ଆପଣଙ୍କ ପିଲା ଯଦି ଅଗଷ୍ଟ ୧୫ରେ ଜନ୍ମ; ତାହାଲେ ଜାଣନ୍ତୁ କେଉଁ ସବୁ ନାମ ଦେବେ

ଅଗଷ୍ଟ ୧୫ରେ ଜନ୍ମ ହୋଇଥିବା ପିଲାମାନଙ୍କ ପାଇଁ ନାମ ଓ ତାହାର ଅର୍ଥ ବିଷୟରେ ଜାଣନ୍ତୁ।

ଅଗଷ୍ଟ ୧୫ରେ ଜନ୍ମ ହୋଇଥିବା ପିଲାମାନଙ୍କ ପାଇଁ ନାମ ଓ ତାହାର ଅର୍ଥ ।

ଅଗଷ୍ଟ ୧୫ରେ ଜନ୍ମ ହୋଇଥିବା ପିଲାମାନଙ୍କ ପାଇଁ ନାମ ଓ ତାହାର ଅର୍ଥ ।

  • Share this:
News 18 Odia Digital

Independence Day 2022 : ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ମହତ୍ୱପୂର୍ଣ୍ଣ ଦିନ । ୧୯୪୭ ମସିହାରେ ଏହି ଦିନରେ ଆମ ଦେଶ ସ୍ବାଧୀନ ହୋଇଥିଲା, ୨୦୦ ବର୍ଷର ବ୍ରିଟିଶ ଶାସନ ପରେ ସ୍ୱାଧୀନତା ପାଇଥିଲା । ଏହି ଦିନ ଆମକୁ ଉତ୍ସାହ ଓ ଦେଶପ୍ରେମରେ ପରିପୂର୍ଣ୍ଣ କରେ। ଯାହାର ପିଲାମାନେ ଅଗଷ୍ଟ ୧୫ରେ ଜନ୍ମ ହୁଅନ୍ତି, ସେମାନଙ୍କ ପିଲାଙ୍କ ପାଇଁ ନାମ ବାଛିବାରେ ପ୍ରାୟତ ଆଜି ଦିନଟା ପ୍ରେରଣା ରହିଥାଏ। ଆପଣଙ୍କ ପିଲାଙ୍କ ପାଇଁ ନାମ ବାଛିବା କ’ଣ ଭଲ, ଯାହାର ଅର୍ଥ ହେଉଛି ସ୍ୱାଧୀନତା ? ଆସନ୍ତୁ ଜାଣନ୍ତୁ...

ଆପଣଙ୍କ ପିଲା ଯଦି ସ୍ଵାଧୀନତା ଦିବସରେ ଜନ୍ମ ହେଉଛନ୍ତି ତାହାଲେ ଦିଅନ୍ତୁ ଏହି ନାମ

ଅନାୟ : ଏହା ଏକ ଝିଅର ନାମ ଓ ଏହା ସଂସ୍କୃତ ଶବ୍ଦ ଯାହାର ଅର୍ଥ ହେଉଛି ସମ୍ପୂର୍ଣ୍ଣ ମୁକ୍ତ।

ଆଭାସ : ଏହା ଏକ ଝିଅର ନାମ ଯାହାର ଅର୍ଥ ହେଉଛି ସ୍ୱାଧୀନ।

ଆର୍ଥିକା : ଏହା ଏକ ଝିଅର ନାମ ଯାହା ଅର୍ଥ ସ୍ୱାଧୀନତା ପ୍ରେମୀ।

ଆଜାଦ୍ : ପୁଅର ନାମ ଯାହାର ଅର୍ଥ ମୁକ୍ତ କିମ୍ବା ସ୍ୱାଧୀନ।

ଇଲିରା : ଆଲବାନିଆନ ହେଉଛି ଏହାର ମୂଳ ନାମ, ଏହାର ଅର୍ଥ ହେଉଛି "ମୁକ୍ତ ହେବା" କିମ୍ବା "ସ୍ୱାଧୀନତା"।

ଇସ୍ରା : ଏହା ଏକ ଅତି ଲୋକପ୍ରିୟ ତୁର୍କୀ ନାମ, ଏହାର ଅର୍ଥ ହେଉଛି "ମୁକ୍ତ"।

କର୍ଲା : ନାମର ଅର୍ଥ ହେଉଛି ଏକ "ମୁକ୍ତ ମହିଳା" ଓ ଏହା ଜର୍ମାନର ମୂଳ।

ଲିରିମ୍ : ଏହା ଏକ ସୁନ୍ଦର ନାମ। ଏହାର ଅର୍ଥ ହେଉଛି " ସ୍ୱାଧୀନ ହେବା"।

ମାଲାୟା: ଏହା ଏକ ସୁନ୍ଦର ନାମ, ଏହା ଫିଲିପିନୋ ଭାଷାରେ "ସ୍ୱାଧୀନତା" ପାଇଁ ଛିଡ଼ା ହୋଇଛି।

ମୋକ୍ : ସଂସ୍କୃତରେ ମୋକ୍ ଅର୍ଥ ଜୀବନ ଓ ମୃତ୍ୟୁ ଚକ୍ରରୁ ମୁକ୍ତି।

ନଜିଆ : ଏହା ଏକ ଝିଅର ନାମ, ଏହାର ଅର୍ଥ ହେଉଛି ସ୍ୱାଧୀନତା । ଏହା ଏକ ଆରବୀୟ ନାମ।

ସ୍ୱରାଜ: ଏହା ଏକ ପୁଅର ନାମ । ଯାହାର ଅର୍ଥ ହେଉଛି ସ୍ୱାଧୀନତା।

ସ୍ଵତନ୍ତ୍ର : ଏହା ଏକ ପୁଅର ନାମ ଯାହାର ଅର୍ଥ ମୁକ୍ତ।

ତରଣ: ଅନ୍ୟ ଏକ ହିନ୍ଦୁ ନାମ, ଏହାର ଅର୍ଥ ହେଉଛି ସ୍ଵାଧୀନ ବା ଦାସତ୍ୱରୁ ମୁକ୍ତି।

ୟଙ୍ଗ: ଏକ ଜାପାନୀ ନାମ, ଏହାର ଅର୍ଥ ହେଉଛି ସ୍ୱାଧୀନତା।
Published by:Sujit Swain
First published: