ଟ୍ରିପଲ ଟ୍ରବଲରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଡବଲ ଇଞ୍ଜିନ ସରକାର ବନାନ୍ତୁ: ଗୃହମନ୍ତ୍ରୀ ଅମିତ ଶାହା

ତ୍ରିପୁରାର ଉନାକୋଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଲି କରିଛନ୍ତି । ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।

ଟ୍ରିପଲ ଟ୍ରବଲରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଡବଲ ଇଞ୍ଜିନ ସରକାର ବନାନ୍ତୁ: ଗୃହମନ୍ତ୍ରୀ ଅମିତ ଶାହା

ଟ୍ରିପଲ ଟ୍ରବଲରୁ ବଞ୍ଚିବାକୁ ଚାହୁଁଛନ୍ତି ତ ଡବଲ ଇଞ୍ଜିନ ସରକାର ବନାନ୍ତୁ: ଗୃହମନ୍ତ୍ରୀ ଅମିତ ଶାହା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ରବିବାର ତ୍ରିପୁରାର ଉନାକୋଟିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଲି କରିଛନ୍ତି । ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ଅମିତ ଶାହା କହିଛନ୍ତି, ଦୀର୍ଘ ଦିନ ଧରି ତ୍ରିପୁରାରେ ଆଦିବାସୀଙ୍କୁ ପ୍ରତାରଣା କରିଥିବା ବାମପନ୍ଥୀମାନେ ବର୍ତ୍ତମାନ ଲୋକଙ୍କୁ ଠକିବା ପାଇଁ ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ରୂପେ ପ୍ରଦର୍ଶିତ କରୁଛନ୍ତି ।

ଏହି ଖବର ପଢ଼ନ୍ତୁ - http://ଦୁଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଦାନ୍ତ ଡାକ୍ତର ଗିରଫ

ଏହି ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ କହିଛନ୍ତି ଯେ ଯଦି ଆପଣ କଂଗ୍ରେସ, ସିପିଏମ୍, ତିପରା ମୋଥା ଭଳି 'ଟ୍ରିପଲ୍ ଅସୁବିଧା'କୁ ଏଡାଇବାକୁ ଚାହାଁନ୍ତି, ତେବେ ଡବଲ୍ ଇଞ୍ଜିନ ବିଜେପି ସରକାର ଗଠନ କରନ୍ତୁ। ସେ କହିଛନ୍ତି, ​​କଂଗ୍ରେସ ଓ ବାମପନ୍ଥୀ ଦଳ ମିଳିତ ହେବା ଏହା ସୂଚାଉଛି ଯେ, ସେମାନେ ତ୍ରିପୁରା ନିର୍ବାଚନରେ ବିଜେପିଠାରୁ ହାର ମାନି ସାରିଛନ୍ତି।

ଏହି ଖବର ପଢ଼ନ୍ତୁ- http://ଅଭିନେତା ବଡ଼ ଅଭିଯୋଗ; ନାଁ ନେବା ଆଳରେ ପିଣ୍ଟୁ ନନ୍ଦଙ୍କୁ ମିଛରେ ଦେଉଛନ୍ତି ଚେକ୍

ଅମିତ ଶାହା କହିଛନ୍ତି, ବାମପନ୍ଥୀ ଓ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ଗଠନ ହୋଇଛି। ମିଳିତ ମଞ୍ଚ ଗଠନ କରି ବାମପନ୍ଥୀମାନେ ସ୍ୱୀକାର କରିଛନ୍ତି କି ସେମାନେ ଏକାକି ବିଜେପି ସହିତ ଲଢି ପାରିବ ନାହିଁ। କଂଗ୍ରେସ ବିଷୟରେ ବି କ’ଣ କହିବି । ଯେଉଁ କମ୍ୟୁନିଷ୍ଟ ଶହ ଶହ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିଥିଲେ, ଆଜି ସେମାନଙ୍କ ସହ ଇଲୁ ଇଲୁ ହେଉଛନ୍ତି।

ଅମିତ ଶାହା ଚଣ୍ଡିପୁରରେ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି, ତ୍ରିପୁରାର ବିକାଶ ପାଇଁ କଂଗ୍ରେସ ଓ କମ୍ୟୁନିଷ୍ଟ କିଛି କରିନାହାଁନ୍ତି। ଯେତେବେଳେ କି ବିଜେପି ୫ ବର୍ଷରେ ଅନେକ ବିକାଶ କରିଛି। କମ୍ୟୁନିଷ୍ଟ ଶାସନରେ ସେମାନେ ଆଦିବାସୀଙ୍କ କଲ୍ୟାଣ ବିଷୟରେ କେବେ ଚିନ୍ତା କରିନଥିଲେ। ବର୍ତ୍ତମାନ ସେମାନେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ଲୋକଙ୍କୁ ବୋକା ବନାଇବାକୁ ଚାହୁଁଛନ୍ତି।
Published by:Soubhagya Mishra
First published: