News18 Odia Digital
ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି ଯେ ଭାରତର ଉଚ୍ଚ ଅଭିବୃଦ୍ଧି ହାର କେବଳ ଦେଶ ପାଇଁ ନୁହେଁ ବରଂ ବିଶ୍ୱ ପାଇଁ ମଧ୍ୟ ଖୁସି ଖବର। ସେ କହିଛନ୍ତି ଯେ ଏହା ବର୍ତ୍ତମାନର ବିଶ୍ୱ ଅର୍ଥନୀତି ପରିପ୍ରେକ୍ଷୀରେ ଅନୁରୂପ ଅଟେ।
ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆଇଏମ୍ଏଫ୍ ଆଶା ପ୍ରକଟ କରିଛି୨୦୨୨ ମସିହାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ହେବ ବୋଲି ଆଇଏମ୍ଏଫ୍ ମଙ୍ଗଳବାର ପୂର୍ବାନୁମାନ କରିଥିଲା। ଏହି ଆକଳନ ସହିତ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବୃହତ ଅର୍ଥନୀତି ଦେଶ ହେବ। ଚାଇନାର ୪.୪ ପ୍ରତିଶତ ଅଭିବୃଦ୍ଧି ତୁଳନାରେ ଭାରତର ଅଭିବୃଦ୍ଧି ହାର ପ୍ରାୟ ଦ୍ୱିଗୁଣିତ ହେବ। ବାର୍ଷିକ ୱାର୍ଲ୍ଡ ଇକୋନୋମିକ୍ ଆଉଟଲୁକ୍ ରିପୋର୍ଟରେ ମୁଦ୍ରା ପାଣ୍ଠି କହିଛି ଯେ ଚଳିତ ବର୍ଷ ବିଶ୍ୱ ଅଭିବୃଦ୍ଧି ହାର ୩.୬ ପ୍ରତିଶତ ହେବ। ୨୦୨୧ରେ ଏହା ୬.୧ ପ୍ରତିଶତ ଠାରୁ ବହୁତ କମ୍ ଅଟେ।
ଆଇଏମ୍ଏଫ୍ ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଆଭା ଭାରତର ପ୍ରଶଂସା କରିଛନ୍ତିଆଇଏମ୍ଏଫ୍ ଏବଂ ବିଶ୍ୱ ବ୍ୟାଙ୍କର ବାର୍ଷିକ ବୈଠକକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜର୍ଜିଆଭା ବୁଧବାର କହିଛନ୍ତି ଯେ ଉଚ୍ଚ ହାରରେ ବଢୁଥିବା ସେହି ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ। ଚଳିତ ବର୍ଷ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ବୋଲି ଆକଳନ କରାଯାଇଛି, ଯାହା ଗତ ବର୍ଷ ତୁଳନାରେ ନିଶ୍ଚିତ କମ୍ କିନ୍ତୁ ଏହା ଭାରତ ପାଇଁ ମଧ୍ୟ ଭଲ ଏବଂ ବିଶ୍ୱ ପାଇଁ ମଧ୍ୟ ସକାରାତ୍ମକ ଅଟେ। ବାସ୍ତବରେ, ଅଭିବୃଦ୍ଧିର ମନ୍ଥରତା ବିଶ୍ୱ ପାଇଁ ଏକ ବଡ ସମସ୍ୟା ସୃଷ୍ଟି କରୁଛି।
ଜର୍ଜିଆଭା କହିଛନ୍ତି, "ଆନ୍ତର୍ଜାତୀୟ ସୌର ଆଲାଇନ୍ସ ସହିତ ଭାରତ ଅକ୍ଷୟ ଶକ୍ତି କ୍ଷେତ୍ରରେ ଅଗ୍ରଣୀ ହେବାକୁ ପ୍ରତିଶ୍ରୁତିବଦ୍ଧ। ଏହା ବ୍ୟତୀତ ଦେଶ ଡିଜିଟାଲ ମୁଦ୍ରା କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ଅଟେ।"
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।