News18 Odia Digital
Helicopter booking: ବିବାହକୁ ନେଇ ଏବେ ନୂଆ ନୂଆ ଟ୍ରେଣ୍ଡ ବାହାରୁଛି । କେଉଁଠାରେ ବର ହାତୀ ଘୋଡାରେ ଚଢ଼ି ଆସୁଛନ୍ତି ତ ଆଉ କେଉଁଠାରେ ବର କନ୍ୟାଙ୍କୁ ସରପ୍ରାଇଜ୍ ଦେବା ପାଇଁ ଆକାଶ ମାର୍ଗରେ ହେଲିକପ୍ଟର ଉଡାଉଛନ୍ତି। ହେଲିକପ୍ଟର ବୁକିଂ ଏବେ ବିବାହ ସିଜିନରେ ବହୁତ ଟ୍ରେଣ୍ଡ କରୁଛି । କିନ୍ତୁ ଆପଣ ଜାଣନ୍ତି ଭାରତରେ ଏହି ହେଲିକପ୍ଟର କିଭଳି ବୁକିଂ କରାଯାଏ ? ଆଉ ଘଣ୍ଟାପ୍ରତି କେତେ ଟଙ୍କା ଦିଆଯାଇ ଏହା ବୁକିଂ କରାଯାଏ ? ତେବେ ଆସନ୍ତୁ ଜାଣିବା କିଭଳି କରିପାରିବେ ଆପଣ ହେଲିକପ୍ଟର ବୁକିଂ ।
ଦେଖିବାକୁ ଗଲେ ଏବେ ଭାରତରେ ବିବାହ ଋତୁ ଚାଲିଛି । ଆଉ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଗୁଡିକରେ ଆପଣ ଦେଖି ଥିବେ କନିଆ ହେଲିକପ୍ଟରରେ ମଣ୍ଡପରେ ଓହ୍ଲାଉଛନ୍ତି ଏବଂ ଏହା ଖୁବ ଭାଇରାଲ ମଧ୍ୟ ହେଉଛି । କିନ୍ତୁ ଭାରତରେ ହେଲିକପ୍ଟର ବୁକିଂ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ତାହା ଜାଣିବା ପାଇଁ ସମସ୍ତେ ଚାହାଁନ୍ତି ।
ମିଳିଥିବା ଏକ ମିଡିଆ ରିର୍ପୋଟ ଅନୁସାରେ ବିବାହରେ ହେଲିକପ୍ଟର ବୁକିଂ କରିବା ପାଇଁ କିଛି ସର୍ତ୍ତ ରଖାଯାଇଛି । ଯେଉଁମାନେ ହେଲିକପ୍ଟର ବୁକ କରନ୍ତି ସେମାନଙ୍କର କିଛି ନିର୍ଦ୍ଧିଷ୍ଟ ନିୟମ ରଖିଛନ୍ତି। ଯାହା ଆଧାରରେ ବୁକିଂ କରାଯାଏ । ଆଉ ଯାହା ସୂଚନା ରହିଛି ଆପଣ ହେଲିକପ୍ଟର ଦୁଇ ଘଣ୍ଟାରୁ କମ ସମୟ ପାଇଁ ବୁକିଂ କରି ପାରିବେ ନାହିଁ । ଏହା ସହିତ କୁହାଯାଇଛି ଯେ ନିଦ୍ଧିଷ୍ଟ ସମୟ ପରେ ଏହା ପାଇଁ ଭଡା ଅଧିକ ଦେବାକୁ ପଡିଥାଏ ।
କିଭଳି ହୁଏ ବୁକିଂଙ୍ଗ୍ହେଲିକପ୍ଟର ବୁକିଂ କରିବା ପାଇଁ ଟ୍ରାଭେଲ ଏଜେନ୍ସି ଦ୍ବାରା ବୁକିଂ କରିବାକୁ ପଡିଥାଏ । କିଛି ଏଜେନ୍ସି ରହିଛନ୍ତି ଯେଉଁମାନେ ଏଭଳି ସେବା ଯୋଗାଉଛନ୍ତି । ହେଲିକପ୍ଟର ଖର୍ଚ୍ଚ ସିଟ, ଦୂରତା ଆଉ ଘଣ୍ଟା ଉପରେ ନିର୍ଭର କରିଥାଏ । ବର୍ତ୍ତମାନ ସମୟରେ ପାଇଲଟ ସମେତ ତିନି ସିଟ ଥିବା ହେଲିକପ୍ଟର ବହୁତ ଦେଖିବାକୁ ମିଳୁଛି । ହେଲିକପ୍ଟର ଦୂରତା ହିସାବରେ ଭଡା ସ୍ଥିର କରାଯାଇଥାଏ ।
ଆଉ ମିଳିଥିବା ସୂଚନା ଅନୁସାରେ ଦୁଇ ଘଣ୍ଟା ପାଇଁ ବୁକିଂ କରିବାକୁ ଦୁଇରୁ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ । ଏହାପରେ ଯଦି ଆପଣ ଦୁଇ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ହେଲିକପ୍ଟର ବ୍ୟବହାର କରୁଛନ୍ତି ତେବେ ପ୍ରତି ଘଣ୍ଟାକୁ ୫୦ ରୁ ୬୦ ହଜାର ଟଙ୍କା ଦେବାକୁ ପଡିଥାଏ । ଏଜେନ୍ସି ମାନେ ତାଙ୍କର ନିମୟ ସବୁ ଲେଖି ରଖିନ୍ତି । ଆଉ ବିବାହ ସ୍ଥାନ ଯଦି ସହର ଠାରୁ ନିକଟରେ ରହିଥାଏ ତେବେ ଖର୍ଚ୍ଚ କମିଯାଏ । କିନ୍ତୁ ଏହାକୁ ନେଇ କୌଣସି ସ୍ଥିର ଭଡା ରଖାଯାଇ ନାହିଁ।
ପଢନ୍ତୁ ଏହି ଖବର:
SBI Loan: ଆପଣଙ୍କର ଏହି ଡକ୍ୟୁମେଣ୍ଟ ଅଛି କି...ଆକାଉଣ୍ଟରେ ଜମା ହେବ ୨୦ ଲକ୍ଷ ଟଙ୍କା !ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।