News 18 Odia Digital
ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଆପଣଙ୍କ ପକେଟରେ ଥିବା ଏଟିଏମ୍ କାର୍ଡ (atm card) ଆପଣଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ଦେଇପାରେ । ଏହା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି, କିନ୍ତୁ ଏହା ସତ୍ୟ । ଏଟିଏମ୍ କାର୍ଡ କେବଳ ଆପଣଙ୍କ ନଗଦ କାରବାରକୁ ସୁବିଧାଜନକ ଓ ସୁରକ୍ଷିତ କରେ ନାହିଁ ବରଂ ଆପଣଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ମଧ୍ୟ ଯୋଗାଇଥାଏ । ଏଟିଏମ୍ ବୀମା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି, ଯାହା ସାହାଯ୍ୟରେ ଆପଣ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ । ଏହାକୁ କିପରି ଆପ୍ଲାଏ (apply) କରିବେ ଆମେ ଆପଣଙ୍କୁ କହିବୁ।
ATM କାର୍ଡରେ ୫ ଲକ୍ଷ ବୀମା ଉପଲବ୍ଧଆରବିଆଇ (rbi) ନିୟମ ଅନୁଯାୟୀ, ଏଟିଏମରେ ବୀମା ଯୋଗାଇବା ବାଧ୍ୟତାମୂଳକ ଅଟେ। ନିୟମ ଅନୁଯାୟୀ, ଯଦି ଆପଣ ଅତି କମରେ ୪୫ ଦିନ କୌଣସି ଜାତୀୟକରଣ କିମ୍ବା ଅଣ-ଜାତୀୟକରଣ ବ୍ୟାଙ୍କର ଏଟିଏମ୍ କାର୍ଡ ବ୍ୟବହାର କରିଛନ୍ତି, ତେବେ ଆପଣ ଏହି ବୀମା ପାଇବାକୁ ହକଦାର । ଏଥିପାଇଁ ଆପଣ କେତେ କ୍ଲେମ ପାଇବେ, ଏହା ଆପଣଙ୍କ ଏଟିଏମ୍ କାର୍ଡର କ୍ୟାଟେଗରୀ ଉପରେ ନିର୍ଭର କରେ ।
ତିନୋଟି ବର୍ଗରେ ଏଟିଏମ୍ କାର୍ଡ ଉପଲବ୍ଧବ୍ୟାଙ୍କଗୁଡିକ ଗ୍ରାହକମାନଙ୍କୁ ତିନୋଟି ବର୍ଗରେ ଏଟିଏମ୍ କାର୍ଡ ପ୍ରଦାନ କରନ୍ତି । କ୍ଲାସିକ୍ (classic), ପ୍ଲାଟିନମ୍ (platinum) ଓ ନର୍ମାଲ୍ କାର୍ଡ । ପ୍ରତ୍ୟେକ କାର୍ଡରେ ବୀମା ରାଶି ଅଲଗା ଅଟେ। ଉଦାହରଣ ସ୍ୱରୂପ, ସାଧାରଣ ମାଷ୍ଟର କାର୍ଡରେ କେବଳ ୫୦ହଜାର ଟଙ୍କା ବୀମା ମିଳିଥାଏ । କ୍ଲାସିକ୍ ଏଟିଏମ୍ କାର୍ଡରେ ୧ ଲକ୍ଷ ଟଙ୍କା ବୀମା ଏବଂ ଭିସା କାର୍ଡରେ ୧.୫ ରୁ ୨ ଲକ୍ଷ ଟଙ୍କା ବୀମା ଉପଲବ୍ଧ ଥିବାବେଳେ ପ୍ଲାଟିନମ୍ କାର୍ଡରେ ୫ ଲକ୍ଷ ପର୍ଯ୍ୟନ୍ତ ବୀମା ଉପଲବ୍ଧ । ଏହା ବ୍ୟତୀତ ରୁପେ କାର୍ଡରେ ୧ ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରହିଥାଏ।
ଆପଣ କେବେ କ୍ଲେମ୍ କରିପାରିବେନିୟମ ଅନୁଯାୟୀ, ଯଦି ଏଟିଏମ୍ କାର୍ଡ ଧାରକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ, ତେବେ କାର୍ଡର ବର୍ଗ ଅନୁଯାୟୀ ବୀମା ରାଶି ତାଙ୍କ ପରିବାରକୁ ଦିଆଯିବ। କାର୍ଡର ବର୍ଗ ଅନୁଯାୟୀ ଏହି ରାଶି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ, ଯଦି କାର୍ଡ ଧାରକ ଅକ୍ଷମ ହୋଇଯାଆନ୍ତି, ତେବେ ତାଙ୍କୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ।
କିପରି କ୍ଲେମ କରିବେଏହାକୁ କ୍ଲେମ କରିବା ପାଇଁ, କାର୍ଡଧାରୀଙ୍କ ପରିବାର (family) କିମ୍ବା କାର୍ଡଧାରୀଙ୍କୁ ବ୍ୟାଙ୍କକୁ ଯାଇ ଏହି ବିଷୟରେ କ୍ଲେମ (claim) କରିବାକୁ ପଡିବ । କାର୍ଡଧାରୀଙ୍କ ନୋମିନିଙ୍କୁ ସଂପୃକ୍ତ ବ୍ୟାଙ୍କକୁ ଯାଇ ଏ ବାବଦରେ କ୍ଲେମ କରିବା ସହ ଫର୍ମ ପୂରଣ କରିବାକୁ ପଡିବ। ବ୍ୟାଙ୍କକୁ କାର୍ଡଧାରୀଙ୍କ ଚିକିତ୍ସାର ପ୍ରମାଣ ଏବଂ ପୋଲିସ (police) ନିକଟରେ ଦାଖଲ ହୋଇଥିବା ଦୁର୍ଘଟଣା ଅଭିଯୋଗର ଏକ ନକଲ ପ୍ରଦାନ କରିବାକୁ ପଡିବ। ମୃତ୍ୟୁ କ୍ଷେତ୍ରରେ, ବାସସ୍ଥାନ ପ୍ରମାଣପତ୍ର, ଏଫଆଇଆର କପି (fir copy) ଓ ମୃତ୍ୟୁ ପ୍ରମାଣପତ୍ର ଦେବାକୁ ପଡିବ । କାଗଜପତ୍ର ଦେବା ପରେ ବ୍ୟାଙ୍କ କାର୍ଡ ଧାରକ କିମ୍ବା କାର୍ଡ ଧାରକଙ୍କ ନୋମିନିଙ୍କୁ ବୀମା ରାଶି ପ୍ରଦାନ କରିବେ।
ଏହି ଖବର ପଢ଼ନ୍ତୁ-
Free ration: ସମ୍ପୂର୍ଣ୍ଣ ମାଗଣାରେ ମିଳିବ ରାସନ...୨୪ ଏପ୍ରିଲ ଯାଏଁ ମାଗଣାରେ ଦେବେ ସରକାରନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।