Illegal bar row: ସ୍ମୃତି ଇରାନୀଙ୍କ ମାନହାନି ମାମଲାରେ କଂଗ୍ରେସ ନେତାଙ୍କୁ ମିଳିଲା ହାଇକୋର୍ଟଙ୍କ ନୋଟିସ

Illegal Bar Row: କୋର୍ଟ ଦ୍ବାରା ଜାରି କରାଯାଇଥିବା ନୋଟିସ ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ଆପତ୍ତିଜନକ ଟ୍ୱିଟ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ମୃତି ଇରାନୀଙ୍କ ମାନହାନି ମାମଲାରେ କଂଗ୍ରେସ ନେତାଙ୍କୁ ମିଳିଲା ହାଇକୋର୍ଟର ନୋଟିସ

ସ୍ମୃତି ଇରାନୀଙ୍କ ମାନହାନି ମାମଲାରେ କଂଗ୍ରେସ ନେତାଙ୍କୁ ମିଳିଲା ହାଇକୋର୍ଟର ନୋଟିସ

  • Share this:
News18 Odia Digital

Smriti Irani Case: ବର୍ତ୍ତମାନ ସ୍ମୃତି ଇରାନୀଙ୍କ ଝିଅଙ୍କ ଉପରେ ବେଆଇନ ବାର ଚଳାଇଥିବା ଅଭିଯୋଗ କରିଥିବା କଂଗ୍ରେସ ନେତାମାନଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଇରାନୀ ଏହି ମାମଲା କୋର୍ଟରେ ଉଠାଇଥିଲେ, ଏହା ପରେ ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ଜୟରାମ ରମେଶ, ପୱନ ଖେରା ଓ ନେଟ୍ଟା ଡି’ସୁଜାଙ୍କୁ ନୋଟିସ ଜାରି କରିଛନ୍ତି।

ଟ୍ୱିଟ୍ ଡିଲିଟ୍ କରିବାକୁ ନିର୍ଦ୍ଦେଶ

କୋର୍ଟ ଦ୍ବାରା ଜାରି କରାଯାଇଥିବା ନୋଟିସ ବ୍ୟତୀତ ୨୪ ଘଣ୍ଟା ମଧ୍ୟରେ ଆପତ୍ତିଜନକ ଟ୍ୱିଟ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କୋର୍ଟ କହିଛନ୍ତି ଯେ ଯଦି କଂଗ୍ରେସ ନେତା ନିଜେ ଏହି ଟ୍ୱିଟକୁ ହଟାନ୍ତି ନାହିଁ, ତେବେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସେହି ଟ୍ୱିଟକୁ ହଟାଇବ।

ଝିଅଙ୍କ ବିରୋଧରେ ଅଭିଯୋଗ ପରେ ସ୍ମୃତି ଇରାନୀ ଜୟରାମ ରମେଶ ଓ ପୱନ ଖେରାଙ୍କ ବିରୋଧରେ ୨ କୋଟି ମାନହାନୀ ମାମଲା ଦାୟର କରିଥିଲେ। ଇରାନୀଙ୍କ ତରଫରୁ କୁହାଯାଇଛି ଯେ ତାଙ୍କ ଝିଅଙ୍କ ବୟସ ମାତ୍ର ୧୮ ବର୍ଷ ସେ ବର୍ତ୍ତମାନ ପାଠ ପଢୁଛନ୍ତି ଓ କୌଣସି ବାର ଚଳାଉ ନାହାଁନ୍ତି। କଂଗ୍ରେସ ନେତାଙ୍କ ବିବୃତ୍ତି ପରେ ସେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

କଂଗ୍ରେସ ନେତା କହିଛନ୍ତି- କୋର୍ଟରେ ଉତ୍ତର ଦେବେ

ହାଇକୋର୍ଟଙ୍କ ଦ୍ବାରା ଏହି ନୋଟିସ ଜାରି କରାଯିବା ପରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ସେ ଓ ଏହି ଘଟଣାରେ ଜଡିତ ଅନ୍ୟ କଂଗ୍ରେସ ନେତାମାନେ କୋର୍ଟରେ ସମସ୍ତ ତଥ୍ୟ ରଖିବେ ଓ କେନ୍ଦ୍ର ମନ୍ତ୍ରୀଙ୍କ ଏହି ମାମଲାକୁ ହଟାଇବାକୁ ଚେଷ୍ଟା କରିବେ।

ସେ ଟ୍ବିଟ କରି କହିଛନ୍ତି, ‘‘ସ୍ମୃତି ଇରାନୀଙ୍କ ଦ୍ୱାରା ଦାଖଲ ହୋଇଥିବା ମାମଲାର ଆନୁଷ୍ଠାନିକ ଭାବେ ଜବାବ ଦେବାକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଆମେ ତଥ୍ୟକୁ କୋର୍ଟରେ ରଖିବାକୁ ଆଗ୍ରହୀ। ସ୍ମୃତି ଇରାନୀ ଯେପରି ଏହି ମାମଲାକୁ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ଆମେ ଏହାକୁ ଚ୍ୟାଲେଞ୍ଜ କରିବୁ।’’

କଂଗ୍ରେସ ନେତାମାନେ ଗୋଆରେ ଏକ ବେଆଇନ ବାର ଚଳାଇଥିବା ଅଭିଯୋଗ କରି ଇରାନୀଙ୍କୁ କ୍ୟାବିନେଟରୁ ହଟାଇବାକୁ ପିଏମ ମୋଦିଙ୍କ ପାଖରେ ଦାବି କରିଥିଲେ। ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ଏହାର ମଧ୍ୟ ପ୍ରମାଣ ଅଛି ବୋଲି ଦାବି କରାଯାଇଥିଲା।
Published by:Lipina Das
First published: