ସ୍ତ୍ରୀର ଜନ୍ମଦିନ ଭୁଲିଗଲେ ଯିବାକୁ ପଡ଼ିବ ଜେଲ୍ !

ସ୍ତ୍ରୀର ଜନ୍ମଦିନ ଭୁଲିଲେ ଜେଲ୍ !

ସ୍ତ୍ରୀର ଜନ୍ମଦିନ ଭୁଲିଲେ ଜେଲ୍ !

  • News18 Odia
  • Last Updated :
  • Other, India
  • Share this:
News 18 Odia Digital

ସାମୋଆ : ସ୍ତ୍ରୀଙ୍କର ଜନ୍ମଦିନ ଭୁଲିଗଲେ ଯିବାକୁ ପଡିବ ଜେଲ୍‌ ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ । ଭାବୁଥିବେ ଇଏ କେମିତିକା ନିୟମ ? ଜନ୍ମଦିନ ଭୁଲିଗଲେ କାହିଁକି ଜେଲ୍ ଯିବାକୁ ପଡିବ ? କଣ ପାଇଁ ଏମିତି ନିୟମ ରହିଛି ? ଏମିତି ପ୍ରଶ୍ନ ସମସ୍ତଙ୍କ ମନକୁ ଆସିବ ସ୍ବାଭାବିକ । ଏମିତି ନିୟମକୁ ନେଇ ମଧ୍ୟ ସବୁଠି ଚର୍ଚ୍ଚା । ବେଳେବେଳେ ଅନେକ ଲୋକ ବହୁ ସମୟରେ ନିଜ ସ୍ତ୍ରୀଙ୍କର ଜନ୍ମଦିନକୁ ଭୁଲିଯାଇଥାନ୍ତି । ଯାହାକୁ ନେଇ ଘରେ ତୁମ୍ବିତୋଫାନ ମଧ୍ୟ ହୁଏ । କାହିଁକି ଜନ୍ମଦିନ ଭୁଲିଗଲ ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ଦେବାକୁ ପଡେ। କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ସ୍ୱାମୀ ନିଜ ସ୍ତ୍ରୀଙ୍କର ଜନ୍ମଦିନ ଯଦି ଭୁଲିଯାଇଛନ୍ତି ତେବେ ସ୍ୱାମୀଙ୍କୁ ଭୋଗିବାକୁ ପଡିବ ଜେଲ୍‌ଦଣ୍ଡ । ଏମିତି ଏକ ଦେଶ ହେଉଛି ସାମୋଆ ।

ପଢନ୍ତୁ ପୂରା ଖବର : http://ଏସିଆ ବୁକ ଅଫ୍ ରେକର୍ଡରେ ୪ ବର୍ଷର କୁନି ଝିଅ

ସୌନ୍ଦର୍ଯ୍ୟପାଇଁ ସାରା ପୃଥିବୀରେ ଜଣାଶୁଣା ଦ୍ୱୀପର ଦେଶ ହେଉଛି ସାମୋଆ । ଯେଉଁଠି ଏମିତି ଆଇନର ପାଳନ କରାଯାଏ । ଯାହାକୁ ନେଇ ବିଶ୍ବରେ ଜୋରଦାର ଚର୍ଚ୍ଚା ବି ହୁଏ। ଏଇ ଦେଶରେ ସ୍ତ୍ରୀଙ୍କ ଜନ୍ମ ଦିନ ଭୁଲିବା ଏକ ବଡ ଅପରାଧ ବୋଲି ବିବେଚନା କରାଯାଏ । ଖାଲି ଅପରାଧ ବୋଲି ଧରାଯାଏ ତାହା ନୁହେଁ ବରଂ ଜୋରିମାନା ସହିତ ଭୋଗିବାକୁ ପଡ଼େ ଜେଲ୍ ଦଣ୍ତ । ପ୍ରଥମଥର ଜନ୍ମଦିନ ଭୁଲିଗଲେ ୱାର୍ଣ୍ଣିଂ ଦେଇ ଛଡାଯାଉଥିବା ବେଳେ ଦ୍ୱିତୀୟଥର ଭୁଲିଗଲେ ଜେଲ ଦଣ୍ଡାଦେଶ ସହିତ ଜୋରିମାନା ଦେବାକୁ ପଡେ । ତେବେ ଏହି ନିୟମ ଉତ୍ତରକୋରିଆରେ ରହିଥିବା ଚର୍ଚ୍ଚା ବି ହୁଏ । କିନ୍ତୁ ସ୍ତ୍ରୀର ଜନ୍ମଦିନ ଭୁଲିଗଲେ ଏମିତି କାର୍ଯ୍ୟାନୁଷ୍ଠାନ ହେଉଥିବାରୁ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।
Published by:Sujit Swain
First published: