ଯଦି କେହି ଆପଣଙ୍କୁ WhatsApp ରେ ବ୍ଲକ କରିଛନ୍ତି; ତେବେ ଏହି ଉପାୟରେ ଜାଣି ପାରିବେ

ଏହି ସହଜ ଉପାୟରେ ଆପଣକୁ ବ୍ଲକ (block) କରିଥିବା ବ୍ୟକ୍ତିକୁ ଚିହ୍ନଟ କରିପାରିବେ । ଯଦି ଆପଣଙ୍କୁ ଲାଗେ କେହି ହ୍ୱାଟସ ଆପରେ ବ୍ଲକ କରିଛନ୍ତି । ତାହା ଜାଣିବା ପାଇଁ ଆପଣ ସେହି ବ୍ୟକ୍ତିଙ୍କୁ ଏକ ହ୍ୱାଟସ ଆପ୍ କଲ୍ (Whatsapp call) କରନ୍ତୁ । କଲର ଯଦି ଉତ୍ତର ନ ମିଳେ ତେବେ ଏହା ସମ୍ଭବ ଯେ ସେ ଆପଣଙ୍କୁ ବ୍ଲକ କରିଛନ୍ତି ।

ଯଦି କେହି ଆପଣଙ୍କୁ WhatsApp ରେ ବ୍ଲକ କରିଛନ୍ତି; ତେବେ ଏହି ଉପାୟରେ ଜାଣି ପାରିବେ
ଏହି ଉପାୟରେ ଜାଣନ୍ତୁ ଆପଣଙ୍କୁ କିଏ WhatsApp ରେ ବ୍ଲକ କରିଛି
  • News18 Odia
  • Last Updated: October 15, 2020, 1:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: WhatsApp ମାଧ୍ୟମରେ ଆଜିର ଯୁଗରେ କଥାବାର୍ତ୍ତା କରିବାର ଏକ ସହଜ ଉପାୟ ହୋଇପାରିଛି । କିନ୍ତୁ ଅନେକ ଥର ଲୋକମାନେ ସାମାନ୍ୟ ମତାନ୍ତରକୁ ନେଇ ପରସ୍ପରକୁ ବ୍ଲକ (Block) କରି ଦେଇଥାନ୍ତି । ଯାହାର କୌଣସି ସୂଚନା ମଧ୍ୟ ମିଳେ ନାହିଁ । ଏପରି ପରିସ୍ଥିତିରେ ଲୋକମାନେ ପ୍ରାୟତଃ ଜାଣି ନଥାନ୍ତି ଯେ ସେମାନଙ୍କୁ କେହି ବ୍ଲକ କରିଛି ଓ ସେମାନେ ସେମାନଙ୍କର ମେସେଜର ଉତ୍ତରକୁ ଅପେକ୍ଷା କରି ରହିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ଉପାୟ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ସହଜରେ ଜାଣିପାରିବେ ଯେ ଆପଣଙ୍କୁ କେହି ବ୍ଲକ କରିଛନ୍ତି କି ନାହିଁ ।

ବ୍ଲକ ହେବା ପରେ ପ୍ରୋଫାଇଲ୍ ଫଟୋ ଦୃଶ୍ୟମାନ ହେବ ନାହିଁ - ଯଦି କେହି ଆପଣଙ୍କୁ WhatsApp ରେ ବ୍ଲକ କରନ୍ତି ଓ ଆପଣ ତାଙ୍କୁ ମେସେଜ କରିବା ପାଇଁ ଚାଟିଂ ବାକ୍ସ ଖୋଲନ୍ତି । ସେତେବେଳେ ତାଙ୍କର ପ୍ରୋଫାଇଲ୍ ଫଟୋ ଦେଖାଯିବ ନାହିଁ । ଏହା ମଧ୍ୟ ଅନେକ ଥର ଘଟେ ଯେ ଆପଣ ଏକ ଚାଟିଂ ବକ୍ସ ଖୋଲୁଛନ୍ତି ଓ ଏଥିରେ ବ୍ୟକ୍ତିଙ୍କ ପୁରୁଣା ଫଟୋ ଦେଖାଯାଉଛି । ତେବେ ବୁଝି ନିଅନ୍ତୁ ଯେ ଆପଣଙ୍କୁ ବ୍ଲକ କରାଯାଇଛି ।

