରୋଧରେ ଏହି ହିଂସାକୁ ଉସକାଇବା ପାଇଁ ଟ୍ରମ୍ପ ‘ଫାଇଟ୍‌ ୱିଥ୍‌ ହେଲ୍‌’ (fight with hell) ବୋଲି କହିଥିବା କଥା ସମସ୍ତେ ଏବେ ମନୋପକାଉଛନ୍ତି ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ୯୪,୦୦୦

ସୂଚନାଯୋଗ୍ୟ ଯେ ସୋମବାର ଦିନ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଗୃହରେ ଅଣାଯାଇଥିଲା । ଏଥିରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା ଯେ ସେ ତାଙ୍କ ସମର୍ଥକମାନଙ୍କୁ ସଂସଦ କମ୍ପ୍ଲେକ୍ସ କ୍ୟାପିଟାଲ ହିଲ ଉପରେ ଆକ୍ରମଣ କରିବାକୁ ଉସକାଇଥିଲେ । ଏହି ପ୍ରସ୍ତାବ ଦ୍ୱାରା ଟ୍ରମ୍ପଙ୍କ ଉପରେ ଚାର୍ଜ ସ୍ଥିର କରାଯିବ ।



ଡେମୋକ୍ରାଟମାନେ ଏହି ମହାଭିଯୋଗ ପ୍ରସ୍ତାବ ଦେଆଣିଥିଲେ । ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ପୂରଣ ହେବାକୁ ଆଉ କିଛି ଦିନ ବାକି ଅଛି । ଆମେରିକାର ନବନିର୍ବାଚିତ ଡେମୋକ୍ରାଟିକ୍ ରାଷ୍ଟ୍ରପତି ଜୋ ବାଡେନଙ୍କ (Joe Biden) ଡେମୋକ୍ରାଟିକ୍ ପାର୍ଟିର ସାଂସଦମାନେ ଜାନୁଆରୀ ୨୦ ତାରିଖ ପୂର୍ବରୁ ଟ୍ରମ୍ପଙ୍କୁ ତାଙ୍କ ପଦରୁ ହଟାଇବାକୁ ଶପଥ ନେଇଛନ୍ତି । ଜାନୁଆରୀ ୨୦ରେ ବାଇଡେନ ଆମେରିକାର ୪୬ତମ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବେ ।
Published by: Anand Shankar Thankur Das
First published: January 13, 2021, 9:41 PM IST
corona virus btn
corona virus btn
Loading