News18 Odia Digital
ନୂଆ ଦିଲ୍ଲୀ: ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ କହିଛନ୍ତି ଯେ ଯଦି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି, ତେବେ ନୀତିଶ କୁମାର ମଧ୍ୟ ପ୍ରଧାନମନ୍ତ୍ରୀ ହୋଇପାରିବେ। ଆଜି ଅପରାହ୍ନ ୫.୩୦ରେ ତେଜସ୍ୱୀ ଯାଦବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବାର ଅଛି।
ସୋନିଆ ଗାନ୍ଧିଙ୍କ ସହ ହୋଇଥିବା ବୈଠକରେ ତେଜସ୍ୱୀ ରାଜ୍ୟରେ ମନ୍ତ୍ରିମଣ୍ଡଳ ଗଠନ ଓ କଂଗ୍ରେସରୁ ମନ୍ତ୍ରୀଙ୍କ ସାମିଲ ବିଷୟରେ ଆଲୋଚନା କରିବେ ବୋଲି ଶୁଣା ଯାଉଛି। ୨୦୧୫ ମହା ଗଠବନ୍ଧନ ସରକାରରେ ମଧ୍ୟ କଂଗ୍ରେସ ସରକାରଙ୍କ ଏକ ଅଂଶ ଥିଲା। ଏଥର ମଧ୍ୟ କଂଗ୍ରେସ ସରକାରରେ ଯୋଗ ଦେଇଛି।
ନୀତିଶ କୁମାରଙ୍କ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଉପରେ ତେଜସ୍ୱୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଅଭିଜ୍ଞତା ଓ ତାଙ୍କ ପରି କେହି ନାହାଁନ୍ତି। ତେବେ ତେଜସ୍ୱୀ କହିଛନ୍ତି ଯେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି ନାହିଁ, ଏହା ତାଙ୍କ ଉପରେ ନିର୍ଭର କରେ।
ଅନ୍ୟପକ୍ଷରେ, ଏନଡିଏ ଛାଡିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ବିରୋଧରେ ଜାତୀୟ ସ୍ତରରେ ଏକ ସଂଗଠନ ଆରମ୍ଭ କରିଛନ୍ତି। ନୀତିଶ ଶୁକ୍ରବାର ଦିନ ବିରୋଧୀ ଦଳମାନଙ୍କୁ ନିବେଦନ କରିଛନ୍ତି ଯେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ଏକଜୁଟ ରୁହନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।