News18 Odia Digital
ନୂଆ ଦିଲ୍ଲୀ: ପୁଣି ଭାରତର ନାମକୁ ଗର୍ବିତ କରିଛନ୍ତି ଜଣେ ଭାରତୀୟ। ଏଥର ଟ୍ବିଟରର ସିଇଓ ସାଜିଛନ୍ତି ଭାରତୀୟ ପରାଗ ଅଗ୍ରୱାଲ । ଚିଫ୍ ଟେକ୍ନୋଲୋଜି ଅଫିସର (ସିଟିଓ) ଥିବା ପରାଗଙ୍କୁ ଟ୍ୱିଟର ଗ୍ରୁପ୍ର ସିଇଓ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ଜ୍ୟାକ୍ ଡୋର୍ସେ ଟ୍ୱିଟରର ସିଇଓ ପଦରୁ ଇସ୍ତଫା ଦେବା ପରେ ପରାଗଙ୍କୁ ଏହି ପଦବୀ ମିଳିଛି । ସୋମବାର ସନ୍ଧ୍ୟାରେ ଡୋର୍ସି ଇସ୍ତଫା ଦେଇଥିଲେ ଓ ନିର୍ଦ୍ଦେଶକ ବୋର୍ଡ ସର୍ବସମ୍ମତି କ୍ରମେ ମୁଖ୍ୟ ବୈଷୟିକ ଅଧିକାରୀ ଅଗ୍ରୱାଲଙ୍କୁ ସିଇଓ ଭାବରେ ନିଯୁକ୍ତ କରିଛି।
ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା…୧. ପରାଗ ଅଗ୍ରୱାଲ ଆଇଆଇଟି-ବମ୍ବେରୁ ଡିଗ୍ରୀ ହାସଲ କରିଛନ୍ତି ଓ ଷ୍ଟାନଫୋର୍ଡ ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସରେ ପିଏଚଡି କରିଛନ୍ତି।
୨. ସେ ଅକ୍ଟୋବର ୨୦୧୧ରେ ଏକ ବିଜ୍ଞାପନ ଇଞ୍ଜିନିୟର ଭାବରେ ଟ୍ୱିଟରରେ ଯୋଗ ଦେଇଥିଲେ ଓ କିଛି ସମୟ ପରେ ସେ କମ୍ପାନୀର 'ବିଶିଷ୍ଟ ସଫ୍ଟୱେୟାର ଇଞ୍ଜିନିୟର'ର ଆଖ୍ୟା ଅର୍ଜନ କରିଥିଲେ।
୩. ୨୦୧୭ରେ ଟ୍ୱିଟର ପରାଗ ଅଗ୍ରୱାଲଙ୍କୁ ଏହାର ମୁଖ୍ୟ ପ୍ରଯୁକ୍ତିବିଦ୍ୟା ଅଧିକାରୀ ଭାବରେ ନିଯୁକ୍ତ କରିଛି।
୪. ଟ୍ୱିଟରରେ ଯୋଗ ଦେବା ପୂର୍ବରୁ ସେ AT&T, ମାଇକ୍ରୋସଫ୍ଟ ଓ ୟାହୁରେ ଇଣ୍ଟର୍ନସିପ୍ କରିଥିଲେ।
୫. କମ୍ପାନୀର ସିଇଓ ଭାବରେ ତାଙ୍କର ନିଯୁକ୍ତି ସହିତ ପରାଗ ଅଗ୍ରୱାଲ ଭାରତୀୟ ମୂଳ ସିଲିକନ୍ ଭ୍ୟାଲି ସିଇଓଙ୍କ ଗୋଷ୍ଠୀରେ ଯୋଗ ଦେଇଛନ୍ତି ଯେଉଁଥିରେ ସୁନ୍ଦର ପିଚାଇ ଓ ସତ୍ୟ ନାଡେଲା ଭଳି ନାମ ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।