ଭଙ୍ଗାଗଲା ଭୋପାଳ ସ୍କୁଲ ବସ ଭିତରେ ଦୁଷ୍କର୍ମ କରିଥିବା ଡ଼୍ରାଇଭରର ବେଆଇନ ଘର

ଏକ ଘରୋଇ ବିଦ୍ୟାଳୟର ସାଢେ ତିନି ବର୍ଷର ନର୍ସରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେବା ପରେ ଭୋପାଳର ଅଧିକାରୀମାନେ ଶାହାପୁର ଅଞ୍ଚଳରେ ଥିବା ସ୍କୁଲ ବସ୍ ଡ୍ରାଇଭରଙ୍କ ବେଆଇନ ଘରକୁ ଭାଙ୍ଗି ଦେଇଛନ୍ତି।

ଭଙ୍ଗାଗଲା ଭୋପାଳ ସ୍କୁଲ ବସ ଡ଼୍ରାଇଭରର ବେଆଇନ ଘର

ଭଙ୍ଗାଗଲା ଭୋପାଳ ସ୍କୁଲ ବସ ଡ଼୍ରାଇଭରର ବେଆଇନ ଘର

  • News18 Odia
  • Last Updated :
  • Share this:
News 18 Odia Digital

ଭୋପାଳ: ଏକ ବେସରକାରୀ ସ୍କୁଲ୍‌ର ସାଢ଼େ ୩ ବର୍ଷର ନର୍ସରୀ ଛାତ୍ରୀକୁ ସ୍କୁଲ୍‌ ବସ୍‌ ଭିତରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ବସ୍‌ ଡ୍ରାଇଭର୍‌ର ଶାହାପୁରରେ ଥିବା ବେଆଇନ୍‌ ଘରକୁ ଭାଙ୍ଗି ଦିଆଯାଇଛି। ଭୋପାଳ ପ୍ରଶାସନ ପକ୍ଷରୁ ଏହି ଘର ଭଙ୍ଗା କାର୍ଯ୍ୟ ହୋଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭର ଜଣକ ଶାହାପୁରର ବସନ୍ତ କୁଞ୍ଜ କଲୋନୀ ନିକଟସ୍ଥ ଉଦ୍ୟାନ ଅଞ୍ଚଳରେ ବେଆଇନ୍‌ ଘର କରିିଥିଲେ ବୋଲି ଅଭିଯୋଗ ହୋଇଛି। ତାଙ୍କର ଏହି ବେଆଇନ୍‌ ଘରକୁ ଭାଙ୍ଗିବା ପାଇଁ ରାଜସ୍ବ କର୍ମଚାରୀ, ପୋଲିସ୍‌ ଓ ମୁନିସିପାଲିଟି କର୍ପୋରେସନ ପକ୍ଷରୁ ମିଳିତ ନିଷ୍ପତ୍ତି ହୋଇଥିଲା।

କଲେକ୍ଟର ଅବିନାଶ ଲାଭାନିଆ ବସ୍‌ରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବସ୍‌ ମଧ୍ୟରେ ସିସିଟିଭି ଫୁଟେଜ୍‌ ବାଧ୍ୟତାମୂଳକ କରାଯାଇଛି।

ସେ ଏହା ମଧ୍ୟ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ସ୍କୁଲ ପରିଚାଳନା ଦାୟୀ ରହିବାକୁ ପଡିବ ଏବଂ ଅବହେଳା ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିଛି ଦିନ ତଳେ ଜଣେ ନର୍ସରୀ ଛାତ୍ରୀଙ୍କୁ ସ୍କୁଲ୍‌ ବସ୍‌ର ଡ୍ରାଇଭର୍‌ ମହିଳା ହେଲ୍‌ପରଙ୍କ ସମ୍ମୁଖରେ ଦୁଷ୍କର୍ମ କରିଥିଲା। ମହିଳା ହେଲ୍‌ପର ଜଣକ ଘଟଣାସ୍ଥଳରେ ଚୁପ୍‌ ରହିଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଘଟଣାକୁ ଲୁଚାଇବାରୁ ଉଦ୍ୟମ କରିଥିଲେ।
Published by:Soumyashree Mishra
First published: