IMF ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥଙ୍କ ପୂର୍ବାନୁମାନ: ୨୦୨୧ ମସିହାରେ ୧୧.୫% ହେବ ଭାରତର ଆର୍ଥିକ ଅଭିବୃଦ୍ଧି ହାର
ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ (Gita Gopinath) ୨୦୨୧ ମସିହାରେ ଭାରତର ଆନୁମାନିକ ଅର୍ଥନୈତିକ ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ସମେତ ଏକ ବେଡ୍ ବ୍ୟାଙ୍କ ଗଠନ ପାଇଁ ଧାରଣାକୁ ମଧ୍ୟ ସମର୍ଥନ କରିଛନ୍ତି ।

IMF ର ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ
- News18 Odia
- Last Updated: January 28, 2021, 12:24 PM IST
ନୂଆ ଦିଲ୍ଲୀ: ଆଇଏମଏଫର (IMF) ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ (Gita Gopinath) ୨୦୨୧ ମସିହାରେ ଭାରତର ଆନୁମାନିକ ଅର୍ଥନୈତିକ ଅଭିବୃଦ୍ଧି ହାର ୧୧.୫ ପ୍ରତିଶତ ସମେତ ଏକ ବେଡ୍ ବ୍ୟାଙ୍କ ଗଠନ ପାଇଁ ଧାରଣାକୁ ମଧ୍ୟ ସମର୍ଥନ କରିଛନ୍ତି । ଉଲ୍ଲେଖନୀୟ କଥା ହେଉଛି ମଙ୍ଗଳବାର ଦିନ ପ୍ରକାଶିତ ସର୍ବଶେଷ ବିଶ୍ୱ ଅର୍ଥନୈତିକ ପରିସ୍ଥିତିରେ ଚଳିତ ବର୍ଷ ଅର୍ଥନୈତିକ ଅଭିବୃଦ୍ଧି ହାର ଦୁଇ ଅଙ୍କରେ ରହିବ ବୋଲି ଆଇଏମ୍ଏଫ୍ ପୂର୍ବାନୁମାନ କରିଛି । ଗୋପୀନାଥ କହିଛନ୍ତି ଯେ କରୋନା ମହାମାରୀ କାରଣରୁ ଆର୍ଥିକ ବ୍ୟାଘାତ ଯୋଗୁଁ ବେଡ୍ ଲୋନ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଇନ୍ସଲଭେନ୍ସି ଓ ଦେବାଳିଆ କୋଡକୁ ଅଧିକ ପସନ୍ଦ କରାଯିବା ଉଚିତ । ଯେଉଁଥି ପାଇଁ ବେଡ୍ ବ୍ୟାଙ୍କ ଏକ ଭଲ ଚିନ୍ତାଧାରା ।
ବେଡ୍ ବ୍ୟାଙ୍କ ସୃଷ୍ଟି କରିବାର କଳ୍ପନା ଏକ ଭଲ ଧାରଣା : CNBC TV18 କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦି ଆମେ ବେସଲାଇନରେ ୧୩% NPA କୁ ଯିବାକୁ ଆଶା କରୁ । ତେବେ ଏହା ଅଧିକ ଦକ୍ଷ ଆଇବିସି ପ୍ରକ୍ରିୟା ଆବଶ୍ୟକ କରିବ । ସେ କହିଛନ୍ତି ଯେ ଏକ ବେଡ୍ ବ୍ୟାଙ୍କ ଗଠନ କରିବାର ସଂକଳ୍ପ ନିଶ୍ଚିତ ଭାବରେ ଏକ ଯୋଗ୍ୟ ଯୋଜନା । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଓ NBFC ଗୁଡ଼ିକୁ ପୁଞ୍ଜି ବୃଦ୍ଧି କରିବାକୁ ଉତ୍ସାହିତ କରାଯିବା ଉଚିତ୍ ।ଯାହାଫଳରେ ସାମ୍ପ୍ରତିକ ଆର୍ଥିକ ସ୍ଥିତିର ଆକଳନ କରାଯାଇପାରିବ । ଏହା ବ୍ୟତୀତ ସରକାର ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକରେ ପୁଞ୍ଜି ବିନିଯୋଗ କରିବାକୁ ମଧ୍ୟ ପ୍ରସ୍ତୁତ ହେବା ଉଚିତ୍ ।
ବିଶେଷଜ୍ଞମାନେ ୨୦୨୧ ବଜେଟ୍ ପୂର୍ବରୁ ଏହି ଧାରଣା ଦେଇଛନ୍ତି: ୟୁନିଅନ୍ ବଜେଟ୍ ୨୦୨୧ ପୂର୍ବରୁ ଅନେକ ବିଶେଷଜ୍ଞ ଏକ ବେଡ୍ ବ୍ୟାଙ୍କ ସୃଷ୍ଟି କରିବାର ଧାରଣା ଦେଇଛନ୍ତି। ବେଡ୍ ବ୍ୟାଙ୍କ ସିଷ୍ଟମରେ ଫସି ରହିଥିବା ବିଦ୍ୟମାନ ସମ୍ପତ୍ତିକୁ ଫେରାଇ ଆଣିବା ପାଇଁ ଏକ ଏଗ୍ରିଗେଟର ଭାବରେ କାର୍ଯ୍ୟ କରେ । ଏକ ବେଡ୍ ବ୍ୟାଙ୍କ ହୋଇ ବ୍ୟାଙ୍କଗୁଡିକ ସାଧାରଣତ ସେମାନଙ୍କ ବ୍ୟବସାୟ ଉପରେ ଧ୍ୟାନ ଦେବାକୁ ସକ୍ଷମ ଅଟନ୍ତି । ଯେହେତୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସରକାର ପ୍ରାଧାନ୍ୟ ବିସ୍ତାର କରୁଛନ୍ତି । ତେଣୁ ଆଶା କରାଯାଏ ଯେ ସରକାର ବେଡ୍ ବ୍ୟାଙ୍କର ଧାରଣା ଆଣିବେ ।