ଏହା ବି ପଢ଼ନ୍ତୁ | ଟ୍ରମ୍ପ ରାଲିରେ କହିଲେ; ବର୍ତ୍ତମାନ ମୋ’ର ରୋଗ ପ୍ରତିରୋଧକ କ୍ଷମତା ଅଛି, ମୁଁ ତଳକୁ ଓହ୍ଲାଇ କାହାକୁ ବି ଚୁମ୍ବନ ଦେଇପାରେ

ବ୍ଲକ କରିଥିବା ଲୋକର ଦେଖାଯିବ ନାହିଁ ଅନଲାଇନ୍ ଷ୍ଟାଟସ - କଣ୍ଟାକ୍ଟରେ ଥିବା ସାଧାରଣତ ସମସ୍ତ ଲୋକଙ୍କ ଅନଲାଇନ୍ ଷ୍ଟାଟସ ଦୃଶ୍ୟମାନ ହୋଇଥାଏ । ଯଦି ଆପଣଙ୍କୁ ସନ୍ଦେହ ହେଉଛି ଯେ କେହି ଆପଣଙ୍କୁ ବ୍ଲକ କରିଛନ୍ତି ତେବେ କିଛି ଦିନ ଆପ ତାଙ୍କ WhatsApp ଷ୍ଟାଟସକୁ ଭଲ ଭାବରେ ଦେଖିବା ଉଚିତ୍ । ଯଦି ଆପଣଙ୍କୁ ବ୍ଲକ କରାଯାଇଛି ତେବେ ଆପଣ ସେହି ବ୍ୟକ୍ତିଙ୍କ ଷ୍ଟାଟସ ଦେଖି ପାରିବେ ନାହିଁ ।

ଏହା ବି ପଢ଼ନ୍ତୁ ସୁଧ ଉପରେ ସୁଧ ମାମଲାରେ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି: ୧୫ ନଭେମ୍ବର ଯାଏଁ ମିଳିଲା ରିହାତି

ବ୍ଲକ ହେଲେ ହ୍ୱାଟସ ଆପ୍ କଲରେ ମିଳିବ ନାହିଁ ଜବାବ - ଏହି ସହଜ ଉପାୟରେ ଆପଣ ବ୍ଲକ୍ ହୋଇଛନ୍ତି କି ନାହିଁ ଜାଣିପାରିବେ । ଯଦି ଆପଣଙ୍କୁ WhatsApp ରେ କେହି ବ୍ଲକ କରିଥାନ୍ତି ଓ ଆପଣ ସେହି ବ୍ୟକ୍ତିଙ୍କ ଉପରେ ହ୍ୱାଟସ ଆପ୍ କଲ୍ କରନ୍ତି ଓ ଆପଣଙ୍କୁ କୌଣସି ଉତ୍ତର ମିଳୁ ନାହିଁ ତେବେ ଏହା ସମ୍ଭବ ଯେ ଆପଣଙ୍କୁ ବ୍ଲକ କରାଯାଇଛି । ତଥାପି କଲିଂ ସମୟରେ ଆପଣ ନିଶ୍ଚିତ ଭାବରେ ଏକ ରିଙ୍ଗ୍ ଟୋନ ଶୁଣିବ କୁ ପାଇବେ । କିନ୍ତୁ କଲ୍ ପିକ୍ ହେବାର କୌଣସି ସମ୍ଭାବନା ନ ଥାଏ ।



ମେସେଜ ପଠାଇବା ସମୟରେ ଡବଲ୍ ଟିକ୍ ଦୃଶ୍ୟମାନ ହେବ ନାହିଁ - ସାଧାରଣତଃ ଯଦି ଆପଣ କାହାକୁ ହ୍ୱାଟସ ଆପ୍ ମେସେଜ୍ ପଠାନ୍ତି ଏକ ଡବଲ୍ ଟିକ୍ କିମ୍ବା ବ୍ଲୁ ଟିକ୍ ଦେଖାଯାଏ । କିନ୍ତୁ ଯଦି ଆପଣଙ୍କୁ କେହି ବ୍ଲକ କରିନଥାନ୍ତି ତେବେ ଆପଣ ମେସେଜ ପଠାଇବାରେ ସର୍ବଦା ଗୋଟିଏ ଟିକ୍ ଦେଖିବାକୁ ମିଳିବ ।
Published by: Jagdish Barik
First published: October 15, 2020, 1:32 PM IST
corona virus btn
corona virus btn
Loading