ସରକାର ବଞ୍ଚାଇବା ପାଇଁ ରାସ୍ତା ଉପରେ ରକ୍ତ ବୁହାଇବାକୁ ବି ପ୍ରସ୍ତୁତ: କଂଗ୍ରେସ ନେତା

ସରକାର ବଞ୍ଚାଇବା ପାଇଁ ପ୍ରତ୍ୟେକ କଂଗ୍ରେସ ବିଧାୟକ ଓ କର୍ମୀ ଏକଜୁଟ ହୋଇଛନ୍ତି। ଆମେ ରାସ୍ତାରେ ରକ୍ତ ବୁହାଇବା ପାଇଁ ମଧ୍ୟ ପ୍ରସ୍ତୁତ: କଂଗ୍ରେସ ନେତା

ପ୍ରତାପ ସିଂ ଖାଚରିଆବାସ (ପ୍ରତୀକାତ୍ମକ ଛବି)

ପ୍ରତାପ ସିଂ ଖାଚରିଆବାସ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର ମନ୍ତ୍ରୀମାନେ କଂଗ୍ରେସ ନେତୃତ୍ୱକୁ ନିରନ୍ତର ଚ୍ୟାଲେଞ୍ଜ କରୁଛନ୍ତି। ଏବେ ଖୋଲାଖୋଲି ଭାବେ ନିଜ ବୟାନ ରଖୁଛନ୍ତି ନେତା। ଗେହଲଟଙ୍କ ଘନିଷ୍ଠ ସହଯୋଗୀ ତଥା କ୍ୟାବିନେଟ ମନ୍ତ୍ରୀ ପ୍ରତାପ ସିଂ ଖାଚରିଆବାସଙ୍କ କହିଛନ୍ତି ଯେ ଇଡି, ସିବିଆଇ ରାଜସ୍ଥାନକୁ ଆସୁଛି। କଂଗ୍ରେସ କର୍ମୀଙ୍କୁ ରାସ୍ତାରେ ଲଢ଼ିବାକୁ ପଡ଼ିବ।  ସରକାର ବଞ୍ଚାଇବା ପାଇଁ ପ୍ରତ୍ୟେକ କଂଗ୍ରେସ ବିଧାୟକ ଓ କର୍ମୀ ଏକଜୁଟ ହୋଇଛନ୍ତି। ଆମେ ରାସ୍ତାରେ ରକ୍ତ ବୁହାଇବା ପାଇଁ ମଧ୍ୟ ପ୍ରସ୍ତୁତ।

ଗେହଲଟ୍ ଗୋଷ୍ଠୀର ବିଦ୍ରୋହୀ ବିଧାୟକମାନେ ମଧ୍ୟ ପର୍ଯ୍ୟବେକ୍ଷକଙ୍କୁ ଅଣଦେଖା କରିଥିଲେ। ଯେତେବେଳେ ଉଭୟ ପର୍ଯ୍ୟବେକ୍ଷକ ବିଧାୟକ ଦଳର ବୈଠକ ନେବାକୁ ସିଏମ୍ ବାସଭବନରେ ପହଞ୍ଚିଥିଲେ, ସେତେବେଳେ ସେମାନେ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ ସୂଚନା ପାଇଥିଲେ। ଏହା ଉପରେ ପିସିସି ମୁଖ୍ୟ ଗୋବିନ୍ଦ ଦୋତେସରାଙ୍କୁ ଧରୱାଲଙ୍କ ଘରକୁ ପଠାଯାଇଥିଲା ଓ କଥାବାର୍ତ୍ତା ପାଇଁ ପଦକ୍ଷେପ ନିଆଯାଇଥିଲା, କିନ୍ତୁ ବିଦ୍ରୋହୀ ବିଧାୟକମାନେ କାହା କଥା ଶୁଣିନଥିଲେ ଓ ଇସ୍ତଫା ଦେଇ ସିଧା ବାଚସ୍ପତିଙ୍କ ନିକଟକୁ ଯାଇଥିଲେ।

ଉଭୟ ପର୍ଯ୍ୟବେକ୍ଷକଙ୍କୁ ରାତିରେ ନିଜେ ବିଧାୟକଙ୍କ ସହ କଥା ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  କିନ୍ତୁ, ବିଧାୟକମାନେ ଘରକୁ ଫେରିବା ପରେ ହାଇକମାଣ୍ଡ ସୋମବାର ଦିନ ପର୍ଯ୍ୟବେକ୍ଷକମାନଙ୍କୁ ଦିଲ୍ଲୀ ଡକାଇଥିଲେ।
Published by:Soumya Das
First published: