ଯଦି ଜମ୍ମୁ କାଶ୍ମୀରର ଲୋକମାନଙ୍କୁ ଚାହଁ ତେବେ ଆମର ସମ୍ମାନ ପୁନଃସ୍ଥାପନ କର: ମେହବୁବା ମୁଫତି

Jammu Kashmir: ପିଡିପି ମୁଖ୍ୟ ଜମ୍ମୁ କାଶ୍ମୀରର ଯୁବକମାନଙ୍କୁ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ରର ଭାଷା କେହି ବୁଝିବେ ନାହିଁ । ଯଦି ଆପଣ ଆପଣଙ୍କ ଚିନ୍ତାଧାରାକୁ ଶାନ୍ତିରେ ଉପସ୍ଥାପନ କରନ୍ତି ତେବେ ଜଗତ ଆପଣଙ୍କ କଥା ଶୁଣିବ ।

ଯଦି ଜମ୍ମୁ କାଶ୍ମୀରର ଲୋକମାନଙ୍କୁ ଚାହଁ ତେବେ ଆମର ସମ୍ମାନ ପୁନଃସ୍ଥାପନ କର: ମେହବୁବା ମୁଫତି
ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି ମୁଖ୍ୟ ମେହବୁବା ମୁଫତି
  • News18 Odia
  • Last Updated: April 12, 2021, 5:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଶ୍ରୀନଗର: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି ମୁଖ୍ୟ ମେହବୁବା ମୁଫତି (PDP Chief Mehbooba Mufti) ପୁଣି ଥରେ ସ୍ୱତନ୍ତ୍ର ମାନ୍ୟତା ପାଇଁ ଦାବି କରିଛନ୍ତି । ଏଥିସହ ସେ ଜମ୍ମୁ କାଶ୍ମୀରର ଯୁବକମାନଙ୍କୁ ଅସ୍ତ୍ର ଛାଡି କଥାବାର୍ତ୍ତା କରିବାକୁ ନିବେଦନ କରିଛନ୍ତି । ମେହବୁବା ମୁଫତି କହିଛନ୍ତି ଯେ, "ଆମ ରାଷ୍ଟ୍ରକୁ ତାହା ଫେରାଇବା ଦେବା ପାଇଁ କହୁଛୁ ଯାହା ଆମଠାରୁ ଛଡେଇ ନିଅ ଯାଇଛି ।" ସେ କହିଛନ୍ତି ଯେ "ଯଦି ଆପଣ ଜମ୍ମୁ କାଶ୍ମୀରର ଲୋକମାନଙ୍କୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆମର ସମ୍ମାନ ଫେରାଇ ଆଣିବାକୁ ପଡିବ । ଅନ୍ୟ ଉପାୟ ନାହିଁ । "

ମୁଫତି କହିଛନ୍ତି, "ମୁଁ ମୋର ଦେଶକୁ ଏହା କହୁଛି । ମୋର କଥାରେ ବିଜେପି କାହିଁକି ରାଗୁଛି? ମୁଁ ପାକିସ୍ତାନକୁ ଏହା ପଚାରିବି କି?" ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ଯଦି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ ଆତଙ୍କବାଦୀଙ୍କୁ ମୁଖ୍ୟ ସ୍ରୋତରେ ଯୋଗଦେବାକୁ ଓ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ଆବେଦନ କରିପାରିବେ, ଯଦି ବୋରୋ (ବୋଡୋ) ସହିତ କଥାବାର୍ତ୍ତା ହୁଏ, ତେବେ ଜମ୍ମୁ କାଶ୍ମୀରରେ ମଧ୍ୟ ତାହା କରିବା କ'ଣ ପାଇଁ କଠିନ? " ମୁଫତି ପଚାରିଛନ୍ତି ଯେ "ଜେଲ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ କ'ଣ ପାଇଁ ନାହିଁ । ଏହି ଅନ୍ୟାୟ କେତେ ଦିନ ଚାଲିବ?"

ମୁଫତି ଜମ୍ମୁ କାଶ୍ମୀରର ଯୁବକମାନଙ୍କୁ ଏହା ନିବେଦନ କରିଛନ୍ତି
ପିଡିପି ମୁଖ୍ୟ ଜମ୍ମୁ କାଶ୍ମୀରର ଯୁବକମାନଙ୍କୁ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ରର ଭାଷା କେହି ବୁଝିବେ ନାହିଁ । ଯଦି ଆପଣ ଆପଣଙ୍କ ଚିନ୍ତାଧାରାକୁ ଶାନ୍ତିରେ ଉପସ୍ଥାପନ କରନ୍ତି ତେବେ ଜଗତ ଆପଣଙ୍କ କଥା ଶୁଣିବ । ଯଦି ଆପଣ ବନ୍ଧୁକର ଭାଷା କହିବେ ତେବେ ଆପଣଙ୍କୁ ହତ୍ୟା କରାଯିବ ଓ ଆପଣ କିଛି ପାଇବ ନାହିଁ । ମୁଫତି କହିଛନ୍ତି ଯେ, "ମୁଁ ଜମ୍ମୁ କାଶ୍ମୀରର ଯୁବକମାନଙ୍କୁ ଅସ୍ତ୍ର ଛାଡି କଥାବାର୍ତ୍ତା କରିବାକୁ ନିବେଦନ କରୁଛି । ସେମାନଙ୍କୁ ଦିନେ ଶୁଣିବାକୁ ପଡିବ ।" ଏହାପୂର୍ବରୁ ମେହବୁବା ମୁଫତି କହିଥିଲେ ଯେ ଜମ୍ମୁ କାଶ୍ମୀରବାସୀ ବିରୋଧରେ କେନ୍ଦ୍ରର ଆକ୍ରମଣକୁ ଏକାଠି ହୋଇ ଲଢ଼ିବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ ୫ ଅଗଷ୍ଟ ୨୦୧୯ ରେ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି ୟୁନିଅନରେ ବିଭକ୍ତ କରିଥିଲେ । ଏହି ନିଷ୍ପତ୍ତି ପୂର୍ବରୁ ଜମ୍ମୁ କାଶ୍ମୀରର ସମସ୍ତ ନେତାଙ୍କୁ ସତର୍କତା ଦୃଷ୍ଟିରୁ ବନ୍ଦୀ କରାଯାଇଥିଲା ।
Published by: Jagdish Barik
First published: April 12, 2021, 5:08 PM IST